Posted inବୌଦ୍ଧ

ବୌଦ୍ଧରେ ସୀମିତ ସେବାୟତରେ ହେବ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା  

ବୌଦ୍ଧ,୪ା୬ (ସ୍ବ.ପ୍ର.)-କରୋନା ମହାମାରୀର ପ୍ରଭାବ ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଉପରେ ପଡିଛି। ଏଥର ବୌଦ୍ଧରେ ଗଡଜାତ ଅମଳରୁ ଚାଲି ଆସୁଥିବା ପରମ୍ପରା ଭଙ୍ଗ କରାଯାଇ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାରେ କୌଣସି ଭକ୍ତଙ୍କୁ ସାମିଲ କରା ନ ଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ଦେବତ୍ତୋର ଅଧିକାରୀ ତଥା ଉପଜିଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକଙ୍କ ଉପସ୍ଥିତିରେ ବ୍ରାହ୍ମଣ ସମାଜର କର୍ମକର୍ତ୍ତାଙ୍କ ସହିତ ଏ ନେଇ ଗତ ଆଲୋଚନା କରାଯାଇଥିଲା ା ଏହି ସମୟରେ ପ୍ରଶାସନ ପକ୍ଷରୁ ମାତ୍ର ୨୫ ଜଣ ସେବାୟତ ସାମିଲ ହୋଇ ସ୍ନାନଯାତ୍ରା ପାଳନ କରାଯିବାକୁ ସ୍ଥିର ହୋଇଛି। ଏଥିସହିତ ଏଥର ଠାକୁରଙ୍କ ସ୍ନାନଯାତ୍ରାରେ ସ୍ବଳ୍ପ ସଂଖ୍ୟକ ସେବାୟତଙ୍କୁ ସାମିଲ କରାଯିବା ସହିତ ୧୦ ବର୍ଷରୁ କମ୍‌ ଓ ୬୫ବର୍ଷରୁ ଊର୍ଦ୍ଧ୍ୱ ସେବାୟତଙ୍କୁ ସାମିଲ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଠାକୁରମାନଙ୍କ ସ୍ନାନଯାତ୍ରା କେବଳ ଔପଚାରିକ ପୂଜାପଦ୍ଧତି ମଧ୍ୟରେ କରାଯାଇ ଶେଷ କରିବାକୁ ପରାମର୍ଶ ଦିଆଯାଇଛି। ସ୍ନାନଯାତ୍ରା ଦିନ ତିନି ଠାକୁରଙ୍କୁ ଭକ୍ତମାନେ ସ୍ନାନବେଦୀରେ ଗଜବେଶରେ ଦର୍ଶନ ପାଇଥାନ୍ତି। ଚଳିତବର୍ଷ ମନ୍ଦିରକୁ ଭକ୍ତମାନେ ଆସିବା ନେଇ ପୂର୍ବରୁ କଟକଣା ଜାରି କରାଯାଇ ଥିବା ବେଳେ ସ୍ନାନଯାତ୍ରାରେ ଗଜବେଶରେ ମଧ୍ୟ ଦର୍ଶନ ମିଳିବାର ସମ୍ଭାବନା ନାହିଁ। ସେହିପରି ବୌଦ୍ଧରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପରେ ବୌଦ୍ଧ ଗଡଜାତର ରଥଯାତ୍ରାର ପ୍ରସିଦ୍ଧି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଲେ

ବୌଦ୍ଧ,୪।୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବଙ୍କାପଡ଼ା ଗ୍ରାମ ଆମ୍ବବୁରୀରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ହେଲେ ଯୁବକଙ୍କୁ କେହି ହତ୍ୟା...

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ବୌଦ୍ଧ,୫ା୩(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ବୌଦ୍ଧ ଜିଲା ଦେଇ ୧୧୦ କି.ମି. ପରିବ୍ୟାପ୍ତ ଏହି ରେଳପଥ...

ବଢୁଛି ମହାନଦୀ ଜଳସ୍ତର,ତଳିଆ ଅଞ୍ଚଳ ଜଳମଗ୍ନ

ବୌଦ୍ଧ,୩ା୮(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ଲଗାଣ ବର୍ଷା ଯୋଗୁ ଏକ ପ୍ରକାର ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀ ଜଳସ୍ତର ବଢିବା ସହିତ ବିଭିନ୍ନ ନଦୀ...

ମନ୍ଦିର କାନ୍ଥରେ ପିଟିହେଲା କାର୍‌

କଣ୍ଟାମାଳ,୨୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଖଟଖଟିଆ ମେଟାକାନୀ ମନ୍ଦିର କାନ୍ଥରେ ଗୁରୁବାର ମଧ୍ୟାହ୍ନରେ ଏକ କାର୍‌ ପିଟି ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳା...

ଭିଜିଲାନ୍ସ ଜାଲରେ ଫରେଷ୍ଟର : ଏକକାଳୀନ ୪ ସ୍ଥାନରେ ଚାଲିଛି ଚଢ଼ାଉ

ବୌଦ୍ଧ,୨୬।୯(ସ୍ବ.ପ୍ର.): ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସ ପକ୍ଷରୁ ବୌଦ୍ଧର କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଚଢ଼ାଉ ଚାଲିଛି। ଗୁରୁବାର ସକାଳୁ ଭିଜିଲାନ୍ସ...

ଶିକ୍ଷକଙ୍କ ବଦଳି ବାତିଲ ଦାବି :ଦେଓଗାଁ ପ୍ରାଥମିକ ସ୍କୁଲରେ ତାଲା ବନ୍ଦ

କଣ୍ଟାମାଳ,୨୭।୭ (ଡି.ଏନ.ଏ) ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଦେଓଗାଁ ନୂତନ ପ୍ରକଳ୍ପ ପ୍ରାଥମିକ ସ୍କୁଲରେ ଶୁକ୍ରବାର ୧୦ଟାରେ ଅଭିଭାବକ ଓ ଛାତ୍ରୀଛାତ୍ର ତାଲା ପକାଇ ଧାରଣା...

ଯୋଗ୍ୟ ଚାଷୀଙ୍କୁ ମିଳିବ କିଷାନ କ୍ରେଡିଟ କାର୍ଡ

ବୌଦ୍ଧ,୯ା୨(ସ୍ବ.ପ୍ର):ବୌଦ୍ଧ କୃଷି ବିଭାଗ ପକ୍ଷରୁ କିଷାନ କ୍ରେଡିଟ କାର୍ଡ ନେଇ ଏକ ଖବରଦାତା ସମ୍ମିଳନୀ ଜିଲା କୃଷି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ା ଜିଲା ମୁଖ୍ୟ...

ଡାକବଙ୍ଗଳା ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବିତ

ବାଉଁଶୁଣୀ, ୨୪।୯(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ବାଉଁଶୁଣୀ ନିକଟ ଜାତୀୟ ରାଜପଥ ପାଶର୍‌ବରେ ବାଘନଦୀ କୂଳରେ ଥିବା ପୁରାତନ ଡ଼ାକବଙ୍ଗଳାର ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି। ଫଳରେ...

Advertisement
Archives

Model This Week