ବୌଦ୍ଧ ଜିଲା ହେଲା କରୋନା ମୁକ୍ତ: ସମସ୍ତ ୩୩ ପଜିଟିଭ ସୁସ୍ଥ

ବୌଦ୍ଧ,୩୦ା୫ (ସ୍ବ.ପ୍ର.)- ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବହୁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଆଶ୍ୱସ୍ତି ଆଣିଛି ା ଶନିବାର ବୌଦ୍ଧ ଜିଲା କରୋନା ମୁକ୍ତ ହୋଇଥିବା ସିଡିଏମଓ ଡା. ଲକ୍ଷ୍ମୀଧର ସାହୁ ଜଣାଇଛନ୍ତି ା ଏହି ଜିଲାରେ ପ୍ରଥମେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ା ଏହାର କିଛି ଦିନ ପରେ ଅନ୍ୟ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ା ଏହାର ଏକ ସପ୍ତାହ ପରେ ଜିଲାରେ ଗୋଟିଏ ଦିନରେ ୨୮ ଜଣ ପଜିଟିଭ ଚିହ୍ନଟ ହେବା ଜଣାପଡିବା ପରେ ଜିଲାବାସୀ ଆତଙ୍କିତ ହେବା ସହ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା ା ପୂର୍ବରୁ ଜିଲାର ୫ ଜଣ ସୁସ୍ଥ ହୋଇଥିବା ବେଳେ ଶନିବାର ୨୮ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ା ଜିଲାର ସମସ୍ତ ୩୩ ଜଣ କରେନା ଆକ୍ରାନ୍ତ ସୁସ୍ଥ ହେବା ଖୁସି ଖବର ହୋଇଥିବା ବେଳେ ଜିଲା କରୋନା ମୁକ୍ତ ହୋଇଛି ା
ପ୍ରକାଶଥାଉ କି , ଗୋଟିଏ ଦିନରେ ୨୮ ଜଣ ପଜିଟିଭ ବାହରିବା ପରେ ୨୧ ଜଣଙ୍କୁ ବୌଦ୍ଧ କୋଭିଡ କେୟାର ସେଣ୍ଟରରେ ରଖାଯାଇ ଚିକିତ୍ସିତ କରାଯାଇଥିବା ବେଳେ ୭ଜଣଙ୍କୁ ଭୁବନେଶ୍ୱର ଚିକିତ୍ସା ପାଇଁ ପଠାଯାଇଥିଲା ା ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ଯୁବକମାନେ ସୁସ୍ଥ ହୋଇ ଜିଲାକୁ ଫେରିଥିଲେ ା ଶନିବାର ସୁସ୍ଥ ହୋଇଥିବା ସମସ୍ତ ଯୁବକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଜିଲା କୋଭିଡ କେୟାର ସେଣ୍ଟର ଠାରେ ଫୁଲତୋଡା ଦିଆଯାଇ ଅଭିନନ୍ଦନ ଜଣାଯିବା ସହିତ ସ୍ବତନ୍ତ୍ର ଆମ୍ବୁଲାନସ ଯୋଗେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଏହି ସମୟରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଏସପି ଭି. ରଘୁନାଥ ରାଓ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସାହୁ. ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ, ଉପଜିଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସୁସ୍ଥ ଯୁବକମାନଙ୍କୁ ତାଳି ମାରି ଉତ୍ସାହିତ କରିବା ସହିତ ବିଦାୟ ଦେଇଥିଲେ। ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଡାକ୍ତର,ନର୍ସମାନଙ୍କ ପ୍ରଚେଷ୍ଟାରେ ରାଜ୍ୟର ପ୍ରଥମ ଜିଲା ଭାବରେ ବୌଦ୍ଧରେ ୨୧ ଜଣ ସଂକ୍ରମିତ ସୁସ୍ଥ ହୋଇ ପାରିଛନ୍ତି ା ବିଧାୟକ ଅମାତ ଏଥିପାଇଁ ଜିଲାପାଳ,ଏସପି, ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୁସ୍ଥ ଯୁବକମାନେ ଗ୍ରାମକୁ ଫେରିବା ପରେ ସରପଞ୍ଚ ଓ ଗ୍ରାମବାସୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ତେବେ ଏହି ଯୁବକମାନେ ଗ୍ରାମକୁ ଫେରି ନିଜ ଘରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ପରେ ସାଧାରଣ ଲୋକଙ୍କ ସହ ମିଳାମିଶା କରିପାରିବେ ବୋଲି ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲା: ଲ୍ୟାବ୍‌କୁ ପଠାଯିବ ମୋବାଇଲ, ତଥ୍ୟ ନେଲେ ବାୟୁସେନା ଅଧିକାରୀ

ଭୁବନେଶ୍ୱର,୨୭ା୭: ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାରେ ବାୟୁସେନା ଅଧିକାରୀ ତଥ୍ୟ ନେଇଛନ୍ତି। ମଧୁମିତାଙ୍କ ସ୍ବାମୀ ତଥା ଗିରଫ ଅଭିଯୁକ୍ତ ଶ୍ରୀଧର ଜେନାଙ୍କ କେସ୍‌...

ଅଗ୍ନି ବୀରଙ୍କ ପାଇଁ ୧୦ ପ୍ରତିଶତ ସରଂକ୍ଷଣ: ମୋହନ ସରକାରଙ୍କୁ ଘେରିଲା କଂଗ୍ରେସ, ତାରା ବାହିନୀପତି କହିଲେ…

ଭୁବନେଶ୍ୱର,୨୭।୭: ରାଜ୍ୟ ସରକାର ଅଗ୍ନି ବୀରଙ୍କ ପାଇଁ ୧୦ ପ୍ରତିଶତ ସରଂକ୍ଷଣ କରିଛନ୍ତି। ତେବେ ଏ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ...

ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ନୂଆଦିଲ୍ଲୀ,୨୭।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ନୂଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ପହଞ୍ଚି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି।...

କିଏ ହେବ ପିସିସି ସଭାପତି: ଦିଲ୍ଲୀରୁ ଫେରି କହୁକହୁ ଏମିତି କହିଦେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର,୨୭।୭: ପରବର୍ତ୍ତୀ ପିସିସି ସଭାପତି ନେଇ କଂଗ୍ରେସ ଶିବିରରେ ମାନସ ମନ୍ଥନ ଚାଲିଛି। ତେବେ ଦିଲ୍ଲୀରୁ ଫେରିବା ପରେ କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ...

ଓଡ଼ିଶାକୁ ଆସୁଛି ଆଳୁ: ଗର୍ଜିଲେ ତାରା, ନବୀନ ଚିଠି ଲେଖିଲେ ବୋଲି…

ଭୁବନେଶ୍ୱର,୨୭।୭: ରାଜ୍ୟରେ ହୁ ହୁ ହୋଇ ବଢୁଛି ଆଳୁଦର। ଭୁବନେଶ୍ୱର କଟକରେ ଆଳୁ କିଲୋ ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଏନେଇ ଯୋଗାଣ...

ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୭।୭: ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ଶନିବାର ନିଆଁ ଲାଗିଛି। ପୁରୀ ମାଳତିପାଟପୁର ରେଳ ଷ୍ଟେଶନ ନିକଟରେ ଟ୍ରେନ୍‌ ପଛ ପାଖ ଇଞ୍ଜିନରୁ ଧୂଆଁ ବାହାରିବା...

ଦିଲ୍ଲୀରୁ ଫେରି ବଡ଼ ବୟାନ ଦେଲେ ମନମୋହନ,କହିଲେ….

ଭୁବନେଶ୍ୱର,୨୭।୭: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିଛନ୍ତି ।ଦିଲ୍ଲୀରୁ ଫେରି ଗଣମାଧ୍ୟମକୁ ସେ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ,...

କମିଲା ଆଳୁ ଦର! ହେଲା ଏତିକି, ଯୋଗାଣ ମନ୍ତ୍ରୀ କହିଲେ …

ଭୁବନେଶ୍ୱର,୨୭।୭: ଆଳୁ ଦର ସ୍ବାଭାବିକ ହେଉଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା, ଏବେ ଆସିବା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri