ବେଜୋସ୍‌ଙ୍କ ଫୋନ୍‌ ହ୍ୟାକ୍‌ କରିଥିଲେ ଏମ୍‌ବିଏସ୍‌

ଡାଭୋସ୍‌,୨୪ା୧:୨୦୧୮ ଅକ୍ଟୋବରରେ ତୁର୍କୀସ୍ଥିତ ଇସ୍ତାନବୁଲ ଦୂତାବାସରେ ‘ଓ୍ବାଶିଂଟନ ପୋଷ୍ଟ’ ଖବରଦାତା ଜମାଲ କାଶୋଗୀଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଏହା ପରଠୁ ବିଦେଶୀ ପୁଞ୍ଜିନିବେଶ ବଢ଼ାଇ ସୌଦି ଆରବର ଅର୍ଥନୀତିକୁ ଅଧିକ ମଜଭୁତ କରିବା ପାଇଁ ସଲ୍‌ମାନଙ୍କ ଉଦ୍ୟମକୁ ଝଟ୍‌କା ଲାଗିଥିବାବେଳେ ସଦ୍ୟ ପ୍ରଘଟ ସୌଦିର ଭବିଷ୍ୟତ ରାଜାଙ୍କୁ ପୁଣିଥରେ ସନ୍ଦେହ ଘେରକୁ ଟାଣିନେଇଛି।

ଆମାଜନ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜେଫ୍‌ ବେଜୋସ୍‌ଙ୍କ ମୋବାଇଲ୍‌ ଫୋନ୍‌କୁ ୨୦୧୮ରେ ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ(ଏମ୍‌ବିଏସ୍‌) ହ୍ୟାକ୍‌ କରିଥିଲେ। ଏମ୍‌ବିଏସ୍‌ଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବେଜୋସ୍‌ଙ୍କ ଫୋନ୍‌କୁ ହ୍ବାଟ୍ସଆପ୍‌ ଜରିଆରେ ଏକ ବିପଜ୍ଜନକ ଭିଡିଓ ଫାଇଲ ଯିବା ପରେ ଏପରି କରାଯାଇଥିବା କୁହାଯାଉଛି। ଅଭିଯୋଗକୁ ସୌଦି ଆରବ ପକ୍ଷରୁ ଖଣ୍ଡନ କରାଯାଇଥିବାବେଳେ ଜାତିସଂଘ ବିଶେଷଜ୍ଞମାନେ ଏହାର ତଦନ୍ତ ଦାବି କରିଛନ୍ତି। ଏହି ବିଷୟ ସାମ୍ନାକୁ ଆସିବା ପରେ ବିଶ୍ୱବ୍ୟାପୀ ହଟଚମଟ ସୃଷ୍ଟି ହୋଇଛି।
ସୌଦି ପ୍ରିନ୍ସ ଏମ୍‌ବିଏସ୍‌ ଏବଂ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବେଜୋସ୍‌ଙ୍କ ମଧ୍ୟରେ ହ୍ବାଟ୍ସଆପ୍‌ ଜରିଆରେ ମେସେଜ୍‌ ଆଦାନପ୍ରଦାନ ଚାଲିଥିଲା। ସେହିବର୍ଷ ମେ ୧ରେ ଏକ ଅନ୍‌ସୋଲିସିଟେଡ୍‌ ବା କରଫ୍ଟ ଫାଇଲ୍‌ ବେଜୋସ୍‌ଙ୍କ ମୋବାଇଲ ଫୋନ୍‌କୁ ଆସିଥିଲା। ଉକ୍ତ ଫାଇଲ୍‌ ପହଞ୍ଚତ୍ବା ପରେ ବେଜୋସ୍‌ଙ୍କ ମୋବାଇଲରୁ ବହୁ ଡାଟା ସ୍ଥାନାନ୍ତର ହୋଇଥିଲା। ତେଣୁ ଏମ୍‌ବିଏସ୍‌ଙ୍କ ଆକାଉଣ୍ଟରୁ ବେଜୋସ୍‌ଙ୍କ ଫୋନ୍‌ ହ୍ୟାକ୍‌ କରାଯାଇଥିବା ନେଇ ‘ଯଥାର୍ଥ ଭାବେ ନିଶ୍ଚିତ’ ପ୍ରମାଣ ପାଇଥିତ୍ବା ଜାତିସଂଘର ତଦନ୍ତକାରୀମାନେ କହିଛନ୍ତି। ଏହି ପ୍ରସଙ୍ଗରେ ତୁରନ୍ତ ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏମ୍‌ବିଏସ୍‌ଙ୍କ ଫୋନ୍‌କୁ ଏକ ଜରିଆ ଭାବେ ବ୍ୟବହାର କରାଯାଇଥିଲା। କାରଣ ତାଙ୍କ ମାଧ୍ୟମରେ ବେଜୋସ୍‌ଙ୍କ ଫୋନ୍‌କୁ ମେସେଜ୍‌ ଗଲେ ସନ୍ଦେହ ସୃଷ୍ଟି ହେବନାହିଁ ବୋଲି ମନେକରାଯାଉଥିଲା। ସୌଦି କ୍ରାଉନ୍‌ ପ୍ରିନ୍ସ ନିଜେ ଆମାଜନ ପ୍ରତିଷ୍ଠାତାଙ୍କ ଫୋନ୍‌କୁ ହ୍ୟାକ୍‌ କରିଥାଇପାରନ୍ତି ବୋଲି ଜାତିସଂଘର ତଦନ୍ତକାରୀ ଅଗ୍‌ନେସ୍‌ କାଲାମର୍ଡ ମତ ଦେଇଛନ୍ତି। ନ୍ୟାୟ ବହିର୍ଭୂତ ହତ୍ୟା ମାମଲାର ବିଶେଷଜ୍ଞ କାଲାମର୍ଡ ଏହା ପୂର୍ବରୁ ୨୦୧୮ ଅକ୍ଟୋବରରେ ତୁର୍କୀର ଇସ୍ତାନବୁଲସ୍ଥିତ ସୌଦି ଦୂତାବାସରେ ‘ଓ୍ବାଶିଂଟନ ପୋଷ୍ଟ’ ସ୍ତମ୍ଭକାର ଖାଶୋଗୀଙ୍କ ହତ୍ୟାରେ ରିୟାଧର ଭୂମିକାକୁ ନେଇ ମଧ୍ୟ ତଦନ୍ତ କରିସାରିଛନ୍ତି। ସେହିପରି ଜାତିସଂଘର ଅନ୍ୟତମ ତଦନ୍ତକାରୀ ଡାଭିଡ୍‌ କାୟେ ମାନବାଧିକାର ସୁରକ୍ଷାକାରୀ ଓ ଖବରଦାତାମାନଙ୍କୁ ଭୟଭୀତ କରି ସେମାନଙ୍କ ଉପରେ ନଜର ରଖିବା ପାଇଁ ମାଲିସୟସ୍‌ ସ୍ପାଏଓ୍ବେରର ବଢ଼ିଚାଲିଥିବା ବେଆଇନ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ଉଭୟ ଅଗ୍‌ନେସ୍‌ ଓ କାୟେ ଜାତିସଂଘ ପକ୍ଷରୁ ନିଯୁକ୍ତ କର୍ମଚାରୀ ନୁହନ୍ତି, ବରଂ ଏହି ଅନ୍ତର୍ଜାତୀୟ ସଙ୍ଗଠନର ମାନବାଧିକାର ଶାଖାର ସ୍ବାଧୀନ ବିଶେଷଜ୍ଞ।
ଅମାଜନ୍‌ ସିଇଓ ବେଜୋସ୍‌ ହେଉଛନ୍ତି ‘ଓ୍ବାଶିଂଟନ ପୋଷ୍ଟ’ ମାଲିକ। ଏହି ଖବରକାଗଜରେ ଖବରଦାତା ଭାବେ କାମ କରୁଥିଲେ ଜମାଲ ଖାଶୋଗୀ। ମାନବାଧିକାରୀ କର୍ମୀଙ୍କ ପ୍ରତି ରିୟାଧର ବ୍ୟବହାର ଏବଂ ୟେମେନ ଯୁଦ୍ଧକୁ ନେଇ କ୍ରାଉନ୍ସ ପ୍ରିନ୍ସ ଓ ସୌଦି ଆରବ ସମ୍ପର୍କରେ ‘ଓ୍ବାଶିଂଟନ ପୋଷ୍ଟ’ରେ ସମାଲୋଚନାମୂଳକ ଖବର ପ୍ରକାଶ ପାଇଥାଏ। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନାମରେ ମଧ୍ୟ ଏଥିରେ ଅନେକ ରିପୋର୍ଟ ବାହାରିଥାଏ। ହ୍ୟାକ୍‌ ସମୟରେ ‘ଓ୍ବାଶିଂଟନ ପୋଷ୍ଟ’ର ଜଣେ ପ୍ରମୁଖ ସ୍ତମ୍ଭକାର ଏମ୍‌ବିଏସ୍‌ଙ୍କ ବିରୋଧରେ ଲେଖିଥିଲେ। ଅନ୍ୟପକ୍ଷରେ ବେଜୋସ୍‌ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଲରେନ୍‌ ସାନ୍‌ଚେଜ୍‌ଙ୍କ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ କେତେକ ମେସେଜ୍‌କୁ ନେଇ ଆମେରିକାର ଏକ ଖବରକାଗଜର ମୁଖ୍ୟ କାର୍ଯ୍ୟନିର୍ବାହୀ ତାଙ୍କୁ ବ୍ଲାକ୍‌ମେଲିଂ କରୁଥିବା ନେଇ ନିକଟରେ ବେଜୋସ୍‌ ନିଜ ବ୍ଲଗ୍‌ ପୋଷ୍ଟରେ ଉଲ୍ଲେଖ କରିଥିଲେ। ବେଜୋସ୍‌ଙ୍କ ମତରେ ‘ଓ୍ବାଶିଂଟନ ପୋଷ୍ଟ’ରେ ତାଙ୍କର ନିବେଶ ଯୋଗୁ ସେ କେତେଜଣ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଶତ୍ରୁ ପାଲଟିଯାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍‌। ପରବର୍ତ୍ତୀ ସମୟରେ ବେଜୋସ୍‌ଙ୍କ ସୁରକ୍ଷା ମୁଖ୍ୟ କହିଥିଲେ, ସୌଦି ସରକାର ତାଙ୍କ ବସ୍‌ଙ୍କ ଫୋନ୍‌କୁ ଆୟତ୍ତ କରିନେଇଛି। ‘ନ୍ୟାଶନାଲ ଏନ୍‌କ୍ୱାରିୟର୍‌’ ନାମକ ଖବରକାଗଜ ବେଜୋସ୍‌ଙ୍କ ବିବାହ ବହିର୍ଭୂତ ସମ୍ପର୍କ ନେଇ କେତେକ ଷ୍ଟୋରି ପ୍ରକାଶ କରିବା ସମୟରେ ବିଶ୍ୱର ଏହି ଧନୀ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବିଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ପରେ ନ୍ୟୁୟର୍କ ଟାଇମ୍ସରେ ଆଉ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ‘ନ୍ୟାଶନାଲ ଏନ୍‌କ୍ୱାରିୟର୍‌’ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଡାଭିଡ୍‌ ପେକର୍‌ ୨୦୧୭ରେ ଏମ୍‌ବିଏସ୍‌ଙ୍କୁ ଭେଟିଥିବା ଉଲ୍ଳେଖ କରାଯାଇଥିଲା। ଟ୍ରମ୍ପ୍‌ଙ୍କ ଜଣେ ଘନିଷ୍ଠ ସହଯୋଗୀ ମଧ୍ୟ ବେଜୋସ୍‌ଙ୍କ ବିରୋଧରେ ‘ନ୍ୟାଶନାଲ ଏନ୍‌କ୍ୱାରିୟର୍‌’ର ରିପୋର୍ଟକୁ ଟୁଇଟ୍‌ କରିଥିଲେ।
ଏଠାରେ ପ୍ରଶ୍ନ ଉଠେ ଯେ, ହ୍ୟାକର୍ସମାନେ ପ୍ରମାଣ ଲିଭାଇଦେଇଥିଲେ କି। ହଁ ହ୍ୟାକର୍ସ ଏପରି ମାଲ୍‌ଓ୍ବେର ଖଞ୍ଜିଥିଲେ, ଯାହା ଲୁକ୍କାୟିତ ଭାବେ ସମ୍ବେଦନଶୀଳ ତଥ୍ୟ କମାଣ୍ଡ ସର୍ଭର୍ସ ନିକଟକୁ ପଠାଇବା ପରେ ସ୍ବତଃ ଉଡ଼ିଯାଏ। ‘ପେଗାସସ୍‌’ ନାମକ ମୋବାଇଲ୍‌ ସ୍ପାଏଓ୍ବେର୍‌କୁ ଇସ୍ରାଏଲ୍‌ର ହ୍ୟାକର୍ସମାନେ ପ୍ରସ୍ତୁତ କରିଛନ୍ତି। ହାୟର୍‌ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ପାଇଁ ଡିଜାଇନ୍‌ କରାଯାଇଥିବା ଏହି ମାଲ୍‌ଓ୍ବେର୍‌କୁ ସୌଦି ଆରବ ବ୍ୟବହାର କରିଥିଲା। ବେଜୋସ୍‌ଙ୍କ ମୋବାଇଲ୍‌ ହ୍ୟାକ୍‌ କରିବାର କିଛି ଦିନ ମଧ୍ୟରେ ସୌଦି ଆରବ ଏହାକୁ ସମାଲୋଚକ ଓ ମାନବାଧିକାର କର୍ମୀଙ୍କ ବିରୋଧରେ ଉପଯୋଗ କରିଥିଲା। ତେବେ ଏଭଳି ଅଭିଯୋଗକୁ ବୁଧବାର ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ଖଣ୍ଡନ କରାଯାଇଛି। ସୌଦି ଅଧିକାରୀମାନେ ମଧ୍ୟ ସଦ୍ୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଜେଫ୍‌ ବେଜୋସ୍‌ଙ୍କ ଫୋନ୍‌ ହ୍ୟାକିଂ ପଛରେ ରିୟାଧର ହାତ ଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ସଦସ୍ୟ ରିପୋର୍ଟଗୁଡ଼ିକ ଭିତ୍ତିହୀନ ବୋଲି ସୌଦି ଆରବୀୟ ଦୂତାବାସ ନିଜ ଟୁଇଟର୍‌ ଆକାଉଣ୍ଟରେ ବିବୃତି ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀପଠା ଜମିରେ ବିଲ୍ଡରଙ୍କ ଆଖି: ଏନ୍‌ଜିଟି ନିର୍ଦ୍ଦେଶ ସମ୍ପର୍କରେ ଅବଗତ ନାହିଁ ରାଜସ୍ୱ ବିଭାଗ

କଟକ ସଦର, ୨୫ା୧୦ (ସୁଶାନ୍ତ କୁମାର ଜେନା): ୨୦୨୨ ମସିହାରେ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ଗ୍ରାମରେ ମହାନଦୀ ପଠାରେ ଥିବା ଏକ ହନୁମାନ…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଏହି ୩ ଖେଳାଳିଙ୍କ ଫ୍ୟାନ୍‌ ହେଲେ ଗମ୍ଭୀର, କଲେ ସ୍ପେଶାଲ ପୋଷ୍ଟ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିଙ୍କ ପ୍ରଶଂସାରେ ଏକ ସ୍ବତନ୍ତ୍ର…

କୋଟିଆରେ ଆନ୍ଧ୍ର ପୋଲିସକୁ କୋରାପୁଟ ବିଧାୟକଙ୍କ ବିରୋଧ: ‘ଆବଶ୍ୟକ ପଡ଼ିଲେ ଓଡ଼ିଶାର ଅନୁମତି ନେଇ ଆସ

ପଟ୍ଟାଙ୍ଗି, ୨୫ା୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଏପରି…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା: ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବା ଆଶଙ୍କା

ଭୁବନେଶ୍ୱର, ୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହେଉଛି। ଏହା ଶକ୍ତିଶାଳୀ ହୋଇ ଗଭୀର ଅବପାତ ଏବଂ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା…

ନବୀନଙ୍କୁ ଭେଟି ଆଶୀର୍ବାଦ ନେଲେ ବାୟାବାବା କଲେଜ ଛାତ୍ର ସଂସଦ ପ୍ରତିନିଧି , ସୁଜାତାଙ୍କ ସହ ସାକ୍ଷାତ କରି…

ମହାକାଳପଡ଼ା/କେନ୍ଦ୍ରାପଡ଼ା, ୨୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ/ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ…

ଗଛରେ କଣ୍ଟା ପିଟି ବିଜ୍ଞାପନ, ନିରବ ବନ ବିଭାଗ: ବେଧଡ଼କ ଗଛରେ ପୋଷ୍ଟର, ବିପଦରେ ବୃକ୍ଷର ସୁରକ୍ଷା

ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା…

ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ସୋମବାର ଖୋଲିବନି ବ୍ୟାଙ୍କ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୫।୧୦: କାଲି ଅର୍ଥାତ ସୋମବାର, ୨୬ ଅକ୍ଟୋବରରୁ ଏକ ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏପରି ପରିସ୍ଥିତିରେ ଯଦି ଆପଣ ଭାବୁଛନ୍ତି ଯେ କାଲି ବ୍ୟାଙ୍କ…

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଟିମ ଇଣ୍ଡିଆ: ବିଶ୍ୱରେ ସୃଷ୍ଟି କଲା ନୂଆ ରେକର୍ଡ, ଅଷ୍ଟ୍ରେଲିଆ-ଇଂଲଣ୍ଡ ପଡିଲେ ପଛରେ…

ନୂଆଦିଲ୍ଲୀ, ୨୫।୧୦: ଶନିବାର ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ୪ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ବ୍ୟାଟିଂରେ ତିଳକ ବର୍ମା, ନମନ ଧୀର ଓ ନୀତୀଶ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?