ବ୍ରିଟେନ ସ୍ବରାଷ୍ଟ୍ର ସଚିବ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ୟୁରୋପୀୟ ସଂଘରୁ ବ୍ରିଟେନ୍‌ ଓହରିଯିବା ବା ବ୍ରେକ୍‌ଜିଟ ପ୍ରସଙ୍ଗ ଇଂଲିଶମାନଙ୍କ ପାଇଁ ଦୀର୍ଘଦିନ ହେବ ଅସ୍ପଷ୍ଟ ରହିଆସିଛି। ବ୍ରେକ୍‌ଜିଟ ସପକ୍ଷ ଓ ବିପକ୍ଷଙ୍କ ମଧ୍ୟରେ ବିତର୍କ ଲାଗି ରହିଛି। ପରିସ୍ଥିତି ଏଭଳି ସ୍ତରକୁ ଯାଇଛି ଯେ, ଡେଭିଡ୍‌ କାମେରନ୍‌ ଓ ଥେରେସା ମେ’ଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି। ନିକଟରେ ବୋରିସ୍‌ ଜନସନ୍‌ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲ ସ୍ଥାନ ପାଇ ଗୁରୁତ୍ୱପୂର୍ଣ୍ଣ ସ୍ବରାଷ୍ଟ୍ର ସଚିବ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପାକିସ୍ତାନୀ ବଂଶୋଦ୍ଭବ ସାଜିଦ୍‌ ଜାଭିଦ୍‌ଙ୍କ ସ୍ଥାନରେ ପ୍ରୀତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସାଜିଦ୍‌ଙ୍କୁ ଟ୍ରେଜେରି ବିଭାଗ ବୁଝିବା ପାଇଁ ଦାୟିତ୍ୱ ଦିଆଯାଇଛି। ପ୍ରୀତି ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନ୍‌ର ସ୍ବରାଷ୍ଟ୍ର ସଚିବ ହୋଇଥିବାରୁ ଏହା ଭାରତ ପାଇଁ ଗର୍ବର ବିଷୟ ହୋଇଛି।
ପ୍ରୀତି ପଟେଲ ୨୯ ମାର୍ଚ୍ଚ ୧୯୭୨ରେ ଲଣ୍ଡନର ହାରୋଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାପିତା ଥିଲେ ଗୁଜରାଟି। ସେମାନେ ୧୯୬୦ରେ ଉଗାଣ୍ଡା ଚାଲିଯାଇଥିଲେ। ସେଠାରୁ ଫେରି ବ୍ରିଟେନରେ ରହିଥିଲେ। କେଲ୍‌ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ପରେ ପ୍ରୀତି ୟୁନିଭର୍ସିଟି ଅଫ୍‌ ଏସେକ୍ସରୁ ବ୍ରିଟିଶ ଗଭର୍ନମେଣ୍ଟ ଆଣ୍ଡ୍‌ ପଲିଟିକ୍ସ ଉପରେ ସ୍ନାତକୋତ୍ତର ଡିିଗ୍ରୀ ଅଜର୍ର୍ନ କରିଥିଲେ। ସେତେବେଳେ ତାଙ୍କ ପାଇଁ ଆଦର୍ଶ ପାଲଟିଥିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥାଚର। ଘର, ବ୍ୟବସାୟ, ଅର୍ଥନୀତି, ରାଜନୀତି ଆଦି ପ୍ରତି କ୍ଷେତ୍ରକୁ ପରିଚାଳନା କରିବାରେ ଦକ୍ଷତା ରଖିଥିବା ମାର୍ଗାରେଟଙ୍କ ଜୀବନଶୈଳୀକୁ ସେ ଅନୁସରଣ କରୁଥିବା କହିଥାଆନ୍ତି। ତେବେ ସ୍ନାତକ ଶେଷ କରିବା ପରେ କଞ୍ଜରଭେଟିଭ୍‌ ସେଣ୍ଟ୍ରାଲ ଅଫିସ୍‌ରେ କାର୍ଯ୍ୟ କରିବା ଲାଗି ତାଙ୍କୁ ସୁଯୋଗ ମିଳିଥିଲା। କଞ୍ଜରଭେଟିଭ୍‌ ରିସର୍ଚ୍ଚ ଡିପାର୍ଟମେଣ୍ଟର ତତ୍କାଳୀନ ମୁଖ୍ୟ ଆଣ୍ଡ୍ର୍ୟୁ ଲାନ୍‌ସଲେ ପ୍ରୀତିଙ୍କୁ ସେଠାରେ ନିଯୁକ୍ତ କରିଥିଲେ। ୧୯୯୫ରୁ ୯୭ ଯାଏ ସେ କାର୍ଯ୍ୟ କରିବା ପରେ ସମ୍ପୃକ୍ତ ଅଫିସ୍‌ରୁ ଅପସରି ଯାଇଥିଲେ। ପରେ ସେ ସେହିବର୍ଷ କଞ୍ଜରଭେଟିଭ୍‌ ପାର୍ଟିରେ ଯୋଗ ଦେଇ ନୂଆ ନେତା ଉଇଲିୟମ୍‌ ହଗ୍‌ଙ୍କ ପାଇଁ କାର୍ଯ୍ୟ କରିଥିଲେ। ହେଲେ ୨୦୦୦ରେ ପ୍ରୀତି କଞ୍ଜରଭେଟିଭ୍‌ ପାର୍ଟି କାମ ଛାଡ଼ି ଓ୍ବେବର ସାଣ୍ଡ୍‌ଉଇକ୍‌ ନାମକ ଏକ ଜନସମ୍ପର୍କ ପରାମର୍ଶଦାତା ଫାର୍ମରେ ଯୋଗ ଦେଇଥିଲେ। ରାଜନୀତି ଓ ଜନସମ୍ପର୍କ କାର୍ଯ୍ୟ କଲା ଭିତରେ ସେ ବହୁ ଅଭିଜ୍ଞତା ଅର୍ଜନ କରିଥିଲେ। ତେବେ ପ୍ରୀତି ବ୍ରିଟେନ୍‌ର ପ୍ରତ୍ୟକ୍ଷ ରାଜନୀତିରେ ୨୦୦୫ରେ ପାଦ ଥାପିଥିଲେ। ସେ ନଟିଙ୍ଗହାମ୍‌ ନର୍ଥରୁ କଞ୍ଜରଭେଟିଭ୍‌ ପାର୍ଟି ପ୍ରାର୍ଥୀ ହୋଇଥିଲେ ହେଁ ଲେବର ପାର୍ଟିର ଏମ୍‌ପି ରହିଥିବା ଗ୍ରାହାମ୍‌ ଆଲେନ୍‌ଙ୍କଠାରୁ ହାରିଯାଇଥିଲେ। ଏହା ପରେ ସେ ୨୦୦୭ରେ କର୍ପୋରେଟ୍‌ ଆଣ୍ଡ୍‌ ପବ୍ଲିକ୍‌ ଆଫାୟାର୍ସ ପ୍ର୍ରାକ୍ଟିସେସ୍‌ରେ ଡାଇରେକ୍ଟର ଭାବେ ଯୋଗଦେଇଥିଲେ। ୨୦୦୫ ନିର୍ବାଚନରେ ପରାଜିତ ହେବା ପରେ ତାଙ୍କୁ ଜଣେ ଉଦୀୟମାନ ସାଂସଦ ପ୍ରାର୍ଥୀ ଭାବେ ଖୋଜି ବାହାର କରିଥିଲେ ଦଳର ନେତା ଡେଭିଡ୍‌ କାମେରନ୍‌। ଫଳରେ ୨୦୧୦ରେ ପ୍ରୀତି ଉଇଥାମ୍‌ରେ ନିର୍ବାଚନ ଲଢ଼ି ଜିତିଥିଲେ। ପରବର୍ତ୍ତୀ ସମୟରେ ସେ ୨୦୧୫ରେ କଞ୍ଜରଭେଟିଭ୍‌ ପାର୍ଟି ପକ୍ଷରୁ ଲଢ଼ି ନିଜ ଆସନ ବଜାୟ ରଖିଥିଲେ। କାମେରନ୍‌ ସରକାରରେ ସେ ନିଯୁକ୍ତି ସଂକ୍ରାନ୍ତ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ହେଲେ ବ୍ରେକ୍‌ଜିଟ୍‌କୁ ନେଇ କାମେରନ୍‌ ଇସ୍ତଫା ଦେବା ପରେ ପ୍ରୀତି କଞ୍ଜରଭେଟିଭ୍‌ ନେତ୍ରୀ ଥେରେସା ମେ’ଙ୍କୁ ସମର୍ଥନ ଦେଇଥିଲେ। ପରେ ଥେରେସା ତାଙ୍କୁ ଅନ୍ତର୍ଜାତୀୟ ବିକାଶ ସଚିବ ରୂପେ ନିଯୁକ୍ତ କରିଥିଲେ। ହେଲେ ୨୦୧୭ରେ ଇସ୍ରାଏଲ ସରକାରଙ୍କ ସହ ଲୁଚାଛପାରେ ବୈଠକ କରି ସେ ବିବାଦ ଘେରକୁ ଆସିଥିଲେ। ଫଳସ୍ବରୂପ ତାଙ୍କୁ ଉକ୍ତ ସଚିବ ପଦରୁ ଅନ୍ତର କରାଯାଇଥିଲା। ଏବେ ବୋରିସ୍‌ ଜନ୍‌ସନଙ୍କ ନେତୃତ୍ୱରେ ଗଠିତ ସରକାରରେ ସେ ଗୁରୁତ୍ୱପୂର୍ଣ୍ଣ ସ୍ବରାଷ୍ଟ୍ର ସଚିବ ଭାବେ ଦାୟିତ୍ୱ ପାଇବା ତାଙ୍କ ଲମ୍ବା ରାଜନୈତିିକ ଅଭିଜ୍ଞତାକୁ ଦର୍ଶାଉଛି। ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ଓ ବ୍ରିଟେନ୍‌ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବେ ବୋଲି ପ୍ରୀତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri