Posted inଖେଳ

ବୋଲର ଗୋଇଠା ମାରିବାରୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ମାରିବାକୁ ବ୍ୟାଟ ଉଠାଇଥିଲେ

କ୍ରିକେଟରେ ବହୁ ବାର ଖେଳାଳିଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଦେଖିବାକୁ ମିଳେ। ବେଳେବେଳେ ଖେଳାଳିମାନେ ବାକ୍‌ ଯୁଦ୍ଧରୁ ଆଗକୁ ବଢ଼ିଯାଆନ୍ତି। ସେହିଭଳି ଏକ ଘଟଣା ୧୯୮୧ ଫେବୃୟାରୀରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ  ଟେଷ୍ଟ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଦୁଇ ଦଳର ଷ୍ଟାର ଖେଳାଳି ଡେନିସ ଲିଲି ଓ ଜାଭେଦ ମିଆଁଦାଦଙ୍କ ମଧ୍ୟରେ  ବାକ୍‌ ଯୁଦ୍ଧ ମାରପିଟ୍‌ରେ ପହଞ୍ଚତ୍ ଯାଇଥିଲା। ଲିଲିଙ୍କ ଏକ ଇନ ସୁଇଙ୍ଗ ବଲକୁ ମିଆଁଦାଦ ଲେଗ୍‌ ସାଇଡ୍‌ ଅଞ୍ଚଳକୁ ଖେଳି ଏକ ରନ୍‌ ନେଉଥିବାବେଳେ ବୋଲରଙ୍କ ସହ ବାଡ଼େଇ ହୋଇଥିଲେ। କିନ୍ତୁ ମିଆଁଦାଦ ଜାଣିଶୁଣି ବାଡ଼େଇ ହୋଇଥିବା ଲିଲି କହିିଥିଲେ। ଅମ୍ପାୟର ଟୋନି କ୍ରାଫଟର ଉଭୟଙ୍କୁ ବୁଝାଉ ଥିବାବେଳେ ଲିଲି ମିଆଁଦାଦଙ୍କୁ ଗୋଇଠା ମାରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ପାକିସ୍ତାନ ବ୍ୟାଟ୍ସମ୍ୟାନ ବ୍ୟାଟ ଉଠାଇ ମାରିବାକୁ ଉଦ୍ୟତ ହୋଇଥିଲେ। ଏହାପରେ ଲିଲି ପୁନଃ  ମିଆଁଦାଦଙ୍କ ଆଡ଼କୁ ଅଗ୍ରସର ହୋଇଥିଲେ। ହେଲେ ତାଙ୍କୁ ଅମ୍ପାୟର କ୍ରାଫଟର ଓ ଅଷ୍ଟ୍ରେଲିଆ ଅଧିନାୟକ ଗ୍ରେଗ ଚାପେଲ ରୋକି ଦେଇଥିଲେ। ଏ ଘଟଣା ନେଇ ସେତେବେଳେ ଲିଲିଙ୍କୁ ପ୍ରବଳ ସମାଲୋଚନାର ଶିକର ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ଫାଇନାଲରେ

ନୂଆଦିଲ୍ଲୀ, ୧୬ା୧- ଭାରତୀୟ ଉଦୀୟମାନ ଶଟଲର ଲକ୍ଷ୍ୟ ସେନ୍‌ ଚଳିତ ଇଣ୍ଡିଆ ଓପନ ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ବିଶ୍ୱ ଚାମ୍ପିୟନ ସିଙ୍ଗାପୁରର...

ଡେଥ୍‌ ଓଭରରେ ପାକିସ୍ତାନ ବୋଲରଙ୍କ ଲାଇନ୍‌, ଲେନ୍ଥ ବିଗାଡ଼ି ଦେଲେ

ଦୁବାଇ,୨୯।୧୦: ପାକିସ୍ତାନର ଘାତକ ବୋଲରମାନେ ଟସ୍‌ ଜିତି ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଦଳର ବିପର୍ଯ୍ୟୟ ଘଟାଇଥିଲେ। ଦଳ ଏକଦା ୧୨.୫ ଓଭରରେ ୭୬/୬ ଉଇକେଟ ହରାଇ...

ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍‌କା

ବର୍ମିଂହାମ,୧୧ା୭- ସ୍ଥାନୀୟ ଏଜବାଷ୍ଟନଠାରେ ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ୧୦...

ବିଜୟ ଶଙ୍କରଙ୍କ ଉପରେ ରାଗିଲେ ଫ୍ୟାନ୍‌: କହିଲେ, ତୁମଠୁ ଭଲ ଲାଲୁ ଜୀ ଖେଳିଥାନ୍ତେ

ମାଞ୍ଚେଷ୍ଟର,୨୮।୬:ଆଇସିସି କ୍ରିକେଟ ବିଶ୍ୱକପର ଏକ ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୧୨୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। କେବଳ ବିଜୟ ଶଙ୍କରଙ୍କୁ ଛାଡି ସବୁ...

ସ୍ବପ୍ନ ସାକାର କରିବା ଦିଗରେ ଆଉ ପାଦେ ଆଗେଇଲେ

ନୂଆଦିଲ୍ଲୀ,୧୭।୨: ଚଳିତ ସପ୍ତାହରେ ଆଇପିଏଲ୍‌ କଣ୍ଟ୍ରାକ୍ଟ ପାଇଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ ୟଶ ଧୂଲ ନିଜ ସ୍ବପ୍ନକୁ ସାକାର କରିବା...

ଶୁଭମନ ଗିଲ୍‌ ମାରିଲେ ଚୌକା, ସଚିନ-ସଚିନ ନାରା ଲଗାଇଲେ ଦର୍ଶକ: ପଛରେ ରହିଛି ଏହି କାରଣ

ମୁମ୍ବାଇ,୬।୧୨: ମୁମ୍ବାଇରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଶୁଭମନ ଗିଲ ଭଲ ଖେଳ ପ୍ରଦର୍ଶନ କରିଛନ୍ତି। ଯଦିଓ ସେ ଉଭୟ...

ଅର୍ଜୁନ ପୁରସ୍କାର ତାଲିକାରେ ଦୂତୀ

ଭୁବନେଶ୍ୱର, ୧୯।୮(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରୀଡ଼ା ପାଇଁ ଏକ ଖୁସି ଖବର। ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଗଠିତ ଚୟନ କମିଟି ଅର୍ଜୁନ ପୁରସ୍କାର ଲାଗି...

ଫିକା ପଡିବ ଅଲିମ୍ପିକ୍‌ ମଶାଲ ରିଲେ: ଉତ୍ସବରେ ରହିବେନି ମଶାଲ, ବାହକ, ଜନସାଧାରଣ

ଟୋକିଓ,୨୪।୩(ଏପି): କୋଭିଡ-୧୯ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ମଧ୍ୟ ଏଥିରେ ପ୍ରଭାବିତ ହେବାକୁ ଯାଉଛି। ଗୁରୁବାରଠାରୁ ଆରମ୍ଭ...

Advertisement
Archives

Model This Week