ବ୍ରହ୍ମବରଦା ‘କଣ୍ଟେନମେଣ୍ଟ ଜୋନ’ ଘୋଷିତ

ଯାଜପୁର ଅଫିସ/ଯାଜପୁର ଟାଉନ,୬ା୪(ଡି.ଏନ.ଏ.) ଯାଜପୁର ଜିଲାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରସୁଲପୁର ବ୍ଲକର ବ୍ରହ୍ମବରଦା ଗ୍ରାମ ଏବଂ ଏହାର ୩ କି.ମି. ପରିଧି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଶନିବାର ସିଲ୍‌ କରାଯାଇ ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ସୋମବାର ରାତି ୮ଟାରେ ଶଟ୍‌ଡାଉନ୍‌ କଟକଣା ଶେଷ ହେବା ପରେ ବ୍ରହ୍ମବରଦା ଅଞ୍ଚଳକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଜୋନରେ ବ୍ରହ୍ମବରଦା ସମେତ ବନ୍ଧଡ଼ିହ, ଲଙ୍କାବାଲିସାହି, ବଡ଼ରାଏପଡ଼ା, ଖଣ୍ଡାସ, ବାଲିଗୁଡ଼ା, ମହେଶ୍ୱରପୁର, ଚାନ୍ଦପୁର, କୋଠିଡିହ, ବାଙ୍କସାହି, ସାହାପଡା, ଦେଉଳି (ଆଂଶିକ) ରହିଛି। ଏହି ଅଞ୍ଚଳକୁ ପୂର୍ବରୁ ସିଲ୍‌ କରାଯାଇଥିବାବେଳେ ତାହା ଆସନ୍ତା ୮ ତାରିଖ ଯାଏ ବଳବତ୍ତର ରହିବ। ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ପହଞ୍ଚାଯିବ। ଏହି ସମୟରେ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି।
କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ସଫଳ ହୋଇଛି। ଲୋକମାନେ ଏହାକୁ ସମର୍ଥନ କରି ଘରେ ରହିଥିବାରୁ ଜିଲାପାଳ ଦାସ ଜିଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମଙ୍ଗଳବାରଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ସାମାଜିକ ଦୂରତା ଅବଲମ୍ବନ ପାଇଁ ଜିଲା ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି। ଜିଲାପାଳ ଏକ ଘୋଷଣାରେ ଦର୍ଶାଇଛନ୍ତି ଯେ, ମଙ୍ଗଳବାର ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଦାୟିତ୍ୱ ସମ୍ପୃକ୍ତ ଦୋକାନୀ, ମଲ୍‌ ମାଲିକ ଏବଂ ହାଟ ପରିଚାଳକମାନଙ୍କର। ଦୋକାନ ଆଗରେ ୫ ଫୁଟ ଦୂରତା ମଧ୍ୟରେ ବୃତ୍ତ ଆକାରର ଚିହ୍ନ ଦେଇ ସେଥିରେ ଗ୍ରାହକଙ୍କୁ ଛିଡ଼ାକରି ସେମାନଙ୍କ ଚାହିଦା ମୁତାବକ ସାମଗ୍ରୀ ନିଜେ ଆଣି ଦେବେ। ଯଦି କୌଣସି ଦୋକାନୀ ବିକ୍ରୟ ସମୟରେ ସାମାଜିକ ଦୂରତା ଅବଲମ୍ବନ ନ କରନ୍ତି ତେବେ ସେମାନଙ୍କ ଦୋକାନକୁ ସିଲ୍‌ କରାଯିବା ସହ ସାମଗ୍ରୀ ଜବତ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ କରୋନା ସଚେତନତା ଜୋରଦାର

ଗଞ୍ଜାମ, ୨୪।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇ ଦେଇଥିବା ବେଳେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜୋରଦାର...

ମାଉଥ୍‌ ଓ୍ବାଶ୍‌ରେ ଗର୍ଗଲିଂ କଲେ ଦୂର ହେବ କରୋନା ସଂକ୍ରମଣ!

ବଜାରରେ ମିଳୁଥିବା ମାଉଥ୍‌ ଓ୍ବାଶ୍‌ ଦ୍ୱାରା ଗର୍ଗଲିଂ କଲେ ମୁହଁ ଓ ଗଳାରେ ଥିବା କରୋନା ଭାଇରସ୍‌ ସଂକ୍ରମଣ କିଛି ମାତ୍ରାରେ ଦୂର ହୋଇଯିବ ବୋଲି...

ରାଜ୍ୟରେ କରୋନା ନେଲା ଆଉ ୧୦ ମୁଣ୍ଡ: ଗଞ୍ଜାମରୁ ଅଛନ୍ତି ୫ଜଣ

ଭୁବନେଶ୍ୱର, ୧।୮(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆକ୍ରାନ୍ତରେ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ଜନୀତ ମୃତ୍ୟୁସଂଖ୍ୟା ୧୮୭ରେ ପହଞ୍ଚିଛି। ଏ ନେଇ...

କୋଭିଡ ଦାୟିତ୍ୱରେ ଥିବା ପୋଲିସକୁ ଆକ୍ରମଣ: ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ହାଟଡିହୀ, ୨୭।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ସରକାରୀ ଅଧିକାରୀମାନେ ଦିନ ରାତି ଏକ କରିଦେଇଛନ୍ତି। କିନ୍ତୁ କେତେକ ଅମାନିଆଙ୍କ ପାଇଁ ପରିସ୍ଥିତି ଜଟିଳ ହେଉଛ। ଏମିତି...

୯୨ଗାଡିରୁ ୧.୨ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବା ପାଇଁ କଡ଼ା ନିର୍ଦ୍ଦେଶ...

ମୁଖ୍ୟମନ୍ତ୍ରୀଙ୍କ ନଁ।ରେ ଏତଲା ଦେଲା କୃଷକ ସଙ୍ଗଠନ

ଛତ୍ରପୁର,୧୭ା୧୨(ଡି.ଏନ.ଏ)-କାଳିଆ ଯୋଜନାରେ ରାଜ୍ୟ ସରକାର ଲୋକଙ୍କୁ ଠକିଥିବା ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନଁ। ରେ ଠକେଇ, ବିଶ୍ୱାସଭଙ୍ଗ ଓ...

୩ ପିଲାଙ୍କୁ ଅନାଥ କଲା କାମଳ ରୋଗ

ରସୁଲପୁର,୧୯ା୭(ଡି.ଏନ.ଏ.): ରସୁଲପୁର ବ୍ଲକ ପହଁଗା ପଞ୍ଚାୟତରେ କାମଳ ରୋଗ ୨ ଜଣଙ୍କ ଜୀବନ ନେଇଛି। ଗୋଟିଏ ପରିବାରର ଦମ୍ପତି ଏହି ରୋଗରେ ଆରପାରିକୁ ଚାଲିଯାଇଛନ୍ତି। ୫ବର୍ଷ...

୫୯ ପଞ୍ଚାୟତ ପୋଖରୀରେ ଏସ୍‌ଏଚ୍‌ଜି କରିବେ ମାଛଚାଷ

ଫୁଲବାଣୀ ଅଫିସ, ୨୩ା୮-ରାଜ୍ୟ ସରକାର ମହିଳା ସଶକ୍ତୀକରଣ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା...

Advertisement
Archives

Model This Week