ବେଧଡ଼କ ଚାଲିଛି ବାଲି ଉଠାଣ

ଆରଡ଼ି, ୨।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତସ୍ଥିତ ବୋଡ଼କ ଓ ଷାଠିବାଙ୍କୁଡା ନିକଟରେ ବୈତରଣୀ ନଦୀରୁ ଭୁଟୁଭୁଟି ସାହାଯ୍ୟରେ ବେଧଡ଼କ ବାଲି ଉଠାଣ ଚାଲିଛି। ଏହି ବାଲି ଉଠାଣ ଯୋଗୁ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏହାକୁ ରୋକିବା ପାଇଁ ପ୍ରଶାସନିକ ସ୍ଥାଣୁତା ନେଇ ଅଭିଯୋଗ ହେଉଛି। ଲଗାଣ ବର୍ଷାରେ ସୋମବାର ମଧ୍ୟ ଏଠାରୁ ବାଲି ଉଠାଣ ହେଉଥିବା ଦେଖିବାକୁ ମିଳିଥିଲା। ଆଇନ ଅନୁସାରେ ବାଲି ଉପରେ ଯଦି ୫ ଇଞ୍ଚର ପାଣି ଥାଏ, ସେ ସ୍ଥାନରୁ ବାଲି ଉଠାଣ ହୋଇପାରିବ ନାହିଁ। ଏହି ଆଇନକୁ ବେଖାତିର କରି ପାଣିର ୫ରୁ ୭ ଫୁଟ ତଳୁ ବାଲି ଉଠାଣ କରାଯାଉଛି। ପେଟପାଟଣା ପାଇଁ କେତେକ ବ୍ୟକ୍ତି ବିପଜ୍ଜନକ କାର୍ଯ୍ୟରେ ନିଜକୁ ସାମିଲ କରି ନଦୀରେ ବୁଡ଼ି ବାଲି ଉଠାଉଛନ୍ତି, ଯାହା କି ମାନବାଧିକାର ଉଲ୍ଲଂଘନ ପରିସରକୁ ଆସୁଛି। ଅପ୍ରାପ୍ତବୟସ୍କ ପିଲା ବି ଏହି କାମରେ ନିୟୋଜିତ ହେବାକୁ ପଛାଉ ନାହାନ୍ତି। ବର୍ଷ ବର୍ଷ ଧରି ଏହି ପ୍ରକ୍ରିୟା ଚାଲୁ ରହିଥିଲେ ମଧ୍ୟ ଚାନ୍ଦବାଲି ତହସିଲ ପକ୍ଷରୁ ବର୍ଷରେ ଥରେ ଅଧେ ଚଢ଼ାଉ କରାଯାଉଥିବା ଅଭିଯୋଗ ହେଉଛି। ବାଲି ମାଫିଆଙ୍କ କବ୍‌ଜାରେ ଜିଲା ପ୍ରଶାସନ ରହିଥିବା ବୋଡ଼କ ଓ ଷାଠିବାଙ୍କୁଡ଼ା ଅଧିବାସୀ କହିଛନ୍ତି। ବାଲି ଉଠାଣ ଦ୍ୱାରା ନଦୀବନ୍ଧ ଧସୁଥିବା ଷାଠିବାଙ୍କୁଡ଼ା ଗ୍ରାମର ଲୋକେ ଅଭିଯୋଗ ଆଣିଛନ୍ତି।
ଷାଠିବାଙ୍କୁଡା ନଦୀବନ୍ଧରେ ପ୍ରତିବର୍ଷ ପଥରପ୍ୟାକିଂ କରାଯାଉଥିଲେ ହେଁ ତାହା ନଦୀ ମଧ୍ୟକୁ ଧସିଯାଉଛି। ଷାଠିବାଙ୍କୁଡା ଓ ବୋଡ଼କ ମଧ୍ୟସ୍ଥାନରେ ଥିବା ୨୦ ନମ୍ବର ଜାତୀୟ ରାଜପଥରେ ସମାନ ପରିସ୍ଥିତି ସୃଷ୍ଟି ହେଉଛି। ଜଳସେଚନ ବିଭାଗର ଅଧିକାରୀ ଏହାକୁ ହୃଦୟଙ୍ଗମ କରି ଚାନ୍ଦବାଲି ତହସିଲଦାରଙ୍କୁ ଏ ବିଷୟରେ ଜଣାଇଛନ୍ତି। କର୍ମଚାରୀ ଅଭାବ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ତହସିଲ ପକ୍ଷରୁ କୁହାଯାଉଛି। ଏହି ବେନିୟମ ବାଲି ଉଠାଣ ପ୍ରକ୍ରିୟା ପଛରେ ୨ଟି ରାଜନୈତିକ ଦଳର ହାତ ଥିବା ନେଇ ଚର୍ଚ୍ଚା ହେଉଛି। ଏହାକୁ ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି। ଏ ସମ୍ପର୍କରେ ଷାଠିବାଙ୍କୁଡ଼ା ଗ୍ରାମର ଅଧିବାସୀ ନୀଳମଣି ବିଶ୍ୱାଳ କହିଛନ୍ତି, ନଦୀବନ୍ଧ ଦୁର୍ବଳ ହେବା ପଛରେ ବାଲି ଉଠାଣ ପ୍ରଥମ କାରଣ ଏବଂ ଏଥିଯୋଗୁ ପଥର ଧସୁଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଇ ଏହାକୁ ବନ୍ଦ କରାଯିବା ଜରୁରୀ। ଆରଡ଼ି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟଙ୍କୁ ଏ ବିଷୟରେ ପଚାରିବାରୁ କହିଥିଲେ, ଏଭଳି ଉପାୟରେ ନଦୀରୁ ବାଲି ଉଠାଇବା ବେଆଇନ। ବିଭିନ୍ନ ସମୟରେ ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ବାଲି ଉଠାଣକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଏହାକୁ ବନ୍ଦ କରାଯିବା ପାଇଁ ନିଶ୍ଚୟ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରୁ ଲୁଟିଥିଲେ ୩୪ ବାଇକ୍‌

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜଧାନୀ ଓ ଉପକଣ୍ଠ ଅଞ୍ଚଳରେ ବାଇକ୍‌ ଚୋରି କରୁଥିବା ଏକ ଗ୍ୟାଙ୍ଗକୁ କମିଶନରେଟ ପୋଲିସ କାବୁ କରିଛି। ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଖଣ୍ଡଗିରି...

ମଦ ପାଇଁ ୮୫ ବର୍ଷର ମା’, ଭଉଣୀଙ୍କୁ ହାଣିଲେ

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ମଦ ପାଇଁ ଅନ୍ଧ ପାଲଟିଲେ ନିର୍ଦ୍ଦୟ ପୁଅ। ୮୫ ବର୍ଷର ବୃଦ୍ଧ ମା’ ଓ ୬୮ ବର୍ଷର ଭଉଣୀଙ୍କୁ ଗୋଡାଇ ଗୋଡାଇ ହାଣିଲେ। ଯନ୍ତ୍ରଣାରେ...

ନୂଆପଡ଼ା ଘାଟରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଛାତ୍ର: ୨ ଉଦ୍ଧାର; ଜଣଙ୍କର ପତ୍ତା ମିଳୁନି

ଢେଙ୍କାନାଳ ଅଫିସ, ୮।୫: ଢେଙ୍କାନାଳ ଜିଲା ସଦର ବ୍ଲକ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ରାଧାଦେଇପୁର ପଞ୍ଚାୟତର ବ୍ରାହ୍ମଣୀ ନଦୀର ନୂଆପଡ଼ା ଘାଟରେ ରବିବାର ମଧ୍ୟାହ୍ନରେ...

୧୪ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉପରେ ଉତ୍ତର ବିହାରରୁ ଦକ୍ଷିଣ ଝାଡଖଣ୍ଡ ଏବଂ ଉତ୍ତର ଛତିଶଗଡ ଉପରେ ଏକ ଟ୍ରପ୍‌ ଲାଇନ ସୃଷ୍ଟିି ହୋଇଛି।...

ଓଡ଼ିଶାରୁ ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର : କହିଲେ ‘କୌଣସି ଗୁପ୍ତ ବୁଝାମଣା ନାହିଁ’

ଭୁବନେଶ୍ୱର,୨୩ା୬(ବ୍ୟୁରୋ) : ସଂଖ୍ୟାଗରିଷ୍ଠ ଥାଇ ମଧ୍ୟ ବିଜେଡି ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବା ପରେ ରାଜ୍ୟରେ ରାଜନୈତିକ ଉଷ୍ଣତା ପ୍ରକାଶ...

ଟଙ୍କା ଦେଇ ଟିକାକୁ ନା’

ଅନୁଗୋଳ ଅଫିସ, ୨୫।୪:  କୋଭିଡ୍‌ରୁ ବର୍ତ୍ତିବା ପାଇଁ ଟିକା ନେବା ଜରୁରୀ। ଏ ନେଇ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। କିପରି ଅଧିକରୁ ଅଧିକ ଲୋକଙ୍କୁ...

ବରଗଡ଼ ଧନୁଯାତ୍ରା: କଂସ ଚୟନକୁ ନେଇ ଉଠିଲା ବିରୋଧର ସ୍ବର, ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବରଗ ଅଫିସ,୫।୧୧- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇ ୨୦୨୦ ଜାନୁଆରୀ ୧୦ ପର୍ଯ୍ୟନ୍ତ ଚାଲିବ।...

ଉବ୍ଦିଦ ବିଜ୍ଞାନ ସମ୍ମାନରେ ପ୍ରୀତିସୁଧା ଟପ୍ପର

ରୂପ୍‌ସା, ୧୩।୬(ଡି.ଏନ.ଏ.)-ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଉବ୍ଦିଦ ବିଜ୍ଞାନ ସମ୍ମାନରେ ଚଳିତବର୍ଷ ଛାତ୍ରୀ ପ୍ରୀତିସୁଧା ମହାପାତ୍ର ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ା ବାଲେଶ୍ୱର ଜିଲା...

Advertisement
Archives

Model This Week