ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ମୋଦିଙ୍କ ଉଦ୍‌ବୋଧନ:ଭାରତ ସବୁଠୁ ମୁକ୍ତ ଅର୍ଥନୀତି

ବ୍ରାସିଲିଆ,୧୫-୧୧(ପି.ଟି.):ଭାରତ ବିଶ୍ୱରେ ସବୁଠୁ ମୁକ୍ତ ଓ ନିବେଶ ଅନୁକୂଳ ଅର୍ଥନୀତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ଗୁରୁବାର ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ୫ ସଦସ୍ୟ ରାଷ୍ଟ୍ର ଆର୍ଥିକ ବିକାଶ ଦିଗରେ ଅଗ୍ରସର ହେଉଛନ୍ତି। ଭାରତରେ ପୁଞ୍ଜିନିବେଶର ଅସୀମ ସମ୍ଭାବନା ଓ ସୁଯୋଗ ରହିଥିବାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବ୍ୟବସାୟୀମାନେ ସେଠାରେ ପୁଞ୍ଜିବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ଭାରତରେ ରାଜନୈତିକ ସ୍ଥିରତା ସାଙ୍ଗକୁ ଆଶାଜନକ ନୀତି ନିର୍ଦ୍ଧାରଣ ଏବଂ ବ୍ୟବସାୟ ଅନୁକୂଳ ସଂସ୍କାର ଯୋଗୁ ଏହା ସବୁଠୁ ମୁକ୍ତ ଅର୍ଥନୀତିରେ ପରିଣତ ହୋଇଛି। ୨୦୨୪ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। କେବଳ ଭିତ୍ତିଭୂମି ସେକ୍ଟରରେ ୧.୫ ଟ୍ରିଲିୟନ ଡଲାର ନିବେଶର ସୁଯୋଗ ରହିଛି। ତେଣୁ ବ୍ରିକ୍ସ ରାଷ୍ଟ୍ରର ବ୍ୟବସାୟୀମାନଙ୍କୁ ଏହାର ସୁଯୋଗ ନେବା ଲାଗି ଆମନ୍ତ୍ରଣ କରୁଛି ବୋଲି ମୋଦି କହିଥିଲେ। ବିଶ୍ୱ ମାନ୍ଦାବସ୍ଥା ସତ୍ତ୍ୱେ ଆର୍ଥତ୍କ ଅଭିବୃଦ୍ଧିର ୫୦ ପ୍ରତିଶତ ବ୍ରିକ୍ସ ରାଷ୍ଟ୍ରଗୁଡିକର ଅବଦାନ। ଏହି ରାଷ୍ଟ୍ରଗୋଷ୍ଠୀ ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସହ ପ୍ରଯୁକ୍ତି ଓ ଅଭିନବ ପ୍ରୟାସ ବଳରେ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିପାରିଛନ୍ତି। ବ୍ରିକ୍ସ ଗଠନ ହେବାର ୧୦ ବର୍ଷ ପରେ ଭବିଷ୍ୟତ ପାଇଁ ଏହା ଏକ ଭଲ ପ୍ଲାଟଫର୍ମରେ ପରିଣତ ହୋଇପାରିଥିବା ମୋଦି କହିଥିଲେ।
ଏକାଦଶ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ବାଣିଜ୍ୟ ଓ ପୁଞ୍ଜିନିବେଶ ପ୍ରସଙ୍ଗରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥଣ୍ଡା ପାଣିରେ ବୁଡ଼ ପକାଇ ପରମ୍ପରା ପାଳନ କଲେ ପୁଟିନ୍‌

ମସ୍କୋ,୨୦।୧: ରୁଷ୍‌ ରାଷ୍ଟ୍ରପତି ବ୍ଲାଡ଼ିମୀର୍‌ ପୁଟିନ୍‌ ମାଇନସ୍‌ ୨୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ଥଣ୍ଡା ପାଣିରେ ବୁଡ଼ ପକାଇ ପରମ୍ପରା ପାଳନ କରିଛନ୍ତି। ୬୮ ବର୍ଷ...

ଅସ୍ତ୍ରବିରତି ପରେ ବି ଚାଲିଛି ଗୁଳିମାଡ

କ୍ୱିଭ,୬ ।୩: ଶନିବାର ରୁଷିଆ ୟୁକ୍ରେନର ଦୁଇଟି ସହରରେ ଅସ୍ତ୍ରବିରତି ଘୋଷଣା କରିଥିଲା । ହେଲେ ଏହା ପରେ ବି ରୁଷିଆ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା...

କାନାଡାର ଏୟାରସ୍ପେସ୍‌ରେ ପଶିଲା ରୁଷିଆ ଫ୍ଲାଇଟ୍‌

ଟୋରୋଣ୍ଟୋ,୨୮।୨: ରୁଷିଆନ ଏୟାରଲାଇନ୍‌ ଏରୋଫ୍ଲଟ୍‌ ରବିବାର କାନାଡାର ଏୟାରସ୍ପେସ୍‌ ବ୍ୟବହାର କରି ପ୍ରତିବନ୍ଧକ ଉଲ୍ଲଂଘନ କରିଛି। ଏ ନେଇ ରେଗୁଲେଟର ଟ୍ରାନ୍ସପୋର୍ଟ କାନାଡା ପକ୍ଷରୁ ରବିବାର...

ଘରେ ବସି ମାସକୁ ଦରମା ଲକ୍ଷେ: ୩ ବର୍ଷରେ ମିଳିବ ୩୮ ଲକ୍ଷ

ବର୍ଲିନ୍‌, ୨୯।୮: କରୋନା ମହାମାରୀ ସମୟରେ ପୁଣି ଘରେ ବସି ମାସକୁ ଲକ୍ଷେ ଟଙ୍କା ଦରମା ମିଳିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।...

‘ବାଜପେୟୀଙ୍କଠାରୁ କିଛି ଶିଖନ୍ତୁ ଇମ୍ରାନ’

ଇସଲାମାବାଦ,୯ା୪: ପାକିସ୍ତାନରେ ରାଜନୈତିକ ବିବାଦର କୌଣସି ଅନ୍ତ ନ ଥିବା ପରି ମନେହୁଏ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ଅଧିବେଶନ ଡକାଯାଇଛି, କିନ୍ତୁ ବିରୋଧୀମାନେ କହିଛନ୍ତି...

ଚାଇନାର ଚାଲାକି, ପାକିସ୍ତାନରେ ପ୍ରସ୍ତୁତ ହେଉଛି କରୋନାର ନୂଆ ଷ୍ଟ୍ରେନ୍‌!

ନୂଆଦିଲ୍ଲୀ/ଇସଲାମାବାଦ,୧୫ ।୪: କରୋନା ଭାଇରସର ଉତ୍ପତି ସ୍ଥଳ ଚାଇନା । ଏବେ ଏହି ସନ୍ଦେହ ଦୂର ହୋଇ ନ ଥିବା ବେଳେ ପୁଣି ଏକ ବିପଦ...

ରୁଷିଆରେ ଖବରଦାତାଙ୍କ କାର୍ଯ୍ୟ ବନ୍ଦ କଲା ବିବିସି

ଲଣ୍ଡନ,୫।୩ : ରୁଷିଆ ପାର୍ଲାମେଣ୍ଟର ନିମ୍ନ ସଦନ(ଡୁମା) ଶୁକ୍ରବାର ଏକ ନୂଆ ଆଇନ ଅନୁମୋଦନ କରିଛି। ଏଥିରେ ରୁଷିଆ ସଶସ୍ତ୍ର ବାହିନୀ ବିରୋଧରେ ମିଥ୍ୟା ଖବର...

ପ୍ରସିଦ୍ଧ ଟ୍ରେଭି ଫାଉଣ୍ଟେନ୍‌ ବୁଲିବାକୁ ଗଲେ ମୋଦି

ରୋମ,୩୧।୧୦: ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଟାଲୀର ରାଜଧାନୀ ରୋମରେ ଅଛନ୍ତି। ଜି -୨୦ ଶିଖର ସମ୍ମିଳନୀରେ ଭାଗ...

Advertisement
Archives

Model This Week