ଟ୍ରେଲର ଧକ୍କାରେ ନାବାଳିକା ମୃତ: ୨୬ ନଂ. ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନ୍‌ମାଠ ନିକଟ ୨୬ ନଂ. ଜାତୀୟ ରାଜପଥ ପାରହେଉଥିବା ବେଳେ ଜଣେ ନାବାଳିକାଙ୍କ ଉପରେ ଲାଞ୍ଜିଗଡ଼ସ୍ଥିତ  ଏକ କମ୍ପାନୀର ଟ୍ରେଲର ଧକ୍କାଦେବାରୁ ଶୁକ୍ରବାର ସକାଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ କେସିଙ୍ଗାସ୍ଥିତ ବଗାଡ଼ର ଦନାର ମାଝିଙ୍କ ଝିଅ ସରିତା(୮)। ଏ ନେଇ ସ୍ଥାନୀୟ ଲୋକେ ଟ୍ରେଲରକୁ ଅଟକ ରଖିବା ସହ ରାଜପଥ ଉପରେ ମୃତଦେହ ରଖି ଅବରୋଧ କରିଛନ୍ତି। ଫଳରେ କଳାହାଣ୍ଡି, ବଲାଙ୍ଗୀର, ଭବାନୀପାଟଣାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବରପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛିି। ଏନ୍‌ଏସି ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ଦେଇଥିବା ବେଳେ  କମ୍ପାନୀର କୌଣସି କର୍ତ୍ତୃପକ୍ଷ ପହଞ୍ଚି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନାରେ ଲୁଚାଇ ରଖିଥିଲେ ବଜ୍ରକାପ୍ତା: ଚଢ଼ାଉ କରି ଉଦ୍ଧାର କଲା ବନ ବିଭାଗ ଟିମ୍‌

ନବରଙ୍ଗପୁର,୧୨।୮(ବି.ପ୍ର.)- ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ ପାନାରଚୁଆ ଗ୍ରାମର ଜଣଙ୍କ ଘରୁ ବନ ବିଭାଗ ଟିମ୍‌ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଘଟଣାରେ ଜଣକୁ ଗିରଫ...

ଭତା, ଆବାସ ଘର କାର୍ଯ୍ୟାଦେଶ ପାଏଲେ ଉତ୍ତର

ଅତାବିରା, ୨୮।୮ (ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁାର ଉତ୍ତର ଝାଙ୍କର(୭୦) ଆର ମାଏକିନା ତାରା ଝାଙ୍କର(୬୫)। ଉତ୍ତର ଦିବ୍ୟାଙ୍ଗ...

ଧାର୍ମିକ ପୀଠ, ପର୍ଯ୍ୟଟନସ୍ଥଳୀରେ ବଢ଼ିଲା କଟକଣା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ରାଜ୍ୟର ପ୍ରଥମ କରୋନା ଭାଇରସ୍‌ ସଂକ୍ରମଣ ଜଣାପଡିବା ପରେ ସବୁଠି କଟକଣା ଲାଗୁ କରାଯାଇଛି। କେଉଁଠି ୧୪୪ ଧାରା ଲାଗୁ ହୋଇଛି ତ ଆଉ...

‘ରେଭେନ୍‌ଶାରେ ବାତିଲ ହେବନି ପରୀକ୍ଷା’ ଖବର ସମ୍ପର୍କିତ ସ୍ପଷ୍ଟୀକରଣ

ଭୁବନେଶ୍ୱର, ୬।୬-‘ରେଭେନ୍‌ଶାରେ ବାତିଲ୍‌ ହେବନି ପରୀକ୍ଷା’ ସମ୍ପର୍କିତ ଏକ ଖବର ଧରିତ୍ରୀରେ ୬ ଜୁନ୍‌ ଶନିବାର ଇ-ପେପରର ପୃଷ୍ଠା ୧୨ରେ ପ୍ରକାଶ ପାଇଥିଲା। ଏଥିରେ ପରୀକ୍ଷା...

ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ସତ୍ୟବ୍ରତଙ୍କ ପଦଯାତ୍ରା

ଦାରିଙ୍ଗବାଡ଼ି/ ରାଇକିଆ,୧୨୩(ଡି.ଏନ.ଏ) ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଘୋଷଣା ସହ ମହାନଦୀର ଜଳ ଆବଣ୍ଟନ ସମସ୍ୟା ସମାଧାନ ଏବଂ ପୋଲାଭରମ୍‌ ପ୍ରକଳ୍ପ ବନ୍ଦ କରିବା ଦାବିରେ ଜଗତ୍‌ସିଂହପୁର...

କଣ୍ଟେନ୍‌ମେଣ୍ଟ ଜୋନ୍‌ର ନିର୍ଭୀକ ସେବାକାରୀ

ବଲାଙ୍ଗୀର ଅଫିସ, ୧୯ା୭:  ବଲାଙ୍ଗୀର ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ସମୟରେ ଜିଲାର କରୋନା ଯୋଦ୍ଧା ସେମାନଙ୍କର ନିରବଚ୍ଛିନ୍ନ...

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡିଓ ଭାଇରାଲ

ଦିଗପହଣ୍ଡି,୫ା୨(ଡି.ଏନ.ଏ.) -ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗଁାର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ ପରେ ତାଙ୍କ ବାହାଘର...

ଢାବାରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୋପାଳପୁର/କନିଷି(ଡି.ଏନ୍‌.ଏ.),୨୫ା୧୧- ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଗୋବିନ୍ଦନଗର ଗ୍ରାମସ୍ଥିତ ଶ୍ୟାମା ଢାବା ବାରଣ୍ଡାରୁ ରବିବାର ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ...

Advertisement


Archives

Model This Week