ବ୍ରେକ୍‌ଅପ ପରେ ମନକୁ ଆସିଥାଏ ଏପରି କଥା

ଯେପରି ଭାବେ କ୍ୟାରିଅର୍‌, ପାଠପଢ଼ାରେ କିଛି ତ୍ରୁଟି ନେଇ ଆମେ ଭାବିଥାଉ ପରେ କିଛି ଜିନିଷକୁ ଭଲ ଭାବରେ ବୁଝିଥାଉ। ସେହିଭଳି ଯେତେବେଳେ କେହି ଜଣେ କାହା ସହିତ ସମ୍ପର୍କ ଗଢ଼ିଥାନ୍ତି ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । ଜୀବନ ପ୍ରତି ତାଙ୍କର ମନୋଭାବ ବଦଳିଯାଏ। ପାର୍ଟନର ମଧ୍ୟରେ ଝଗଡା ସ୍ବଭାବିକ। ଏହି ଝଗଡ଼ା ପାଇଁ ବେଳେବେଳେ ସମ୍ପର୍କ ଭାଙ୍ଗିଯାଏ। ଯେତେବେଳେ ସାଥୀ ସହିତ ସମ୍ପର୍କ ଭାଙ୍ଗିଯାଏ, ବ୍ୟକ୍ତି ପ୍ରକୃତରେ ଅତ୍ୟଧିକ ଭାବପ୍ରବଣ ହୋଇଯାଏ। କିନ୍ତୁ ଏହି ସବୁ ଜିନିଷ ମଣିଷକୁ ବଦଳାଇଥାଏ। କିଛି ଜିନିଷ ଅଛି ଯାହା କେବଳ ବ୍ରେକଅପ ପରେ ବୁଝା ପଡ଼ିଥାଏ।

ଯେତେବେଳେ କେହି କାହା ସହିତ ସମ୍ପର୍କ ଯୋଡ଼ନ୍ତି ସେତେବେଳେ ସେ ତାଙ୍କୁ ଭଲ ଭାବରେ ବୁଝି ନଥାନ୍ତି। କିନ୍ତୁ କିଛି ସମୟ ପରେ, ନିଜ ପାର୍ଟନରଙ୍କ ଭଲ ଗୁଣ ଦେଖିବାକୁ ଚାହାନ୍ତି। ସେ ଚାହାଁନ୍ତି ଯେ, ତାଙ୍କ ପାର୍ଟନର ପରଫେକ୍ଟ ହୁଅନ୍ତୁ, ସେ ପାର୍ଟନରଙ୍କଠାରୁ ଅଧିକ ଆଶା କରିବା ଆରମ୍ଭ କରନ୍ତି ଏବଂ ସେଥିପାଇଁ ଝଗଡା ମଧ୍ୟ ହୁଏ। କିନ୍ତୁ ବ୍ରେକଅପ୍‌ ପରେ ଲୋକମାନେ ବୁଝନ୍ତି ଯେ କେହି ପରଫେକ୍ଟ ନୁହନ୍ତି। ପ୍ରତ୍ୟେକ ମଣିଷର ନିଜର ଗୁଣ ଅଛି। କେହି କେହି ପରଫେକ୍ଟ କିମ୍ବା ମିସ୍‌ ପରଫେକ୍ଟ ହୋଇପାରିବେ ନାହିଁ।

ଫିଲ୍ସିଂ ପ୍ରତ୍ୟେକ ମଣିଷ ଭିତରେ ଅଛି । କାହା ସହିତ ସମ୍ପର୍କ ଥିବାବେଳେ, ତୁମେ ଅନ୍ୟ ପ୍ରଶଂସା କରିପାରିବ, କିନ୍ତୁ ପ୍ରାୟତଃ ପାର୍ଟନର ଅନୁଭବ କରିବାକୁ ଲାଗନ୍ତି ଯେ ତୁମର କାହା ସହ ସମ୍ପର୍କ ଥିବାବେଳେ ଅନ୍ୟକୁ ପସନ୍ଦ କରିବା ଭୁଲ। ଏହି କାରଣରୁ, ପାର୍ଟନରଙ୍କ ମଧ୍ୟରେ ଭୁଲ ବୁଝାମଣା ହେତୁ ଝଗଡ଼ା ମଧ୍ୟ ହୋଇଥାଏ, ଯାହା ବ୍ରେକଅପ୍‌ କରିଥାଏ। କିନ୍ତୁ ବ୍ରେକଅପ୍‌ ପରେ ଜଣେ ହୃଦୟଙ୍ଗମ କରେ ଯେ, ଏହା କେବଳ ଏକ ଭୁଲ ବୁଝାମଣା ଅଟେ। କାହାକୁ ପ୍ରଶଂସା କରିବା ଅର୍ଥ ନୁହେଁ ଯେ ତୁମେ ତୁମର ପାର୍ଟନରଙ୍କୁ ପ୍ରତାରଣା କରୁଛ ।

ଲୋକ କିଛି ଅଭ୍ୟାସ ହେତୁ କାହା ସହିତ ସମ୍ପର୍କ ସ୍ଥାପନ କରନ୍ତି । ସମାନ ସଙ୍ଗୀତ ଶୁଣିବା କିମ୍ବା ଫ୍ୟାଶନ ଦୃଷ୍ଟିରୁ ସମାନ ପସନ୍ଦ କରିବା। ପସନ୍ଦ ଏବଂ ନାପସନ୍ଦ ମିଶିବା ସତ୍ୱେ ପାର୍ଟନରଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୁଏ । ଏପରି ସମ୍ପର୍କରେ ବ୍ରେକଅପ ପରେ, ଲୋକମାନେ ବୁଝନ୍ତି ଯେ, କାହାର ପସନ୍ଦ ମିଶିଲେ ସମ୍ପର୍କ ଅଧିକ ଦିନ ତିଷ୍ଠି ରହିବ ସେମିତି କିଛି ନାହିଁ। ସମ୍ପର୍କ ପାଇଁ ପରସ୍ପରକୁ ବୁଝିବା ଜରୁରୀ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଟ ପାଇଁ ଉପକାରୀ ଧନିଆ

ଧନିଆ ପତ୍ରରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ବିଶେଷ ଭାବରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଏହାକୁ ବ୍ୟବହାର କରାଯାଏ ଏବଂ...

ସମାଜରେ ଏପରି ଲୋକଙ୍କୁ କୁହାଯାଏ ଯୋଗ୍ୟ, କେବେ ହୁଅନ୍ତିନି ବିଫଳ

ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବରେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ସେ...

କରୁଛନ୍ତି କି ଏକତରଫା ପ୍ରେମ

କୁହାଯାଏ ଯେ ଯେତେବେଳେ କିଏ କାହାକୁ ପ୍ରେମ କରେ, ଏହା ତାହା ଜୀବନର ଏକ ସୁନ୍ଦର ଅନୁଭବ। ସେ ସବୁକିଛି ଭଲ ଅନୁଭବ କରିଥାଏ। ନିଜ...

ମହିଳାଙ୍କ ପାଇଁ ଖାଦ୍ୟ

ମହିଳାଙ୍କ ଉତ୍ତମ ସ୍ବାସ୍ଥ୍ୟ ହିଁ ପରିବାରର ସୁସ୍ଥତାର ପରିଚାୟକ, କାରଣ ସେମାନେ ହେଉଛନ୍ତି ଗୋଟିଏ ପରିବାରର କେନ୍ଦ୍ରବିନ୍ଦୁ ଏବଂ ମହିଳାମାନେ ସୁସ୍ଥ ରହିଲେ ହିଁ ଗୋଟିଏ...

କରୋନାରୁ ରକ୍ଷା ପାଇଁ ଘରୋଇ ଉପଚାର ବଢ଼ାଉଛି ବିପଦ!

ସବୁ ଜିନିଷର ଅତ୍ୟଧିକ ମାତ୍ରା କ୍ଷତିକାରକ। ତାହା ଆମ ସ୍ବାସ୍ଥ୍ୟ ଜନିତ ହୋଇଥାଉ ନା କାହିଁକି। କରୋନା ସଂକ୍ରମଣ ସମୟରେ ଏମିତି କିଛି ଦେଖିବାକୁ ମିଳିଛି।...

ପେପ୍ଲମ୍‌ କୁର୍ତ୍ତା

କୁର୍ତ୍ତା ଏକ କମ୍ଫଟେବଲ ଆଉଟ୍‌ଫିଟ୍‌। ଖାସ୍‌କରି ପେପ୍ଲମ୍‌ କୁର୍ତ୍ତା ହେଉଛି ସେମିତି ଏକ କୁର୍ତ୍ତା, ଯାହା ଧୋତି ପ୍ୟାଣ୍ଟ ହେଉ କିମ୍ବା ପ୍ଲାଜୋ ଅବା ଓ୍ବାଇଡ୍‌-ଲେଗ୍‌...

ବୁଧବାର ବିଶ୍ୱକର୍ମା ପୂଜା: ରାଶି ଅନୁଯାୟୀ ଏପରି କରନ୍ତୁ ଉପାୟ, ବ୍ୟବସାୟରେ ହେବ ଉନ୍ନତି

ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଋଷିଙ୍କୁ ପୂଜା କରାଯାଇଥାଏ। ଏହାଦ୍ୱାରା ବ୍ୟାପାରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ମାନ୍ୟତା ରହିଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବର...

ଗର୍ଭାବସ୍ଥାରେ ବାନ୍ତି

ଗର୍ଭାବସ୍ଥାରେ ଅନେକ ମହିଳାଙ୍କର ବାନ୍ତି ସମସ୍ୟା ଦେଖା ଦେଇଥାଏ। ଯଦିଓ ଏହା ଏକ ପ୍ରାକୃତିକ ପ୍ରକ୍ରିୟା, ତଥାପି ବାରମ୍ବାର ଏପରି ହେବା ଦ୍ୱାରା ଶରୀରରୁ ଜଳିୟାଂଶ...

Advertisement
Archives

Model This Week