Posted inଖେଳ

ବୋଲ୍ଟଙ୍କୁ ପଛରେ ପକାଇଲେ ମହିଳା ଆଥ୍‌ଲେଟ

ଦୋହା,୩୦।୯: ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ ଇତିହାସରେ ସଫଳତମ ଆଥ୍‌ଲେଟ କିମ୍ବଦନ୍ତୀ ଉସେନ ବୋଲ୍ଟଙ୍କୁ ପଛରେ ପକାଇଛନ୍ତି ଆମେରିକାର ମହିଳା ଧାବକ ଏଲିସନ ଫେଲିକ୍ସ। ସେ ଚଳିତ ବିଶ୍ୱ ଚାମ୍ପିୟନଶିପରେ ମିକ୍ସଡ୍‌ ୪ ଗୁଣା ୪୦୦ ମିଟର ରିଲେ ଇଭେଣ୍ଟରେ ଆମେରିକାକୁ ସ୍ବର୍ଣ୍ଣ ପଦକ ଜିତାଇଛନ୍ତି। ଏହି ଇଭେଣ୍ଟକୁ ଆମେରିକା ୩ ମିନିଟ୍‌ ୯.୩୪ ସେକେଣ୍ଡରେ ଶେଷ କରି ଶୀର୍ଷ ସ୍ଥାନ ହାସଲ କରିଥିଲା। ଫେଲିକ୍ସ ୧୦ ମାସ ତଳେ ମାତୃତ୍ୱ ଲାଭ କରିଥିଲେ। ତାଙ୍କ ବିଶ୍ୱ ଚାମ୍ପିୟନଶିପ୍‌ କ୍ୟାରିୟରର ସ୍ବର୍ଣ୍ଣ ପଦକ ସଂଖ୍ୟା ୧୨ରେ ପହଞ୍ଚତ୍ଛି। ୩୩ ବର୍ଷୀୟ ଆଥ୍‌ଲେଟ ବିଶ୍ୱ ଚାମ୍ପିୟନଶିପ୍‌ର ୨୦୦ ମି., ୪୦୦ ମି., ୪ ଗୁଣା ୧୦୦ ମି., ୪ ଗୁଣା ୪୦୦ ମି. ଓ ମିକ୍ସଡ୍‌ ୪ ଗୁଣା ୪୦୦ ମି.ରେ ୧୨ ସ୍ବର୍ଣ୍ଣ ଜିତିଛନ୍ତି। ଏହା ଜାମାଇକାର ବୋଲ୍ଟଙ୍କଠାରୁ ଗୋଟିଏ ଅଧିକ। ବୋଲ୍ଟ ଶେଷ ଥର ପାଇଁ ୨୦୧୭ ସଂସ୍କରଣରେ ଟ୍ରାକକୁ ଓହ୍ଲାଇଥିଲେ। ଏ ନେଇ ଫେଲିକ୍ସଙ୍କୁ ଆଇଏଏଫ୍‌ ପକ୍ଷରୁ ଶୁଭେଚ୍ଛା ଦିଆଯାଇଛି। ଉଲ୍ଲେଖଥାଉ କି, ୪ଥର ଅଲିମ୍ପିଆନ ଗତ ନଭେମ୍ବରରେ କନ୍ୟା ସନ୍ତାନ ମା’ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଫଳତାର ରାଜ୍‌ ଖୋଲିଲେ ଜାଡେଜା

ଲଣ୍ଡନ,୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ ଏଜବାଷ୍ଟନଠାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ : କଳିଙ୍ଗରେ ଭାରତକୁ ଭେଟିବାକୁ ପ୍ରସ୍ତୁତ: ଜେଲସ୍କି

ଭୁବନେଶ୍ୱର,୧୮ା୨(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ହେଭିଓ୍ବେଟ ହକି ମୁକାବିଲା ପାଇଁ କ୍ଷେତ୍ର ପ୍ରସ୍ତୁତ। ଅନ୍ତର୍ଜାତୀୟ ହକିର ଦୁଇ ଶକ୍ତିଶାଳୀ ଦଳ ନେଦରଲାଣ୍ଡ୍ସ...

ଏହି ଷ୍ଟାଡିୟମରେ ଖେଳାଯାଇପାରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୬।୪: ଭାରତରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ବିସିସିଆଇର...

ପାକିସ୍ତାନ ପାଇଁ ‘କର ଅବା ମର’ ସ୍ଥିତି: ଭାରତ ସହ ଲଢ଼େଇ ପାଇଁ ଜିତିବା ଜରୁରୀ

ଦୁବାଇ,୨।୯: ଏସିଆ କପ୍‌ ୨୦୨୨ ସିଜନ ଏବେ ସୁପର-୪ ଷ୍ଟେଜରେ ପହଞ୍ଚିଛି। ଭାରତ, ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ଏଥିରେ ସ୍ଥାନ ପାଇସାରିଛନ୍ତି। ଶୁକ୍ରବାର ଖେଳାଯିବାକୁ ଥିବା...

ସୋହିନୀଙ୍କୁ ଟାଇଟଲ

ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି): ମୁମ୍ବାଇଠାରେ ଶୁକ୍ରବାର ଏମଏସଏଲଟିଏ(ମହାରାଷ୍ଟ୍ର ରାଜ୍ୟ ଲନ୍‌ ଟେନିସ ଆସୋସିଏଶନ)-ୟୋନେକ୍ସ ସନ୍‌ରାଇଜ୍‌ ସୁପର ସିରିଜ ଟେନିସ ଟୁର୍ନାମେଣ୍ଟ ଶେଷ ହୋଇଛି। ଏହାର ୧୨...

ପ୍ରଥମେ ବ୍ୟାଟିଂ କରିବ ଭାରତ: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌

ପୋଚେଫ୍ସଷ୍ଟ୍ରୁମ,୯।୨- ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ପ୍ରତିପକ୍ଷ ବାଂଲାଦେଶ ଦଳ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି...

ବିସିସିଆଇ ଏଜିଏମ୍‌: ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ନିଷ୍ପତ୍ତି; ଆଇସିସି ସିଇସିରେ ଜୟ ଶାହା ପ୍ରତିନିଧିତ୍ୱ କରିବେ

ମୁମ୍ବାଇ,୨।୧୨(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ବିସିସିଆଇ ନବ ନିର୍ବାଚିତ ସଭାପତି ସୌରଭ...

ଭାରତର ପ୍ରଥମେ ବ୍ୟାଟିଂ

ମାଉଣ୍ଟ ମାଉଁଗାନୁଇ,୨।୨- ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। କାମଚଳା ଭାରତୀୟ ଅଧିନାୟକ ରୋହିତ...

Advertisement
Archives

Model This Week