ବ୍ରାଉନସୁଗାର ବ୍ୟବସାୟ ବନ୍ଦ ପାଇଁ ଦାବି: ରାତିରେ ଆଦର୍ଶ ଥାନା ଘେରିଲେ ମହିଳା

ଖୋର୍ଦ୍ଧା ଅଫିସ, ୧୮ା୭: ବ୍ରାଉନସୁଗାର କାରବାର ବନ୍ଦ ଓ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇବା ଦାବିରେ ଖୋର୍ଦ୍ଧା ଆଦର୍ଶ ଥାନାକୁ ସହରର ୬ ନଂ. ୱାର୍ଡ ସ୍ବପ୍ନେଶ୍ୱରସାହିର ମହିଳାମାନେ ବୁଧବାର ସନ୍ଧ୍ୟାରେ ଘେରାଉ କରିଥିଲେ। ବ୍ରାଉନସୁଗାର କାରବାର ବନ୍ଦ ନ ହେବାରୁ ବଞ୍ଚତ୍ବା ଦୁର୍ବିଷହ ହୋଇ ପଡିଲାଣି ବୋଲି ମହିଳାମାନେ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କେତେଜଣ ସେବନକାରୀ ବ୍ରାଉନସୁଗାର କିଣିବାକୁ ସ୍ବପ୍ନେଶ୍ୱରସାହିର ବିଭିନ୍ନ ଲୋକଙ୍କ ଘରର କବାଟ ଦିନର ବିଭିନ୍ନ ସମୟରେ ପିଟୁଛନ୍ତି। ବ୍ରାଉନସୁଗାର ବିକ୍ରି କରା ନ ଯିବା ଶୁଣିବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। କିଛି କଥା କହିଲେ ବୋମା ପକାଇଦେବୁ, ଗୁଳି କରିଦେବୁ, ଘରେ ନିଅଁା ଲଗାଇ ଦେବୁ, ହତ୍ୟା କରି ଫୋପାଡି ଦେବେ ବୋଲି ଧମକ ଦେଉଛନ୍ତି। ବ୍ରାଉନସୁଗାର କାରବାର ବନ୍ଦ ନେଇ ପ୍ରତିବାଦ କଲେ ବ୍ୟବସାୟୀମାନେ ମଧ୍ୟ ଜୀବନରେ ମାରି ଦେବା ପରି ବିଭିନ୍ନ ପ୍ରକାରର ଧମକଚମକ ଦେଉଛନ୍ତି। ବ୍ରାଉନସୁଗାର ବ୍ୟବସାୟୀ ଓ ସେବନକାରୀଙ୍କ ଧମକରେ ମହିଳାମାନେ ଉତ୍ତେଜିତ ଓ ଅସନ୍ତୋଷ ବ୍ୟକ୍ତ କରି ବୁଧବାର ସନ୍ଧ୍ୟାରୁ ପ୍ରାୟ ୨ ଘଣ୍ଟା ଆଦର୍ଶ ଥାନା ଘେରିଥିଲେ। ଏ ନେଇ ସ୍ଥାନୀୟ ବାସିନ୍ଦା ପଦ୍ମ ଖଟୁଆଳ କୁହନ୍ତି, ଘରେ ଘରେ ବ୍ରାଉନସୁଗାର ବିକ୍ରି ହେଉଛି। ଆଗ ଅପେକ୍ଷା ଏବେ ବ୍ୟବସାୟ ବଢ଼ିଛି। ବିଭିନ୍ନ ଅଞ୍ଚଳର ଲୋକମାନେ ବ୍ରାଉନସୁଗାର କିଣିବାକୁ ଆସି ବିଭିନ୍ନ ଲୋକଙ୍କ ଘରେ ପଶି ଅଶ୍ଲୀଳ ଗାଲିଗୁଲଜ କରୁଛନ୍ତି। ଝିଅ ବୋହୂମାନେ ଏବେ ଭୟରେ କାଳ କାଟୁଛନ୍ତି। ରଜନୀ ବାରିକ କୁହନ୍ତି, ରାତି ଅଧରେ କବାଟ ପିଟୁଛନ୍ତି। କବାଟ ଖୋଲିଲେ ବ୍ରାଉନସୁଗାର ମାଗୁଛନ୍ତି, ନ ଦେଲେ ଗଣ୍ଡଗୋଳ, ମାରପିଟ୍‌ କରୁଛନ୍ତି। ମମତା ରାଓ କୁହନ୍ତି, ପୂର୍ବରୁ ମଦ, ଗଞ୍ଜେଇ ବିକ୍ରି ହେଉଥିଲା। ଏବେ ବ୍ରାଉନସୁଗାର ନିଦ ହଜାଇ ଦେଇଛି। ଏହି ନିଶା କବଳରେ ଛୋଟ ପିଲାମାନେ ପଡିଲେଣି। ବାପା ମା’ ମାନେ ପୁଅ ବ୍ରାଉନସୁଗାର ଖାଉଥିବାର ଜାଣି ପାରୁନାହାନ୍ତି। ଏହି ନିଶା ଏବେ ପରିବାର ଉଜାଡିଲାଣି। ଏହାକୁ ତୁରନ୍ତ ବନ୍ଦ କରିବା ଦରକାର। କମଳିନୀ ଖଟୁଆ କୁହନ୍ତି, ବ୍ରାଉନସୁଗାର କାରବାର ବନ୍ଦ ନ ହେଲେ ସାହିରେ ଆଉ ଶାନ୍ତି ଫେରିବନି। ଛୋଟ ଛୋଟ କଥାରେ ମାରପିଟ୍‌ ଗଣ୍ଡଗୋଳ ଘଟିବ। କେତେବେଳେ ଯେ କ’ଣ ଅଘଟଣ ଘଟିବ କହି ପାରିବେ ନାହିଁ। କାରଣ ବିଭିନ୍ନ ପ୍ରକାରର ଧମକ ଚମକ ଯୋଗୁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri