ବ୍ରହ୍ମପୁର ଅଫିସ,୧୭ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ପୋଲିସ ଏବେ ଜୋର୍ଦାର ଚେକିଂ କରୁଛି। ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଜନସାଧାରଣଙ୍କ ସୁବିଧା ନିମନ୍ତେ ବ୍ରହ୍ମପୁର ସହରରେ ଏକ ସହକାରୀ ଆଞ୍ଚଳିକ କାର୍ଯ୍ୟାଳୟ(ଏଆର୍ଟିଓ) ଖୋଲିବା ପାଇଁ ସୋମବାର ଗଞ୍ଜାମ ଓକିଲ ସଂଘର କେତେ ଜଣ ସଦସ୍ୟ ବ୍ରହ୍ମପୁର ଉପ ଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କୁ ଭେଟି ଦାବି ଜଣାଇଥିଲେ। ବ୍ରହ୍ମପୁର ଜନସଂଖ୍ୟା ପ୍ରାୟ ୬ ଲକ୍ଷ ଟପିଲାଣି। ଏବେ ଗାଡି ଚାଳକମାନେ ନୂଆ ନିୟମ ଓ ଜରିମାନାକୁ ନେଇ ଗୋଟିଏ ପଟେ ଏକ ପ୍ରକାର ଭୟଭୀତ ହୋଇ ଥିବା ବେଳେ ଗାଡି କାଗଜପତ୍ର ଠିକ୍ କରିବା ପାଇଁ ଗଞ୍ଜାମ ଜିଲା ଆଞ୍ଚଳିକ ପରିବହନ ସଂସ୍ଥା (ଆର୍ଟିଓ)ଙ୍କ ଛତ୍ରପୁର କାର୍ଯ୍ୟାଳୟକୁ ଦୌଡ଼ି ନାନା ହଇରାଣ ହେବାକୁ ପଡୁଛି। ଏପରିକି ଦଲାଲଙ୍କ ଶିକାର ମଧ୍ୟ ହେଉଥିବା ଜାଣିବାକୁ ମିଳୁଛି। ଦୁରଦୂରାନ୍ତରୁ ଆସିଥିବା ଲୋକମାନେ ଆରଟିଓ ଅଫିସ ଆଗରେ ଲମ୍ବା ଧାଡି ବାନ୍ଧି ଦିନ ତମାମ ଛିଡ଼ା ହେଉଛନ୍ତି। ଏଣୁ ବ୍ରହ୍ମପୁର ତଥା ଆଖପାଖ ଅଞ୍ଚଳର ଲୋକମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ମହାନଗରରେ ଖୁବଶୀଘ୍ର ଏକ ଏଆରଟିଓ ଅଫିସ ଖୋଲିବା ପାଇଁ ଓକିଲଙ୍କର ଏକ ପ୍ରତିନିଧି ଦଳ ଉପ ଜିଲାପାଳଙ୍କୁ ଭେଟି ଦାବି ଜଣାଇଥିଲେ। ବ୍ରହ୍ମପୁରରେ ଏଆରଟିଓ ଅଫିସ ଖୋଲାଗଲେ ଡ୍ରାଇଭିଂ ଲାଇସେନ୍ସ, ଯାନବାହନ ଗୁଡିକର ଫିଟନେସ୍ ଆଦି ସୁବିଧା ହୋଇପାରିବ ଦର୍ଶାଇ ଓକିଲ ପ୍ରତିନିଧି ଦଳ ଉପଜିଲାପାଳଙ୍କୁ ଅନୁରୋଧ କରିଛନ୍ତି ା ଏ ନେଇ ଗଞ୍ଜାମ ଓକିଲ ସଂଘ ପୂର୍ବତନ ସମ୍ପାଦକ ପୀତବାସ ପଣ୍ଡା ସୂଚନା ଦେଇଛନ୍ତି। ଉପଜିଲାପାଳ ଭାଉସାହେବ ମଧ୍ୟ ସହରରେ ଖୁବଶୀଘ୍ର ଏକ ଏଆର୍ଟିଓ କାର୍ଯ୍ୟାଳୟ ଖୋଲାଯିବାକୁ ପ୍ରତିଶ୍ରୁତି ଦେଇଥିବା ଓକିଲ ସଂଘର ପୂର୍ବତନ ସମ୍ପାଦକ ପଣ୍ଡା କହିଛନ୍ତି। ପ୍ରତିନିଧି ଦଳରେ ସଂଘ ପୂର୍ବତନ ସଭାପତି ଶିଶିର ପାଢ଼ୀ, ରଘୁନାଥ ପ୍ରସାଦ ପାଣିଗ୍ରାହୀ, ପୀତବାସ ପଣ୍ଡା ଓ ଅଶୋକ ଶୁକ୍ଳ ପ୍ରମଖ ସାମିଲ ଥିଲେ।

କରୋନା ମୁକାବିଲା ଚିନ୍ତା: ୩୬୫ ନୂଆ ଡାକ୍ତରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୩।୩(ବ୍ୟୁରୋ): ଦିନକୁ ଦିନ ଭୟଙ୍କର ରୂପ ନେଉଥିବା କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ଲାଗି ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।...

ଝାରପଡ଼ା ଜେଲ୍ରେ ଏନ୍ଆଇଏ ଟିମ: ମାଓବାଦୀ ନେତା ଦୁବାସି ଶଙ୍କରଙ୍କୁ ଜେରା
ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ଦୁର୍ଦ୍ଦାନ୍ତ ମାଓବାଦୀ ନେତା ଦୁବାସି ଶଙ୍କରଙ୍କୁ ଜେରା କରିବାକୁ ଗୁରୁବାର ଏନ୍ଆଇଏ ଟିମ୍ ଝାରପଡ଼ା ଜେଲ୍ରେ ପହଞ୍ଚିଛନ୍ତି । ଦୁବାସି ଶଙ୍କରଙ୍କୁ ଜେରା...

ଦୁବାଇରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ଦୁବାଇରେ ପହଞ୍ଚତ୍ଛନ୍ତି। ଆସନ୍ତା ୨୯ରେ ସେଠାରେ ଇନ୍ଭେଷ୍ଟର୍ସ ମିଟ୍ ଆୟୋଜନ ହେବ। ମୁଖ୍ୟମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରେ ବିଜେଡି ଦେବ ସମ୍ବର୍ଦ୍ଧନା
ଭୁବନେଶ୍ବର,୨ା୯(ବ୍ୟୁରୋ): ଆସନ୍ତା ୪ ତାରିଖରେ ନୂଆଦିଲ୍ଲୀଠାରେ କ୍ୟାପିଟାଲ ଫାଉଣ୍ଡେଶନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ସଫଳ ଓ ଉଲ୍ଲେଖନୀୟ...

ପୁଣି ଟୁଇନ୍ସିଟିରୁ ଧରାହେଲେ ୧୩୫୫ ଅମାନିଆ ଚାଳକ
ଭୁବନେଶ୍ୱର,୯ା୪(ବ୍ୟୁରୋ): ସଂକ୍ରମଣ ରୋକିବାକୁ କମିଶନରେଟ ପୋଲିସ ଯେତେ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ମଧ୍ୟ ଅମାନିଆଙ୍କୁ କାଟୁ କରୁନି। ଲକ୍ଡାଉନ୍ ସତ୍ତ୍ୱେ ଗାଡ଼ି ଧରି ରାସ୍ତାକୁ...

ଭାଙ୍ଗିଲେ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି
ପୁରୀ ଅଫିସ,୨।୭: ଭାଙ୍ଗିଲେ ପୁରୀ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି। ୨୦ରୁ ଅଧିକ ଚୁଲି କୌଣସି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର...

ଏମ୍କେସିଜିରେ କରୋନା ଭାଇରସ ପାଇଁ ଖୋଲିଲା ସ୍ବତନ୍ତ୍ର ୱାର୍ଡ
ବ୍ରହ୍ମପୁର ଅଫିସ,୨୯ା୧: ଚାଇନାରୁ ଚିହ୍ନଟ କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବ୍ରହ୍ମପୁର ଏମ୍କେସିଜିରେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି...

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮ ଲକ୍ଷ ଟଙ୍କା। ଟାଉନ ଥାନା...