Posted inଖେଳ

ବ୍ରେନ୍‌ କ୍ୟାନ୍ସର ସହ ସଂଘର୍ଷ କରୁଛନ୍ତି ଅଷ୍ଟ୍ରେଲିଆନ କ୍ରିକେଟର

ସିଡ୍‌ନୀ,୨୯।୫(ପିଟି)- ପୂର୍ବତନ ଅଷ୍ଟ୍ରେଲିଆନ ଅଫ୍‌ ସ୍ପିନର ଗାବିନ ରବର୍ଟସନ ଏବେ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ। ଜୀବନ ପ୍ରତି ବିପଦ ଥିବା ରୋଗରୁ ବର୍ତ୍ତିବା ପାଇଁ ସେ କେମୋ ଓ ରାଡିଏଶନ ଥେରାପି ନେବାକୁ ଯାଉଛନ୍ତି ବୋଲି ବୁଧବାର ପ୍ରକାଶ କରିଛନ୍ତି। ୫୩ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କ କର୍କଟ ବର୍ତ୍ତମାନ ପ୍ରାଥମିକ ସ୍ଥିତିରେ ରହିଛି, ଯାହାକୁ ଗ୍ଲିବୋଷ୍ଟମା ବୋଲି କୁହାଯାଏ। ଗତ ୧୩ ତାରିଖରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ମସ୍ତିଷ୍କରୁ ଟ୍ୟୁମର ବାହାର କରାଯାଇଛି। ଆଗାମୀ ୧୮ ମାସ ପର୍ଯ୍ୟନ୍ତ ସେ କେମୋ ଓ ରାଡିଏଶନ ଥେରାପିର ସମ୍ମୁଖୀନ ହେବେ। ଦେଶ ପାଇଁ ୪ ଟେଷ୍ଟ ଓ ୧୩ ଦିନିକିଆ ଖେଳିଥିବା ସ୍ପିନର ବୁଧବାର ନିଜର ଶୁଭେଚ୍ଛୁଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ପୂର୍ବତନ ସାଥୀ ଖେଳାଳି ଡାରେନ ଲିମ୍ୟାନ ଓ ଟମ୍‌ ମୁଡି ଶୁଭକମନା ଜଣାଇଛନ୍ତି। ରବର୍ଟସନ ୧୯୯୮ରେ ଭାରତ ବିପକ୍ଷରେ ଚେନ୍ନାଇଠାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉଇକେଟ ସମେତ ସେ ୧୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଟା ପୂରଣ ନ କରିପାରିଲେ ହାର୍ଦ୍ଦିକ ଅନ୍‌ଫିଟ୍‌

ନୂଆଦିଲ୍ଲୀ,୧୫ା୫ (ପି.ଟି.): ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟେଷ୍ଟ ଦଳରୁ ବାଦ୍‌ ଦେବା ଲାଗି ବର୍ତ୍ତମାନର ସିଲେକ୍ସନ କମିଟିର ନିଷ୍ପତ୍ତି ପ୍ରତି ସମର୍ଥନ ଜଣାଇଛନ୍ତି ଭାରତର ପୂର୍ବତନ ଚୟନକର୍ତ୍ତା...

ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍‌କା

ଲଣ୍ଡନ,୨୩।୮: ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ କ୍ରିକେଟ ଦଳ ଏକ ବଡ଼ ଝଟ୍‌କାର ସମ୍ମୁଖୀନ ହୋଇଥିଲା। କାନ୍ଧରେ ଆଘାତ ଲାଗିଥିବାରୁ ଦ୍ରୁତ ବୋଲର...

ଲିଓନ ମେଣ୍ଡୋଙ୍କା ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର

ଚେନ୍ନାଇ, ୧ା୧ (ପି.ଟି.)-ଇଟାଲୀରେ ଏକ ଟୁର୍ନାମେଣ୍ଟରେ ତୃତୀୟ ଓ ଫାଇନାଲ ନର୍ମ ହାସଲ କରିବାପରେ ଗୋଆର ୧୪ ବର୍ଷୀୟ ଲିଓନ ମେଣ୍ଡୋଙ୍କା ଭାରତର ୬୭ତମ ଚେସ୍‌...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ ବିପକ୍ଷରେ କେରଳର ପ୍ରଥମ ବିଜୟ

କୋଚି, ୧୬।୨ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ଏକ ମୁକାବିଲାରେ କେରଳ ବ୍ଲାଷ୍ଟର୍ସ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି।...

ଭାରତକୁ ଝଟକା: କୁମିନ୍ସଙ୍କ ବାଉନ୍ସରରେ ଆହତ ପରେ ଡାକ୍ତରଖାନା ଗଲେ ଏହି କ୍ରିକେଟର

ସିଡନୀ,୯।୧: ଭାରତୀୟ ଟିମ୍‌ର ଉଇକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ଥ ଆହତ ହୋଇଛନ୍ତି। ସିଡନୀରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ବ୍ୟାଟିଂ...

ଆଉ ଅପେକ୍ଷା କରି ହେଉନାହିଁ, କାହିଁକି ଏମିତି କହିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦେଶ ପାଇଁ ଖେଳିବାବେଳେ ଅନେକ ଐତିହାସିକ ବିଜୟ ହାସଲ କରିଛନ୍ତି। କିନ୍ତୁ ଆଇପିଏଲରେ ତାଙ୍କ ଅଧିନାୟିକତ୍ୱରେ ରୟାସ...

କୋହଲିଙ୍କ ହାତରେ ବିରାଟ ରେକର୍ଡ ସୁଯୋଗ

ମୁମ୍ବାଇ,୨।୧୨: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ନିୟମିତ ଅଧିନାୟକ ବିରାଟ କୋହଲି ଦଳକୁ...

ଭୋକିଲା ପିଲାଙ୍କୁ ଖାଦ୍ୟ ବାଣ୍ଟିଲେ କ୍ରିକେଟର୍‌

କରୋନା ମହାମାରୀ ଭିତରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି କ୍ରିକେଟର୍‌। ଭାରତୀୟ କ୍ରିକେଟର ହୁଅନ୍ତୁ କି ବିଦେଶୀ, ସମସ୍ତେ ଏହି କଠିନ ସମୟରେ ଆଗକୁ...

Advertisement
Archives

Model This Week