Posted inଖେଳ

ବ୍ରାଏଣ୍ଟଙ୍କ ହ୍ୟାଣ୍ଡ୍‌ପ୍ରିଣ୍ଟ୍‌, ଜର୍ସି ନିଲାମ ହେବ

ନ୍ୟୁୟର୍କ, ୨୮ା୨ (ଏପି)- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ କେତୋଟି ପ୍ରମୁଖ ସ୍ମାରକୀ ନିଲାମ ହେବ। ତନ୍ମଧ୍ୟରେ ତାଙ୍କର ଦୁଇଟି ଲସ୍‌ ଏଞ୍ଜେଲ୍ସ ଲେକର୍ସ ୟୁନିଫର୍ମ, ଗ୍ରାଉମାନ୍ସ ଚାଇନିଜ ଥିଏଟର ହଲ୍‌ ଅଫ୍‌ ଫେମ୍‌ ଗ୍ୟାଲେରୀରେ ସ୍ଥାନ ପାଇବା ବେଳର ସିମେଣ୍ଟ ହ୍ୟାଣ୍ଡ୍‌ପ୍ରିଣ୍ଟ୍‌ ଅନ୍ୟତମ। ଏସବୁର ଏପ୍ରିଲରେ ନିଲାମ ଏପ୍ରିଲ ୩୦ରେ ହେବ ବୋଲି ନିଲାମକାରୀ ଜୁଲିଏନ୍ସ ଅକ୍ସନ୍ସ ତରଫରୁ ସୂଚନା ଦିଆଯାଇଛି। ସଂସ୍ଥା ତରଫରୁ ପ୍ରତିବର୍ଷ ବିଭିନ୍ନ କ୍ରୀଡ଼ାସ୍ମାରକୀ ନିଲାମ କରାଯାଇଥାଏ। ଏଥର ନିଲାମୀରେ ୧୯୮୪ ଲସ୍‌ଏଞ୍ଜେଲ୍ସ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏକ ରୌପ୍ୟ ପଦକ ଏବଂ ୨୦୦୨ ଫିଫା ବିଶ୍ୱକପ୍‌ ସ୍ବର୍ଣ୍ଣ ବିଜେତାଙ୍କ ଏକ ପଦକ ସ୍ଥାନ ପାଇଛି। ଜାନୁୟାରୀ ୨୬ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ବ୍ରାଏଣ୍ଟ , ତାଙ୍କ ଝିଅ ଗାଏନା ଏବଂ ଅନ୍ୟ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ବ୍ରାଏଣ୍ଟଙ୍କ କିଛି ସ୍ମାରକୀ ନିଲାମ ପାଇଁ ଯୋଜନା ହୋଇଥିଲା। ବ୍ରାଏଣ୍ଟଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହା କରାଯାଉଛି ବୋଲି ଜୁଲିଏନ୍ସ ଅକ୍ସନ୍ସର ସଭାପତି ତଥା ସୁଇଓ ଡାରେନ ଜୁଲିଏନ୍‌ ପ୍ରକାଶ କରିଛନ୍ତି। ଯେଉଁ ୟୁନିଫର୍ମଗୁଡ଼ିକ ନିଲାମ ହେବ ତନ୍ମଧ୍ୟରୁ ଗୋଟିଏ ସେ ୨୦୦୦ ଏନ୍‌ବିଏ ଫାଇନାଲ୍ସରେ ପରିଧାନ କରିଥିଲେ। ସେଥିରେ ତାଙ୍କର ଓରିଜିନାଲ ନମ୍ବର ୮ ଲେଖା ଥିଲା। ସେଦିନ ଓ୍ବିଲ୍ଟ ଚାମ୍ବରଲେନ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେ ବ୍ୟବହାର କରିଥିବା ଏକ କଳା ଆର୍ମ ବ୍ୟାଣ୍ଡ୍‌ଟିର ମଧ୍ୟ ବିକ୍ରି ହେବ। ଚାମ୍ବରଲେନ୍‌ଙ୍କ ସେହି ସିଜନରେ ମୃତ୍ୟୁ ଘଟିଥିଲା। ନିଲାମ ହେବାକୁଥିବା ବ୍ରାଏଣ୍ଟଙ୍କ ସାମଗ୍ରୀଗୁଡ଼ିକ ମଧ୍ୟରେ ତାଙ୍କ ଦସ୍ତଖତ ସମ୍ବଳିତ ଆଡିଡାସ ଜୋତା ଏକ ବାସ୍କେଟବଲ ରହିଛି। ଏହି ବାସ୍କେଟବଲ୍‌ଟିରେ ବ୍ରାଏଣ୍ଟଙ୍କ ବ୍ୟତୀତ ୨୦୧୦-୧୧ ଲେକର୍ସ ଟିମ୍‌ର ଅନ୍ୟ ଷ୍ଟାର ଖେଳାଳି ରନ୍‌ ଆର୍ଟେଷ୍ଟ ଏବଂ ପାଉ ଗାସୋଲଙ୍କ ସ୍ବାକ୍ଷର ରହିଥିଲା। ବ୍ରାଏଣ୍ଟଙ୍କ ସ୍ମାରକୀଗୁଡ଼ିକ କେଣ୍ଟିକିସ୍ଥିତ ଜଣେ ସଂଗ୍ରହକାରୀ ତାଙ୍କୁ ବିକ୍ରି କରିଥିବା ଜୁଲିଏନ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri