Posted inଖେଳ

ବ୍ରାଜିଲ ଟେନିସ ଖେଳାଳି ଆଜୀବନ ବାସନ୍ଦ

ମେଲବୋର୍ନ,୨୫।୧(ଏଏଫ୍‌ପି)- ପୂର୍ବତନ ଟପ୍‌ ୧୦୦ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ଜୋଆଓ ସୋଉଜାଙ୍କୁ ଆଜୀବନ ବାସନ୍ଦାଦେଶରେ ଦଣ୍ଡିତ କରାଯାଇଛି। ଏଥିସହିତ ମ୍ୟାଚ୍‌ ଫିକ୍ସିଂ ଓ ଅନ୍ୟ ଦୁର୍ନୀତି ପାଇଁ ଦୁଇ ଲକ୍ଷ ଆମେରିକୀୟ ଡଲାର ଜରିମାନା କରାଯାଇଛି। ଏ ନେଇ ଟେନିସ ଇଣ୍ଟେଗ୍ରିଟି ୟୁନିଟ୍‌ (ଟିଆଇୟୁ) ପକ୍ଷରୁ ଶନିବାର କୁହାଯାଇଛି। ବ୍ରାଜିଲ, ମେକ୍ସିକୋ, ଚେକ୍‌ ଗଣତନ୍ତ୍ର ଓ ଆମେରିକାରେ ଅନୁଷ୍ଠିତ ଏଟିପି ଚ୍ୟାଲେଞ୍ଜର ଓ ଆଇଟିଏଫ୍‌ ଫ୍ୟୁଚର ଇଭେଣ୍ଟରେ ସୋଉଜା ମ୍ୟାଚ୍‌ ଫିକ୍ସିଂ କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ବ୍ରାଜିଲିଆନ ଖେଳାଳି ଏବେ ବିଶ୍ୱର ୭୪୨ତମ ର଼୍ୟାଙ୍କରେ ଅଛନ୍ତି। ସେ ୨୦୧୫ରେ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ୬୯ରେ ପହଞ୍ଚିଥିଲେ। ମ୍ୟାଚ୍‌ ଫିକ୍ସିଂ ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଥିବା ସମ୍ପର୍କରେ (ଟିଆଇୟୁ)କୁ ଜଣାଇ ନ ଥିଲେ। ପ୍ରମାଣ ନଷ୍ଟ କରିବା ସହ ଅନ୍ୟ ଖେଳାଳିଙ୍କୁ ସାମର୍ଥ୍ୟ ଅନୁଯାୟୀ ନ ଖେଳିବାକୁ ପ୍ରବର୍ତ୍ତାଇ ଥିଲେ। ୩୧ ବର୍ଷିୟ ସୋଉଜାଙ୍କୁ ଗତ ମାର୍ଚ୍ଚରୁ ସାମୟିକ ବାସନ୍ଦ କରାଯାଇଛି। ଏହି ମାମଲାର ଶୁଣାଣି ଚଳିତ ମାସ ଲଣ୍ଡନଠାରେ କରାଯାଇଥିଲା। ବ୍ରାଜିଲିଆନ ଖେଳାଳି ଜୀବନରେ କଦାପି କୌଣସି ଟେନିସ ଇଭେଣ୍ଟରେ ଖେଳିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ନେଇ ବଡ଼ ଖୁଲାସା କଲେ ସିରାଜ

ନୂଆଦିଲ୍ଲୀ,୨୧।୧: ଭାରତୀୟ ପେସର ମହମ୍ମଦ ସିରାଜ ଗୁରୁବାର ସିଡ୍‌ନୀ ଟେଷ୍ଟ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। ସିଡ୍‌ନୀ ଟେଷ୍ଟରେ ଦର୍ଶକମାନେ ବାରମ୍ବାର ବର୍ଣ୍ଣବୈଷମ୍ୟ ଆକ୍ଷେପ...

୧୫୦ ଟେଷ୍ଟ ମ୍ୟାଚ୍‌ ଖେଳିବାରେ ଆଣ୍ଡରସନ ପ୍ରଥମ ଦ୍ରୁତ ବୋଲର

ସେଞ୍ଚୁରିୟନ, ୨୬।୧୨- ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ଉଇକେଟ୍‌ ହାସଲ କରିଥିବା ଜେମ୍ସ ଆଣ୍ଡରସନ ଗୁରୁବାର ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ୱର ପ୍ରଥମ...

ପ୍ରଥମ ଭାରତୀୟ ଭାବେ ଏମିତି ସମ୍ମାନ ପାଇଲେ ସ୍ମୃତିି

ନୂଆଦିଲ୍ଲୀ,୨୪।୧: ସମସ୍ତ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନା ୨୦୨୧ ମସିହା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା...

ଜାଭେଲିନ ଥ୍ରୋୟର ନିରଜଙ୍କୁ ଅଲିମ୍ପକ୍ସ ଯୋଗ୍ୟତା

ନୂଆଦିଲ୍ଲୀ,୨୯।୧- ଷ୍ଟାର ଜାଲେଭିନ ଥ୍ରୋୟର ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଆଥ୍‌ଲେଟିକ୍ସ ସେଣ୍ଟ୍ରାଲ ନର୍ଥ ଇଷ୍ଟ ପ୍ରତିଯୋଗିତାରେ ସେ ୮୭.୮୬...

ଭାରତୀୟ କ୍ରିକେଟର୍‌ର କର୍ନଲ କିଏ ଜାଣନ୍ତି, ତାଙ୍କ ରେକର୍ଡ ଭାଙ୍ଗିପାରି ନ ଥିଲେ ସଚିନ-ଗାଭାସ୍କର

ଭାରତର ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ଆଜି ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। କର୍ନଲ ଭାବରେ ଜଣାଶୁଣା ଦିଲୀପ କ୍ରିକେଟ ଇତିହାସରେ ଏକ ଅବିସ୍ମରଣୀୟ ଛାପ...

ମର୍ସିଡିଜ୍‌ ସହ ପ୍ରଥମ ଫର୍ମୁଲା ଓ୍ବାନ୍‌ ରେସ୍‌ ଜିତିଲେ ରସେଲ

ସାଓ ପାଓଲୋ, ୧୫ା୧୧: ବ୍ରାଜିଲିଆନ ଗ୍ରାଁ ପ୍ରିରେ ଜର୍ଜ ରସେଲ ମର୍ସିଡିଜ୍‌ ଟିମ୍‌ ସହ ପ୍ରଥମ ଫର୍ମୁଲା ଓ୍ବାନ୍‌ ରେସ୍‌ ଜିତିଛନ୍ତି। ସେ ତାଙ୍କ ନିକଟତମ...

ମହିଳା ଚ୍ୟାଲେଞ୍ଜର ଟ୍ରଫି ଖରାପ ପାଗ ଯୋଗୁ ଆଶଙ୍କାରେ ପ୍ରଥମ ମ୍ୟାଚ

କଟକ ଅଫିସ,୪ା୧-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଶନିବାରଠାରୁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଦିବସରେ...

ଧୋନୀଙ୍କ ୪୦ ଫୁଟ ଉଚ୍ଚତାର ପୋଷ୍ଟର ଲଗାଇଲେ ୧୦ ହଜାର ପ୍ରଶଂସକ

ଥିରୁଭାନନ୍ତପୁରମ୍‌,୯।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୫ ମାସ ହେବ କ୍ରିକେଟରୁ ଦୂରେଇ ଅଛନ୍ତି। କିନ୍ତୁ ଭାରତ ଖେଳୁଥିବା ପ୍ରତ୍ୟେକ...

Advertisement
Archives

Model This Week