ବ୍ରେଡ୍‌ ପିଜା

ଆବଶ୍ୟକ ସାମଗ୍ରୀ
ବ୍ରେଡ୍‌ – ୪ ପିସ୍‌, କଟାଯାଇଥିବା କ୍ୟାପ୍‌ସିକମ୍‌ – ୧/୨ କପ୍‌, ମକା – ୧/୨ କପ୍‌, ତେଲ – ୫ ଚାମଚ, ପିଜା ସସ୍‌ – ୨ ଚାମଚ, ଚିଜ୍‌ ପନିର – ୧୦୦ ଗ୍ରାମ୍‌, ଗରମ ମସଲା – ୧/୨ ଚାମଚ, ଆମ୍‌ଚୂର ପାଉଡର – ୧/୨ ଚାମଚ, ଓରେଗାନୋ ସସ୍‌ – ୧ ଚାମଚ, ଗୋଲମରୀଚ – ୧/୪ ଚାମଚ ଏବଂ ସ୍ବାଦ ଅନୁଯାୟୀ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗ୍ୟାସ୍‌ ଅନ୍‌ କରି କଡ଼େଇରେ ତେଲ ଗରମ କରନ୍ତୁ। ଏବେ କଟାଯାଇଥିବା କ୍ୟାପ୍‌ସିକମ୍‌ ଏବଂ ମକା ଦାନା ପକାଇ ୨ – ୩ ମିନିଟ୍‌ ପର୍ଯ୍ୟନ୍ତ ଗୋଳାନ୍ତୁ। ସେଥିରେ ବଟରକୁ ସ୍ଲାଇସରରେ ଘଷି ପକାନ୍ତୁ। ପ୍ୟାନ୍‌ରେ ଅଳ୍ପ ଘିଅ ପକାଇ ବ୍ରେଡ୍‌କୁ ଗରମ କରନ୍ତୁ। ଏବେ ବ୍ରେଡ୍‌ରେ ପିଜା ସସ୍‌ ଲଗାଇ ଫ୍ରାଏ ହୋଇଥିବା ପନିପରିବା ଏହା ଉପରେ ରଖନ୍ତୁ। ପୁଣି ଏହା ଉପରେ ଛୋଟ ଛୋଟ ଖଣ୍ଡ କରି କଟାଯାଇଥିବା ବଟରକୁ ପକାନ୍ତୁ। ଏହାକୁ ୨ – ୩ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ମିଡିୟମ୍‌ ଫ୍ଲେମ୍‌ରେ ରଖନ୍ତୁ। ଏହା ଉପରେ ଗରମ ମସଲା, ଆମଚୂର୍‌ ପାଉଡର, ଓରେଗାନୋ ସସ୍‌ ଏବଂ ଅଳ୍ପ ଗୋଲମରୀଚ ପାଉଡର ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବ୍ରେଡ୍‌ ପିଜା।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଟିବାୟୋଟିକ୍‌ ଖାଉଥିଲେ…

କେତେକ ରୋଗ ପାଇଁ ନିର୍ଦ୍ଦିଷ୍ଟ ଔଷଧ ସହ ଆଣ୍ଟିବାୟୋଟିକ ଖାଇବାକୁ ପଡିଥାଏ। ତେବେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଆଦୌ ଭୁଲନ୍ତୁ ନାହିଁ।...

ନଡ଼ିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ମିଳିଥାଏ ଏହି ଫାଇଦା

ନଡ଼ିଆ ତେଲକୁ ଆମେ ସାଧାରଣତଃ ତ୍ୱଚା ଏବଂ ମୁଣ୍ଡରେ ଲଗାଇଥାଉ। ମାତ୍ର ଏହାକୁ ଖାଦ୍ୟ ପ୍ରସ୍ତୁତିରେ ସାମିଲ କଲେ ଅନେକ ଫାଇଦା ମିଳିଥାଏ। ଏକ ସର୍ଭେରୁ...

କରୋନାଠାରୁ ଭୟଙ୍କର ଏହି ରୋଗ: ପ୍ରତିବର୍ଷ ସବୁଠାରୁ ଅଧିକ ଏଥିରେ ଘଟୁଛି ମୃତ୍ୟୁ

ନୂଆଦିଲ୍ଲୀ, ୫।୮: କରୋନା ସମଗ୍ର ବିଶ୍ୱରେ କାୟା ମେଲାଇ ସାରିଲାଣି। ପ୍ରତିଦିନ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା...

ପ୍ରଥମ ଦେଖାରେ ପୁଅଙ୍କ ଏସବୁ ଗୁଣ ପ୍ରଭାବିତ କରେ ଝିଅଙ୍କୁ

ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ...

ରୋଗ ପ୍ରତିଶେଧକ କ୍ଷମତା ବୃଦ୍ଧି କରେ ଶୁଖିଲା ନଡିଆ

ଶୁଖିଲା ନଡ଼ିଆ ଖାଇବା ସ୍ବାସ୍ଥ୍ୟ ପକ୍ଷେ ବହୁତ ଉପକାରୀ। ଏଥିରେ କୋଲେଷ୍ଟ୍ରଲ୍‌ ବା ଟ୍ରାନ୍ସ ଫ୍ୟାଟ୍‌ ଆଦୌ ନାହିଁ। ଏଥିରେ ସେଲେନିୟମ୍‌, କପର୍‌ ଓ ଡ଼ାଏଟ୍ରି...

ଗୃହିଣୀ ଓ ଇମ୍ୟୁନ୍‌ ବୁଷ୍ଟର

କରୋନା ଆସିବା ପରଠାରୁ ଇମ୍ୟୁନିଟି ବଢାଇବା ପାଇଁ ପ୍ରୟାସ ଚଳାଇଛନ୍ତି ସମସ୍ତେ। ଡାକ୍ତର ଓ ବିଶେଷଜ୍ଞମାନେ ବି ସ୍ବୀକାର କରୁଥିବା ଏମିତି ଏକ ଉଦ୍ୟମକୁ କାହିଁ...

ଗୋଟିଏ ସ୍ଥାନରେ ଅଧିକ ସମୟ ବସି କାମ କରୁଥିଲେ ହୋଇପାରେ ଏହି ରୋଗ

ଆଧୁନିକ ଜୀବନଶୈଳୀର ପ୍ରଭାବ ଯୋଗୁ ଶାରୀରିକ ଗତିବିଧି ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି କହିଲେ ଚଳେ। ଏହାରି ଫଳସ୍ବରୂପ ଭବିଷ୍ୟତରେ ଜଣେ ସୁସ୍ଥ ମଣିଷ ବସି...

ମୁଣ୍ଡବିନ୍ଧାର କାରଣ, ନିରାକରଣ ସମ୍ପର୍କରେ ଜାଣନ୍ତୁ…

ଆଜିକାଲି ମୁଣ୍ଡବିନ୍ଧା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ଅଧିକାଂଶ ଲୋକଙ୍କର ସପ୍ତାହକୁ ୨-୩ ଥର ମୁଣ୍ଡବିନ୍ଧା ହୋଇଥାଏ। ଏହାର ଅନେକ କାରଣ ମଧ୍ୟ ରହିଛି। ମାନସିକ...

Advertisement


Archives

Model This Week