ବ୍ରିଟେନ ରାଜ ପରିବାରକୁ ବଡ଼ ଝଟ୍‌କା: କରୋନାରେ ସଂକ୍ରମିତ ପ୍ରିନ୍ସ ଚାଲର୍‌ସ

ଲଣ୍ଡନ,୨୫।୩: ସାରା ବିଶ୍ୱରେ କରୋନା ଭାଇରସ୍‌ ବେ-ଲଗାମ୍‌ ହୋଇପଡ଼ିଛି। ଏହାକୁ ରୋକିବା ପାଇଁ ସାରା ଦେଶ ନିଜ ପକ୍ଷରୁ ବିଭିନ୍ନ ସତର୍କତା ଅବଲମ୍ବନ କରିବା ସହ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାରି ଭିତରେ ବ୍ରିଟେନ ରାଜ ପରିବାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। କରୋନା କବଳରୁ ରାଜ ପରିବାର ବର୍ତ୍ତିପାରି ନ ଥିବା ବେଳେ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ବଡ଼ ପୁଅ ପ୍ରିନ୍ସ ଚାଲର୍‌ସଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ବୁଧବାର ଏନେଇ ବକିଂହାମ୍‌ ପ୍ୟାଲେସ୍‌ରୁ ସୂଚନା ମିଳିଛି। ୭୧ ବର୍ଷୀୟ ପ୍ରିନ୍ସ ଚାଲର୍‌ସଙ୍କୁ ସ୍କଟ୍‌ଲାଣ୍ଡରେ ଥିବା ଘରେ ଆଇସୋଲେଶନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ବେଳେ ଚାଲର୍‌ସ ଘରେ ରହି କାମ କରିବେ ବୋଲି ସୂଚନା ମିଳିଛି। ସେହିପରି ଚାଲର୍‌ସଙ୍କ ପତ୍ନୀ ଡଚେସ୍‌ ଅଫ୍‌ କର୍ନଓ୍ବାଲଙ୍କ ମଧ୍ୟ କରୋନା ଯାଞ୍ଚ କରାଯାଇଛି। ତେବେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ନିକଟରେ ଚାଲ୍ସ ଏକ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରୁ ଆସିବା ପରେ ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେଇଥିଲା। ଯାଞ୍ଚ କରାଯିବା ପରେ ବୁଧବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ସୂଚନାଯୋଗ୍ୟ, ବ୍ରିଟେନରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୮ହଜାରରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଥିରେ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରୋଗୀଙ୍କ ନିକଟରେ ବଢୁଛି ଫଙ୍ଗାଲ ଇନଫେକ୍ସନର ଭୟ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୪ ।୯: କରୋନା ସଂକ୍ରମଣ ପାଇଁ ଦାୟୀ ମ୍ୟୁଟେଣ୍ଟ ବାରମ୍ବାର ତା’ର ରୂପ ବଦଳାଉଛି । ସେଥିପାଇଁ କରୋନାର ଔଷଧ ଓ ଟିକା ନିଜ ନିଜର...

ଘୋଡ଼ାକୁ ବେହୋସ୍‌ କରୁଥିବା ଇଞ୍ଜେକସନ୍‌ ନେଉଛନ୍ତି ଆମେରିକା ଯୁବବର୍ଗ

ଓ୍ବାଶିଂଟନ, ୩।୨: ଏବେ ଆମେରିକା ଯୁବବର୍ଗ ନିଶାର ଏକ ନୂଆ ମହାମାରୀ କବଳରେ ପଡ଼ିଛନ୍ତି। ସେମାନେ ଘୋଡ଼ାକୁ ବେହୋସ୍‌ କରିବା ଲାଗି ବ୍ୟବହାର କରାଯାଉଥିବା ଇଞ୍ଜେକସନ୍‌...

ଗୁଜରାଟରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଗାନ୍ଧିନଗର,୪ ।୧୨: ଦେଶରେ ଆଉ ଜଣେ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେ ୨ ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ ବିମାନ...

ପଶ୍ଚିମ ଏସିଆରେ ପହଞ୍ଚିବ ଭାରତୀୟ ରେଳ ଲାଇନ, ୪ ଦେଶର ଯୋଜନା, ଡୋଭାଲଙ୍କ ଉପରେ ଦାୟିତ୍ୱ…

ନୂଆଦିଲ୍ଲୀ/ରିୟାଦ,୮।୫ : ସୌଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ଅନେକ ଗଲ୍ଫ ଦେଶରେ ଶୀଘ୍ର ଭାରତୀୟ ଟ୍ରେନ ଚଳାଚଳ କରିବ। ଏହି ପ୍ରକଳ୍ପ...

ରେଡ୍‌ ଜୋନ୍‌ରୁ ଚୌଦ୍ୱାର ଫେରିଥିଲେ: ପୌରପାଳିକା ତରଫରୁ ଘରେ ଲାଗିଲା ହୋମ୍‌ କ୍ୱାରାଣ୍ଟାଇନ ସୂଚନା ଫଳକ

ଚୌଦ୍ୱାର,୨ା୫(ଡି.ଏନ୍‌.ଏ.): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କଟକ ଜିଲା ଚୌଦ୍ୱାର ପୌରପାଳିକା ତରଫରୁ ଗାନ୍ଧିଛକସ୍ଥିତ ପୌର ଟାଉନ ହଲରେ କ୍ୱାରାଣ୍ଟାଇନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।...

ମହିଳାଙ୍କ ପାଇଁ ତାଲିବାନର ଆଉ ଏକ ନୂଆ ନିୟମ: ବିନା ପୁରୁଷ ଅଭିଭାବକରେ ବିମାନରେ ଯାତ୍ରା ମନା

କାବୁଲ,୨୯ ।୩: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ତାଲିବାନର ଶାସନ ବେଳକୁ ବେଳ କଠୋର ହୋଇ ଚାଲିଛି । ଯାହା ଅନୁମାନ କରାଯାଉଥିଲା ଏବେ...

ରାଜ୍ୟରେ ୯,୦୦୮ କୋଭିଡ୍‌ ବେଡ୍‌

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ହୁହୁ ବଢ଼ୁଛି। ଅନୁରୂପ ଭାବେ କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ ବେଡ୍‌ ଅଭାବ...

ବ୍ରାଜିଲରେ ବର୍ଷା, ଭୂସ୍ଖଳନରେ ୭୮ ଲୋକ ମୃତ

ବ୍ରାସିଲିଆ,୧୭ ।୨: ବ୍ରାଜିଲର ରିଓ ଡି ଜେନେରିଓ ରାଜ୍ୟର ପାର୍ବତୀୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଇ...

Advertisement
Archives

Model This Week