ବ୍ରହ୍ମପୁର ଅଫିସ,୯ା୬-ଓଡ଼ିଶାର ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ଭଞ୍ଜବିହାର) ଅନ୍ୟତମ। ଓଡିଶା ତଥା ରାଜ୍ୟ ବାହାରୁ ବହୁ ଛାତ୍ରୀଛାତ୍ର ଏହି ବିଶ୍ୱବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଆସିଥାନ୍ତି। ଏଥି ସହ ଉଚ୍ଚତର ଗବେଷଣା କରି ଏଠାକାର ଛାତ୍ରୀଛାତ୍ରମାନେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି। କିନ୍ତୁ ଏବେ ସାମ୍ବାଦିକ ଗଣଯୋଗାଯୋଗ(ଏମ୍ଜେଏମ୍ସି) ଓ ଆଇନ ବିଭାଗରେ ଅଧ୍ୟାପକ ନାହାନ୍ତି । ଏମ୍ଜେଏମ୍ସି ବିଭାଗ ପାଇଁ ବିଶ୍ୱବିଦ୍ୟାଳୟ ପରିଚୟ ହାସଲ କରିଥିବା ବେଳେ ଏବେ ନା ଅଛନ୍ତି ସ୍ଥାୟୀ ଅଧ୍ୟାପକ ନା ଅତିଥି ଅଧ୍ୟାପକ। ୨ ଜଣ ଅତିଥି ଅଧ୍ୟାପକଙ୍କୁ ନେଇ ବିଭାଗ ଚାଲୁଥିଲା। କିନ୍ତୁ ଅତିଥି ଅଧ୍ୟାପକ ମାନଙ୍କର ଚୁକ୍ତି ଗତ ଏପ୍ରିଲରେ ସରିଯାଇଥିବା ବେଳେ ଏବେ ବିନା ଅଧ୍ୟାପକରେ ଚାଲିଛି ବିଭାଗ। କିଛି ଦିନ ତଳେ ଇତିହାସ ବିଭାଗର ଜଣେ ଅଧ୍ୟାପକଙ୍କୁ କୋର୍ଡ଼ିନେଟର ଭାବେ ନିଯୁକ୍ତି ଦେଇଛି ବିଶ୍ୱବିଦ୍ୟାଳୟ ପ୍ରଶାସନ। ଅନ୍ୟପଟେ ଆଇନ ବିଭାଗରୁ କିଛି ଦିନ ତଳେ ମୁଖ୍ୟ ପ୍ରଫେସର ଭାଗୀରଥି ପାଣିଗ୍ରାହୀ ଅବସର ନେବା ପରେ ଜଣେ ଅଧ୍ୟାପକଙ୍କୁ ନେଇ ଚାଲିଛି ଏହି ବିଭାଗ। ଗବେଷଣା କରୁଥିବା ପିଲାମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ବିଷୟରେ ଛାତ୍ରମାନେ ଗତ ଗୁରୁବାର କୁଳସଚିବଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଆମେ ଏହି ବିଷୟରେ ବିଶ୍ୱବିଦ୍ୟାଳୟର ମିଡ଼ିଆ ସେଲ୍ ଅଧ୍ୟକ୍ଷ ବଳଭଦ୍ର ତ୍ରିପାଠୀଙ୍କୁ ପଚାରିବାରୁ ଏବେ ନିଯୁକ୍ତି ପ୍ରକ୍ରିୟା ଚାଲୁରହିଛି। ବହୁ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି।

ପାଇଖାନା ଟାଙ୍କିରେ ଗଲା ୩ ଶ୍ରମିକଙ୍କ ଜୀବନ
ରାୟଗଡା ଅଫିସ/ଟିକିରି(ଡି.ଏନ୍.ଏ.), ୧୮।୧୦: ରାୟଗଡ଼ା ଜିଲା ଟିକିରି ଥାନା ଅଧୀନ ପଞ୍ଚାଳି ଗ୍ରାମରେ ପାଇଖାନା ଟାଙ୍କି କାମ କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ...

ରୁପା ଅଳଙ୍କାର ଚୋରି ଘଟଣାରେ ୩ ଗିରଫ
ବ୍ରହ୍ମପୁର ଅଫିସ,୮ା୯-ବଡବଜାର ଥାନା ମାଲସେନାପେଟା ସାହିରେ ଥିବା ଶ୍ରୀ ସାଇ ରିଫାଇନାରୀ ଏବଂ ରୁପା ଅଳଙ୍କାର ଦୋକାନରୁ ହୋଇଥିବା ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି।...

ସମ୍ଭାବ୍ୟ ବାତ୍ୟା ନେଇ ସମୁଦ୍ରକୂଳିଆ ଲୋକେ ଭୟଭୀତ
ଗଞ୍ଜାମ,୧୨ା୧୦(ଡି.ଏନ୍.ଏ.): ଫାଇଲିନକୁ ପୂରିଛି ଆଠ ବର୍ଷ। ଏହିପରି ପ୍ରତ୍ୟେକ ବର୍ଷ ଅକ୍ଟୋବରରେ କିଛି ନା କିଛି ବନ୍ୟା, ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ...

ପ୍ରାଥମିକ ବିଦ୍ୟାଳୟକୁ ଆଉ ଆସୁନି ପାଠ୍ୟୋପକରଣ : ସରକାରଙ୍କ ଅଜବ ନୀତିରେ ନିରାଶ ଛାତ୍ରୀଛାତ୍ର
ଜଗତ୍ସିଂହପୁର ଅଫିସ,୧୧ା୮: ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତି ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମାଗଣା ବହି, ପୋଷାକ ସାଙ୍ଗକୁ...

ପୋଲିସକୁ ମିଳିଲା ଟିଫିନ ବୋମା ସହିତ ୨ ଡେଟୋନେଟର
ମାଲକାନଗିରି,୧୪ା୩: ଦୀର୍ଘ ଦିନର ନୀରବତା ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ କେହି...

ବାରିପଦାରୁ ଭୁବନେଶ୍ୱର ଗଡ଼ିଲା ବସ୍
ବାରିପଦା ଅଫିସ,୩୦ା୫- ଦୀର୍ଘ ୨ ମାସ ପରେ ବାରିପଦାରୁ ଭୁବନେଶ୍ୱରକୁ ଗଡ଼ିଛି ବସ୍। ଶୁକ୍ରବାର ୩ଟି ବସ୍ରେ ୨୬ ଯାତ୍ରୀ ଭୁବନେଶ୍ୱର ଯାଇଛନ୍ତି। ପ୍ରଥମ ବସ୍ଟି...

ଆଇଆଇଟିକୁ ଛାତ୍ରୀଛାତ୍ରଙ୍କ ପ୍ରବେଶ ସ୍ଥଗିତ
ଜଟଣୀ,୨୯।୩(ଡି.ଏନ୍.ଏ.): ଖୋର୍ଦ୍ଧା ଅରଗୁଳସ୍ଥିତ ଆଇଆଇଟି, ଭୁବନେଶ୍ୱର କ୍ୟାମ୍ପସରେ ୧୦ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ନିୟମକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷିରେ...

ବଢୁଛି ଚୋରି, ମାମଲା ରୁଜୁକରି ପୋଲିସ ଚୁପ୍
ଖୁଣ୍ଟୁଣୀ,୩୧ା୮(ଡି.ଏନ୍.ଏ.): ଖୁଣ୍ଟୁଣୀ ଥାନା ଅଞ୍ଚଳରେ କିଛି ମାସ ହେବ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଅଭିଯୋଗକାରୀମାନେ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୋଲିସ...