Posted inଫୁରସତ

ବେକାର ଯୁବକଙ୍କ ବିବାହ ବିଜ୍ଞାପନ: ମନରେ ଦେଶଭକ୍ତି ଥିବା କନ୍ୟା ଆବଶ୍ୟକ

ନୂଆଦିଲ୍ଲୀ,୧୮।୨: ବିବାହ ପାଇଁ କେତେକ ଭଲ ବର ଏବଂ କନ୍ୟା ଲାଗି ବିଜ୍ଞାପନ ଦେଇଥାନ୍ତି। ବିଜ୍ଞାପନରେ ବର ଅବା କନ୍ୟାଙ୍କ ବିଷୟରେ ବିବରଣୀ ଦିଆଯିବା ସହିତ ଆବଶ୍ୟକ ହେଉଥିବା ବର ତଥା କନ୍ୟାଙ୍କ ସମ୍ପର୍କରେ ସୂଚନା ମଧ୍ୟ ଦିଆଯାଇଥାଏ। ଏହାକୁ ଏକ ସାଧାରଣ ବିବାହ ବିଜ୍ଞାପନ ଭାବେ ବିବେଚନା କରାଯାଇଥାଏ। କିନ୍ତୁ ଏବେ ଜଣେ ବେକାର ଯୁବକଙ୍କ ଦ୍ୱାରା ବିବାହ ପାଇଁ ଦିଆଯାଇଥିବା ବିଜ୍ଞାପନ ନେଇ ସୋସିଆଲ୍‌ ମିଡ଼ିିଆରେ ଚର୍ଚ୍ଚା ଜାରି ରହିଛି। ଏହି ବିଜ୍ଞାପନ ୩୧ ବର୍ଷ ବୟସ୍କ ଅଭିନବ କୁମାର ନାମକ ଜଣେ ଯୁବକ ଦେଇଛନ୍ତି। ସେ କୌଣସି କାମ କରୁ ନ ଥିବା ସୂଚିତ କରିଛନ୍ତି। କନ୍ୟାଙ୍କ ମନରେ ଦେଶଭକ୍ତି ଭାବନା ରହିଥିବା ଜରୁରୀ ବୋଲି ସେ ବିଜ୍ଞାପନରେ ଦର୍ଶାଇଛନ୍ତି। କନ୍ୟା ଜଣକ ଦେଖିବାକୁ ସୁନ୍ଦର ଏବଂ ତାଙ୍କର ଖେଳକୁଦରେ ଦକ୍ଷତା ରହିଥିବା ଆବଶ୍ୟକ। ଅଭିନବଙ୍କ ଉଚ୍ଚତା ୫ ଫୁଟ ୮ ଇଞ୍ଚ ବୋଲି ବିଜ୍ଞାପନରେ ଦେଖିବାକୁ ମିଳୁଛି। ତେବେ ଏହି ବିଜ୍ଞାପନକୁ ବହୁ ୟୁଜର ଟ୍ରୋଲ୍‌ କରିଛନ୍ତି। ଏଭଳି କନ୍ୟା କେଉଁଠି ମିଳିବ ବୋଲି କେତେକ ପ୍ରଶ୍ନ କରିଛନ୍ତି। ଏହି ବିଜ୍ଞାପନଟି କେଉଁ ଖବର କାଗଜରେ ଏବଂ କେବେ ପ୍ରକାଶିତ ହୋଇଥିଲା ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri