ବେଳାଭୂମିରେ ଗହଳି ମନା

ପୁରୀ ଅଫିସ,୧୬।୩: କରୋନାକୁ ନେଇ ବିଶ୍ୱବ୍ୟାପୀ ଭୟଙ୍କର ସ୍ଥିତି। ଦିନକୁ ଦିନ ଏହି ମାରାତ୍ମକ ଭୂତାଣୁ ନୂଆ ନୂଆ ଦେଶରେ ତା’ର ଉପସ୍ଥିତି ଜାହିର କରୁଛି। ଭାରତରେ ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲାଣି କିନ୍ତୁ ଓଡ଼ିଶା ବେଶ୍‌ ଭଲ ସ୍ଥିତିରେ ରହିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ଏଥିପ୍ରତି ସମସ୍ତକୁ ସତର୍କତା ଏବଂ ସଚେତନତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ବିଭିନ୍ନ ଆଡଭାଇଜରି ଜାରି କରିଛନ୍ତି। ଏହାକୁ ନଜରରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବେଳାଭୂମିରେ କଟକଣା ଲଗାଇଛି ପ୍ରଶାସନ। ଜିଲାପାଳ ବଲୱନ୍ତ ସିଂ ରବିବାର ଗଣମାଧ୍ୟମକୁ କହିଛନ୍ତି ଯେ, ଜିଲାରେ ଯେଉଁସବୁ ବେଳାଭୂମିରେ ଗହଳି ହୁଏ ତାହାକୁ ବାରଣ କରାଯାଇଛି। ବେଳାଭଭୂମିକୁ ନ ଯିବା ଲାଗି ସ୍ଥାନୀୟ ଜନସାଧାରଣ ଏବଂ ପର୍ଯ୍ୟଟକଙ୍କୁ ମନା କରାଯାଉଛି। କୌଣସି ସାଇଟ୍‌ ସିଇଙ୍ଗ୍‌ ଟୁର୍‌ ବସ ପୁରୀରୁ ଭୁବନେଶ୍ୱର, କୋଣାର୍କ, ଚିଲିକା, ସାତପଡ଼ା ସମେତ ଦର୍ଶନୀୟ ସ୍ଥାନକୁ ବନ୍ଦ ରଖାଯାଇଛି। ସହରରେ ଥିବା ବିଦେଶୀ ନାଗରିକଙ୍କ ଉପରେ ନଜର ରଖାଯାଇଛି। ସେମାନେ କେଉଁ ଦେଶରୁ ଓ କେବେ ଆସିଛନ୍ତି ତାହାର ଯାଞ୍ଚ ହେଉଛି। ସେହିପରି ବିବାହ, କୌଣସି ଧାର୍ମିକ କାର୍ଯ୍ୟକ୍ରମ ଉପରେ ବି ନଜର ରଖାଯାଇଛି। ଦରକାର ପଡ଼ିଲେ ଏହା ଉପରେ କଟକଣା ଲଗାଯିବ।
ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ବୈଠକ ଖୁବ୍‌ଶୀଘ୍ର କରାଯିବ। ଏଥିରେ ମୁଖ୍ୟତଃ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସଚେତନ କରାଯିବ। ସେହିପରି ଜିଲାର ଏସ୍‌ଏଚ୍‌ଜି ସଦସ୍ୟାମାନେ ହାତସଫା ରଖିବା, ଥଣ୍ଡା କାଶ ଏବଂ ଗୋଟିଏ ଜାଗାରେ ଭିଡ଼ ନ କରିବା ନେଇ ଲୋକଙ୍କୁ ସଚେତନ କରିବେ। ଯଥାସମ୍ଭବ ଲୋକେ ସେମାନଙ୍କ ଘରେ ରହିଲେ ଏହା ନିଜ ତଥା ସମାଜ ପାଇଁ ମଙ୍ଗଳ ହେବ ବୋଲି ଜିଲାପାଳ କହିଛନ୍ତି। ଫନୀକୁ ସଫଳତାର ସହ ମୁକାବିଲା କରି ଉଦାହରରଣ ସୃଷ୍ଟି କରିଥିଲା ପୁରୀ। ବର୍ତ୍ତମାନ କରୋନାର ଭୟାବହତା ନେଇ ଯେଉଁ ସତର୍କତା ଓ ସଚେତନତା କରାଯାଉଛି ସେଥିରେ ମଧ୍ୟ ପୁରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ। କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟିରୁ ଯେଉଁ ବାର୍ତ୍ତା ଯିବ ତାହାକୁ ନିଶ୍ଚିତ ସବୁ ମନ୍ଦିର ଏବଂ ପରିବାର ସଦସ୍ୟ ମାନିବେ। ତେବେ ଏଥିପାଇଁ କିଛି ସମୟ ଆମକୁ କଷ୍ଟ କରିବାକୁ ପଡ଼ିିବ ବୋଲି ଜିଲାପାଳ ସହରବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି କୌଣସି ବିପତ୍ତି ସମୟରେ ଅନେକ ଲୋକ ଏହାର ଫାଇଦା ନେବାକୁ ଚେଷ୍ଟା କରନ୍ତି। କିନ୍ତୁ କରୋନାକୁ ନେଇ ଯେଉଁ ସ୍ଥିତି ରହିଛି ସେଥିପାଇଁ ଯୋଗାଣ ସାମଗ୍ରୀର କୌଣସି ଅଭାବ ରହିବ ନାହିଁ। ତେଣୁ କୌଣସି ଜିନିଷ ପାଇଁ ଭିଡ଼ କରିବାର ଆବଶ୍ୟକତା ନାହିଁ। ସବୁ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ବଜାରରେ ଉପଲବ୍ଧ ଅଛି। କିନ୍ତୁ ଯେଉଁମାନେ କଳାବଜାର କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ବ୍ଲକସ୍ତରରେ ତହସିଲଦାରଙ୍କ ନେତୃତ୍ୱରେ ଯୋଗାଣ ବିଭାଗ ଏବଂ ପୋଲିସ କର୍ମଚାରୀଙ୍କୁ ନେଇ ଯାଞ୍ଚ କମିଟି ଗଠନ କରାଯାଇଛି ବୋଲି ଜିଲାପାଳ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?