Posted inଖେଳ

ବ୍ରାଏଣ୍ଟଙ୍କ ହ୍ୟାଣ୍ଡ୍‌ପ୍ରିଣ୍ଟ୍‌, ଜର୍ସି ନିଲାମ ହେବ

ନ୍ୟୁୟର୍କ, ୨୮ା୨ (ଏପି)- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ କେତୋଟି ପ୍ରମୁଖ ସ୍ମାରକୀ ନିଲାମ ହେବ। ତନ୍ମଧ୍ୟରେ ତାଙ୍କର ଦୁଇଟି ଲସ୍‌ ଏଞ୍ଜେଲ୍ସ ଲେକର୍ସ ୟୁନିଫର୍ମ, ଗ୍ରାଉମାନ୍ସ ଚାଇନିଜ ଥିଏଟର ହଲ୍‌ ଅଫ୍‌ ଫେମ୍‌ ଗ୍ୟାଲେରୀରେ ସ୍ଥାନ ପାଇବା ବେଳର ସିମେଣ୍ଟ ହ୍ୟାଣ୍ଡ୍‌ପ୍ରିଣ୍ଟ୍‌ ଅନ୍ୟତମ। ଏସବୁର ଏପ୍ରିଲରେ ନିଲାମ ଏପ୍ରିଲ ୩୦ରେ ହେବ ବୋଲି ନିଲାମକାରୀ ଜୁଲିଏନ୍ସ ଅକ୍ସନ୍ସ ତରଫରୁ ସୂଚନା ଦିଆଯାଇଛି। ସଂସ୍ଥା ତରଫରୁ ପ୍ରତିବର୍ଷ ବିଭିନ୍ନ କ୍ରୀଡ଼ାସ୍ମାରକୀ ନିଲାମ କରାଯାଇଥାଏ। ଏଥର ନିଲାମୀରେ ୧୯୮୪ ଲସ୍‌ଏଞ୍ଜେଲ୍ସ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏକ ରୌପ୍ୟ ପଦକ ଏବଂ ୨୦୦୨ ଫିଫା ବିଶ୍ୱକପ୍‌ ସ୍ବର୍ଣ୍ଣ ବିଜେତାଙ୍କ ଏକ ପଦକ ସ୍ଥାନ ପାଇଛି। ଜାନୁୟାରୀ ୨୬ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ବ୍ରାଏଣ୍ଟ , ତାଙ୍କ ଝିଅ ଗାଏନା ଏବଂ ଅନ୍ୟ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ବ୍ରାଏଣ୍ଟଙ୍କ କିଛି ସ୍ମାରକୀ ନିଲାମ ପାଇଁ ଯୋଜନା ହୋଇଥିଲା। ବ୍ରାଏଣ୍ଟଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହା କରାଯାଉଛି ବୋଲି ଜୁଲିଏନ୍ସ ଅକ୍ସନ୍ସର ସଭାପତି ତଥା ସୁଇଓ ଡାରେନ ଜୁଲିଏନ୍‌ ପ୍ରକାଶ କରିଛନ୍ତି। ଯେଉଁ ୟୁନିଫର୍ମଗୁଡ଼ିକ ନିଲାମ ହେବ ତନ୍ମଧ୍ୟରୁ ଗୋଟିଏ ସେ ୨୦୦୦ ଏନ୍‌ବିଏ ଫାଇନାଲ୍ସରେ ପରିଧାନ କରିଥିଲେ। ସେଥିରେ ତାଙ୍କର ଓରିଜିନାଲ ନମ୍ବର ୮ ଲେଖା ଥିଲା। ସେଦିନ ଓ୍ବିଲ୍ଟ ଚାମ୍ବରଲେନ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେ ବ୍ୟବହାର କରିଥିବା ଏକ କଳା ଆର୍ମ ବ୍ୟାଣ୍ଡ୍‌ଟିର ମଧ୍ୟ ବିକ୍ରି ହେବ। ଚାମ୍ବରଲେନ୍‌ଙ୍କ ସେହି ସିଜନରେ ମୃତ୍ୟୁ ଘଟିଥିଲା। ନିଲାମ ହେବାକୁଥିବା ବ୍ରାଏଣ୍ଟଙ୍କ ସାମଗ୍ରୀଗୁଡ଼ିକ ମଧ୍ୟରେ ତାଙ୍କ ଦସ୍ତଖତ ସମ୍ବଳିତ ଆଡିଡାସ ଜୋତା ଏକ ବାସ୍କେଟବଲ ରହିଛି। ଏହି ବାସ୍କେଟବଲ୍‌ଟିରେ ବ୍ରାଏଣ୍ଟଙ୍କ ବ୍ୟତୀତ ୨୦୧୦-୧୧ ଲେକର୍ସ ଟିମ୍‌ର ଅନ୍ୟ ଷ୍ଟାର ଖେଳାଳି ରନ୍‌ ଆର୍ଟେଷ୍ଟ ଏବଂ ପାଉ ଗାସୋଲଙ୍କ ସ୍ବାକ୍ଷର ରହିଥିଲା। ବ୍ରାଏଣ୍ଟଙ୍କ ସ୍ମାରକୀଗୁଡ଼ିକ କେଣ୍ଟିକିସ୍ଥିତ ଜଣେ ସଂଗ୍ରହକାରୀ ତାଙ୍କୁ ବିକ୍ରି କରିଥିବା ଜୁଲିଏନ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟ୍ବିଲାଇଟ୍‌ ଟ୍ରେନିଂ: ଇନ୍ଦୋରରେ ଅଧିକ ୨ ଦିନ ରହିବେ କ୍ରିକେଟର

ଇନ୍ଦୋର,୧୭।୧୧(ପି.ଟି.)- ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ତାରିତଖରୁ ଐତିହାସିକ ଇଡେନ ଗାର୍ଡେନରେ ଦିବାରାତ୍ର ଟେଷ୍ଟ ଖେଳିବ। ପିଙ୍କ୍‌ ବଲ୍‌ ବା ଗୋଲାପୀ...

ଆଇପିଏଲ ପ୍ଲେ ଅଫ୍‌ରେ ବର୍ଷା ହେଲେ କିଏ ହେବ ବିଜେତା: ଜାଣନ୍ତୁ ନିୟମ

ମୁମ୍ବାଇ,୨୩।୫:ଆଇପିଏଲ ପ୍ଲେ ଅଫ ମ୍ୟାଚ ପାଇଁ ପରିଚାଳନା ପରିଷଦ ପକ୍ଷରୁ ନୂତନ ନିୟମ ବିଷୟରେ ପ୍ରକାଶ କରାଯାଇଛି। କ୍ୱାଲିଫାୟର୍‌-୧, ଏଲିମିନେଟର ଏବଂ କ୍ୱାଲିଫାୟର୍‌-୨ରେ ଯଦି ବର୍ଷା...

ଇରିଶ ପାରା-ବ୍ୟାଡ୍‌ମିଣ୍ଟନ: ଓଡ଼ିଶାର ପ୍ରମୋଦଙ୍କୁ ଡବଲ୍‌ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୪।୬(ସ୍ପୋଟର୍‌ସ ବ୍ୟୁରୋ)- ଆୟର୍ଲାଣ୍ଡର ଡବ୍‌ଲିନଠାରେ ଶେଷ ହୋଇଥିବା ଇରିଶ ପାରା-ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ତାରକା ପ୍ରମୋଦ ଭଗତ ୨ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଡବ୍‌ଲିନର...

୩୮ ବର୍ଷ ବୟସରେ ପୁଣି କ୍ରିକେଟ୍‌କୁ ଫେରିଲେ ଏହି ପ୍ରସିଦ୍ଧ ଖେଳାଳି

ଖେଳ ପଡ଼ିଆରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଉତ୍ସାହ ଆବଶ୍ୟକ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜୋହାନ ବୋଥା ଏହି ଉକ୍ତିକୁ ପ୍ରତିପାଦିତ କରିଛନ୍ତି। ଅବସର...

ପଦରୁ ହଟିବା ପରେ କୋହଲିଙ୍କୁ ନେଇ ରବି ଶାସ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୩।୧୧: ଭାରତର ପୂର୍ବ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ...

କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ: ତଦନ୍ତ କିମିଟି ଗଠନ କଲା ସାଇ

ନୂଆଦିଲ୍ଲୀ, ୧୨ା୭ (ପି.ଟି.)-ପଟିଆଲାସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋଟର୍‌ସ (ଏନ୍‌ଆଇଏସ୍‌)ଠାରେ ୩ଜଣ ବକ୍ସର କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଶନିବାର ସ୍ପୋଟର୍‌ସ...

ଏହି ଟିମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ସନି ଲିଓନି

ଦୁବାଇ,୩୧।୧୦: ଟି-୨୦ କ୍ରିକେଟ ପରେ ଏବେ ଟି-୧୦ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ନଭେମ୍ବର ୧୪ରୁ ଦୁବାଇରେ ହେବାକୁ ଥିବା ଏହି ଲିଗ୍‌ ପାଇଁ ସମସ୍ତ...

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲୀୟ ଲେଗ ସ୍ପିନର ଆଦାମ ଜାମ୍ପା ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ହାଟୀ ଲେ ପାଲମେରଙ୍କୁ ବିବାହ କରିଛନ୍ତି। ଗତ...

Advertisement
Archives

Model This Week