ବ୍ରିଟେନ୍‌ରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ଟପିବା ଆଶଙ୍କା: ୨୦୨୪ ପର୍ଯ୍ୟନ୍ତ ମାନିବାକୁ ପଡ଼ିବ ସାମାଜିକ ଦୂରତା ନିୟମ

ଲଣ୍ଡନ,୧୧।୫: ବ୍ରିଟେନ୍‌ରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ଆସନ୍ତା ୨୦୨୪ ପର୍ଯ୍ୟନ୍ତ ସାମାଜିକ ଦୂରତା ନିୟମ ମାନିବାକୁ ପଡ଼ିବ। ସେହିପରି ସଂକ୍ରମଣ ଯୋଗୁ ଏଠାରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ଟପିବାର ଆଶଙ୍କା ରହିଛି। ଏସମ୍ପର୍କରେ ବିଷ୍ଟଲ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ରିଟେନ୍‌ରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୭୫ ହଜାର ଛୁଇଁବାର ଆଶଙ୍କା ଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏନେଇ ବିଶ୍ୱବିଦ୍ୟାଳୟର ରିସ୍କ୍‌ ମ୍ୟାନେଜମେଣ୍ଟ୍‌ ବିଭାଗ ପ୍ରଫେସର ଫିଲିପ୍‌ ଥୋମସ୍‌ କହିଛନ୍ତି ଯେ, ସଂକ୍ରମଣ କମିବାକୁ ଆରମ୍ଭ କଲେ ଲକ୍‌ଡାଉନ୍‌ ବ୍ୟବସ୍ଥାକୁ ଧୀରେଧୀରେ ହଟାଇବା ଆବଶ୍ୟକ। ନଚେତ୍‌ ପରିସ୍ଥିତି ଅଧିକ ସଙ୍କଟଜନକ ହେବାର ଆଶଙ୍କା ରହିଛି। ସୂଚନାଯୋଗ୍ୟ, ସୁରକ୍ଷା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଏଠାରେ ଲକ୍‌ଡାଉନ୍‌କୁ ଜୁନ୍‌ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେହିପରି ଜୁଲାଇ ପ୍ରଥମ ସପ୍ତାହରେ ସର୍ବସାଧାରଣ ସ୍ଥଳ ଖୋଲିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଜା ରଖୁ ନ ଥିବା ଲୋକଙ୍କ ପାଇଁ ବଡ଼ ଘୋଷଣା

ଦୁବାଇ,୧୩।୪: ମୁସଲିମ୍‌ ସମ୍ପ୍ରଦାୟର ବଡ଼ ପର୍ବ ରମଜାନ ଏପ୍ରିଲ ୧୪ରୁ ଆରମ୍ଭ ହେବାକୁ ଯାଉଛି। ରମଜାନର ପବିତ୍ର ମାସରେ ଲୋକମାନେ ପରସ୍ପରଙ୍କୁ ଆଲିଙ୍ଗନ କରି ଅଭିବାଦନ...

ଫୋବର୍‌ସରେ ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକା: ନିର୍ମଳା ସୀତାରାମନ ବି ସାମିଲ

ନୂଆଦିଲ୍ଲୀ,୧୩।୧୨: ଫୋବର୍‌ସ ପକ୍ଷରୁ ବିଶ୍ୱର ସବୁଠାରୁ ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ସ୍ଥାନ ମିଳିଛି।...

ବିକଳ୍ପ ଶକ୍ତି ଭବିଷ୍ୟତର ଭରସା

ଜାତିସଂଘ: ବିଶ୍ୱରେ ୧୪ ଡିସେମ୍ବରରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଶକ୍ତି କ୍ଷୟ ରୋକିବା ଓ ଏହାର ବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ...

ଦିଲ୍ଲୀରୁ ଆସିଲେ ୪୯୬ ପ୍ରବାସୀ, ଗଲେ ୪୨୭

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଦିଲ୍ଲୀରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସିଥିବା ପ୍ରଥମ ସ୍ବତନ୍ତ୍ର ଟ୍ରେନ୍‌ ଶୁକ୍ରବାର ସନ୍ଧ୍ୟା ୭ଟା ୧୦ରେ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିଥିଲା। ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ...

ଖୋଲିଲା ସ୍କୁଲ: ପ୍ଲାଷ୍ଟିକ ଟେଣ୍ଟରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ। କରୋନା ପାଇଁ ଏବେ ସବୁକିଛି ବଦଳିଯାଇଛି। ସ୍କୁଲ, କଲେଜ, ମଲ, ପବ୍ଲିକ ଟ୍ରାନ୍ସପୋର୍ଟ, ପବ୍‌ ଆଦି। ଲୋକମାନେ ଧୀରେ...

୫ ମହିଳାଙ୍କୁ ଚୁମ୍ବନ ଦେଲେ ଡୁଟେର୍ଟେ

ଟୋକିଓ,୨ା୬(ଆଇଏଏନ୍‌ଏସ୍‌ ): ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଏକ ବିଚିତ୍ର କାରନାମାକୁ ନେଇ ଏବେ ଚର୍ଚ୍ଚାରେ। ସେ ଜାପାନର ରାଜଧାନୀ ଟୋକିଓରେ ଏକ କାର୍ଯ୍ୟକ୍ରମରେ ଭାଷଣ...

ରାଜ୍ୟରେ ୩୦୫ କରୋନା ପଜିଟିଭ୍‌ ଚିହ୍ନଟ: ୩ ମୃତ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର ୩୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ...

ପାକ୍‌ରେ ମାଲାଲାଙ୍କୁ ବିରୋଧ

ବ୍ରିଟେନରେ ରହୁଥିବା ନୋବେଲ ପୁରସ୍କାର ବିଜୟିନୀ ଶିକ୍ଷା ଅଧିକାର କର୍ମୀ ମାଲାଲା ୟୁସୁଫ୍‌ଜାଇଙ୍କ ବିରୋଧରେ ପାକିସ୍ତାନର ଘରୋଇ ସ୍କୁଲ ସଂଘ ଏକ ବୃତ୍ତଚିତ୍ର ଲଞ୍ଚ୍‌ କରିଛି।...

Advertisement
Archives

Model This Week