ବେଦାନ୍ତର ‘ମେଟାଲ ଓ୍ବିମେନ୍‌’

ଭୁବନେଶ୍ୱର, ୮।୩(ବ୍ୟୁରୋ): ମହିଳାମାନେ ଯେକୌଣସି କାମକୁ ସଫଳତାର ସହ କରିପାରିବେ। କେବଳ ସଫ୍ଟଓ୍ବେର୍‌ ଇଞ୍ଜିନିୟର, ଶିକ୍ଷକ ଓ ଡାକ୍ତର ନୁହେଁ, ମେକାନିକାଲ ଇଞ୍ଜିନିୟର, ଓ୍ବେଲ୍ଡର, ସିକ୍ୟୁରିଟି, ଫାୟାର ଫାଇଟର୍‌ ଓ ଆଷ୍ଟ୍ରୋନଟ୍‌ ଭଳି ପୁରୁଷ ପ୍ରାଧାନ୍ୟ ବୃତ୍ତିରେ ମଧ୍ୟ ମହିଳାମାନେ ନିଜ ପ୍ରଭାବ ବିସ୍ତାର କରିପାରିବେ। ପ୍ଲାଣ୍ଟ ଅପରେଶନରୁ ଆରମ୍ଭକରି ମାର୍କେଟିଂ, ମେଣ୍ଟେନାନ୍ସ ଓ ଆର୍‌ଆଣ୍ଡ୍‌ଡି ପର୍ଯ୍ୟନ୍ତ ମହିଳାଙ୍କ ପାଇଁ କୌଣସି କାମ କରିବା ଅସମ୍ଭବ ନୁହେଁ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବେଦାନ୍ତର ଆଲୁମିନିୟମ୍‌ ଆଣ୍ଡ ପାଓ୍ବାର୍‌ ବିଜ୍‌ନେସ୍‌ ଶାଖା। ଦେଶର ଏହି ପ୍ରମୁଖ ଶିଳ୍ପାନୁଷ୍ଠାନ ମହିଳା ଓ ପୁରୁଷଙ୍କୁ ସର୍ବଦା ସମାନ ଭାବେ ଦେଖିଥାଏ। ପ୍ରତି ମୁହୂର୍ତ୍ତରେ ଶିଖିବା ଓ କିଛି ନୂଆ କରିବାର ଇଚ୍ଛାଶକ୍ତି ନେଇ ଆଗକୁ ଆସୁଥିବା ମହିଳାମାନଙ୍କୁ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ ଦେଇଥାଏ। ତାହା ପ୍ଲାଣ୍ଟ୍‌ ଅପରେଶନ ହେଉ କି ସେଣ୍ଟ୍ରାଲ ସିକ୍ୟୁରିଟି ଟିମ୍‌, ବେଦାନ୍ତ କେବେ କାମରେ ମହିଳା ପୁରୁଷଙ୍କ ବାଛ ବିଚାର କରୁ ନ ଥିବା ବେଦାନ୍ତ ଲିମିଟେଡ୍‌ ଆଲୁମିନିୟମ୍‌ ଆଣ୍ଡ୍‌ ପାଓ୍ବାର ବିଜ୍‌ନେସ୍‌ର ସିଇଓ ଅଜୟ କୁମାର କହିଛନ୍ତି।

ଓଡ଼ିଶାର ଝାରସୁଗୁଡ଼ା ଏବଂ ଛତିଶଗଡ଼ର ବାଲ୍‌କୋରେ ଥିବା କମ୍ପାନୀର ଦୁଇଟି ପ୍ରମୁଖ ଅପରେଶନ୍‌ସ ଶାଖାର ସେଣ୍ଟ୍ରାଲ ସିକ୍ୟୁରିଟି ଏବଂ ସର୍ଭେଲାନ୍ସ ଟିମ୍‌ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ସେହିଭଳି କଳାହାଣ୍ଡି ଲାଞ୍ଜିଗଡ଼ରେ ଥିବା ଫ୍ୟାକ୍ଟ୍ରିର ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍‌ ମଧ୍ୟ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଡିଜିଟାଲ ଟେକ୍ନୋଲୋଜିରେ ପାରଙ୍ଗମ ଏହି ମହିଳାମାନେ ସଫଳତାର ସହ ସମସ୍ତ କାର୍ଯ୍ୟ କରିଥାନ୍ତି। ମହିଳାଙ୍କ ସୁରକ୍ଷା, କାର୍ଯ୍ୟସ୍ଥଳୀରେ ନିରାପତ୍ତା, ୨୪ ଘଣ୍ଟିଆ ଡେ’କେୟାର ବ୍ୟବସ୍ଥା ସହ ପ୍ରତ୍ୟେକ ମହିଳା କର୍ମଚାରୀଙ୍କୁ ନିଜ ଆତ୍ମରକ୍ଷା ପାଇଁ ସ୍ବତନ୍ତ୍ରଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଏ।

କେବଳ ପାରମ୍ପରିକ ନୁହେଁ, ମହିଳାମାନଙ୍କୁ ଚ୍ୟାଲେଞ୍ଜିଂ ରୋଲ୍‌ ଦେବାକୁ ପସନ୍ଦ କରୁଥିବା ବେଦାନ୍ତ ବହୁ ପୁରୁଷ ପ୍ରାଧାନ୍ୟ କାମରେ ମହିଳାଙ୍କୁ ନିୟୋଜିତ କରିଛି। ତୃଣମୂଳସ୍ତରରୁ ଆରମ୍ଭକରି ଡେସିସନ୍‌ ମେକିଂ ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ମହିଳାଙ୍କୁ ନିଯୁକ୍ତ କରାଯାଏ। କମ୍ପାନୀର ସ୍ମେଲ୍‌ଟର୍‌, କାଷ୍ଟ୍‌ ହାଉସ୍‌, କୋଲ୍‌ ପ୍ରୋକ୍ୟୁରମେଣ୍ଟ, କମର୍ସିଆଲ, ମାର୍କେଟିଂ, ଫିନାନ୍ସ ଏବଂ ଏଚ୍‌ଆର୍‌ଏମ୍‌ ଭଳି କ୍ଷେତ୍ରରେ ବହୁସଂଖ୍ୟାରେ ମହିଳା କାମ କରୁଥିବାବେଳେ ସିକ୍ୟୁରିଟି, ଅକ୍ୟୁପେଶନାଲ ହେଲ୍‌ଥ, ଟ୍ୟାଲେଣ୍ଟ ଆକ୍ୟୁଜିଶନ, ଡେଭଲପ୍‌ମେଣ୍ଟ ଏବଂ ଏନ୍‌ଗେଜ୍‌ମେଣ୍ଟ ଭଳି କ୍ଷେତ୍ରରେ ଅଧିକାଂଶ ମହିଳା କର୍ମଚାରୀଙ୍କୁ ଦେଖିବାକୁ ମିଳିଥାଏ। ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ରିଫାଇନେରିରେ ମହିଳାମାନେ ଆସେଟ୍‌ ଅପ୍ଟିମାଇଜେଶନ, ହେଲ୍‌ଥ, ସେଫ୍‌ଟି ଆଣ୍ଡ ଏନ୍‌ଭଇରନ୍‌ମେଣ୍ଟ, ସଷ୍ଟେନେବିଲିଟି, କ୍ୱାଲିଟି ଆସ୍ୟୁରାନ୍ସ ଓ କ୍ୱାଲିଟି କଣ୍ଟ୍ରୋଲ, ପ୍ରୋସେସ୍‌ କଣ୍ଟ୍ରୋଲ ଗ୍ରୁପ୍‌ ଓ ଡିଷ୍ଟ୍ରିବ୍ୟୁଟେଡ୍‌ କଣ୍ଟ୍ରୋଲ ସିଷ୍ଟମ(ଡିସିଏସ୍‌) ଭଳି ବହୁ ଟେକ୍ନିକାଲ କ୍ଷେତ୍ରରେ କାମ କରିଥାନ୍ତି। ଟେକ୍ନିକାଲ ଫଙ୍କଶନ୍‌ ଭଳି ପୁରୁଷ ପ୍ରାଧାନ୍ୟ କ୍ଷେତ୍ରରେ କାମ କରି ଆମ ଜ୍ଞାନକୌଶଳ ଏବଂ ଦକ୍ଷତା ପ୍ରତି ମୁହୂର୍ତ୍ତରେ ବଢ଼ୁଥିବା କମ୍ପାନୀର ଟେକ୍ନିକାଲ୍‌ ସେଲ୍‌ ଇନ୍‌ଚାର୍ଜ ସସ୍ମିତା ସାମଲ କହିଥିବାବେଳେ ମହିଳାଙ୍କ ସୁରକ୍ଷା ଓ ସମାନତାକୁ ବେଦାନ୍ତ ସବୁବେଳେ ପ୍ରାଧାନ୍ୟ ଦେଉଥିବା ଝାରସୁଗୁଡା ପ୍ଲାଣ୍ଟର ମୁଖ୍ୟ ସିକ୍ୟୁରିଟି ଅଫିସର ହିମାନୀ ଥାପ୍ଲିୟାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନରମିଲେ ବିଷ୍ଣୁ, ଟ୍ରିପଲ୍‌ ତଲାକ୍‌ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ

ଭୁବନେଶ୍ୱର, ୨।୮(ବ୍ୟୁରୋ): ଟ୍ରିପଲ୍‌ ତଲାକ୍‌ ଉପରେ ବିବାଦୀୟ ବୟାନ ଲାଗି ଦୁଃଖପ୍ରକାଶ କରିଛନ୍ତି ଭାଜପା ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ। ଗୁରୁବାର ବିଧାନସଭା ଶୂନ୍ୟକାଳରେ...

ମହଙ୍ଗା ପଡ଼ିଲା ତୃତୀୟ ବିବାହ : ବାହାବେଦିରୁ ବରକୁ ଉଠାଇନେଲା ପୋଲିସ

ବାଳକାଟୀ,୧ା୭(ଡି.ଏନ୍‌.ଏ.) : ରାଜଧାନୀ ଉପକଣ୍ଠ ବାଳକାଟୀ ଅଞ୍ଚଳରେ ରବିବାର ତୃତୀୟ ବିବାହ ପାଇଁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ହିନସ୍ତା ହେବାକୁ ପଡ଼ିଛି। ମନ୍ଦିରରେ ବିବାହ...

ଏହି ରାଜ୍ୟର ଦୁଇ ନଦୀରୁ ମିଳିଥାଏ ସୁନା, ଏବେ ସୁନାଖଣି ଥିବା ନେଇ ବଢ଼ିଲା ସମ୍ଭାବନା

ଛତିଶଗଡ଼ର ଜଶପୁରରେ ସୁନାଖଣି ପାଇବାର ସମ୍ଭାବନା ବଢ଼ିବାରେ ଲାଗିଛି। କାରଣ ଏଠାରେ ଥିବା ଦୁଇଟି ନଦୀ ଅବବାହିକାରେ ସୁନାର କଣିକା ଦେଖିବାକୁ ମିଳିଥିଲା। ଏବେ ଏଠାରେ...

ଅର୍ଚ୍ଚନାଙ୍କୁ ଜେଲ ଭିତରେ ଜେରା କରିବ ଇଡି

ଭୁବନେଶ୍ୱର,୪।୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ଚଳାଇଛି। ତେବେ ଡିଜିଟାଲ ଏଭିଡେନ୍ସ ପାଇବା ବୁଧବାର ଇଡି ଅର୍ଚ୍ଚନାଙ୍କୁ ଜେଲ ଭିତରେ...

୨୩ରେ ଭାଜପାର ବିରୋଧୀ ଦଳ ନେତା ଚୟନ

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ବିଧାନସଭାର ବଜେଟ୍‌ ଅଧିବେଶନ ଆସନ୍ତା ୨୫ରୁ ଆରମ୍ଭ ହେବ। ଏହାର ଦିନକ ଆଗରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ତେବେ...

ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କ ୧.୦୫ କୋଟିର ସମ୍ପତ୍ତି ଆଟାଚ୍‌

ଭୁବନେଶ୍ୱର,୪।୧୦(ବ୍ୟୁରୋ):ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର କଟକ ଓ ଭୁବନେଶ୍ୱର ଶାଖାରେ ହୋଇଥିବା ଠକେଇ ମାମଲାର ଅର୍ଥ କାରବାର ସଂକ୍ରାନ୍ତରେ ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ...

ବଦଳୁଛି ମଶାଣି ରୂପ

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ। ତେବେ ଜନ୍ମର ଅନ୍ତୁଡ଼ି ନିଆଁଠାରୁ ମଶାଣିର ଜୁଇକୁ ଯିବା ସମୟର ବ୍ୟବଧାନ ମଧ୍ୟରେ ସମସ୍ତଙ୍କୁ...

ବିଭାଗୀୟ ଉଦାସୀନତାରୁ ଯବାନ ମୃତ୍ୟୁସହ ସଂଗ୍ରାମ କରିବା ଘଟଣା: ତଦନ୍ତ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): କାର୍ଯ୍ୟ କରୁଥିବାବେଳେ ବ୍ରେନ୍‌ଷ୍ଟ୍ରୋକ୍‌ର ଶିକାର ହୋଇ ଗୁରୁତର ଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରତି ଗୁରୁତର ବିଭାଗୀୟ ଅବହେଳା କରାଯାଇଥିବା ଅଭିଯୋଗ ହୋଇ ଆସୁଛି।...

Advertisement
Archives

Model This Week