Posted inଜାତୀୟ

ବେକାରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ ସିଂ: ୪ ଗାଈ ପାଳିଲେ ରୋଜଗାର ହେବ ୨୦ ଲକ୍ଷ ଟଙ୍କା

ମିରଟ,୧୭।୨: ନିଜର ମନ୍ତବ୍ୟ ନେଇ ବାରମ୍ବାର ବିବାଦୀୟ ହେଉଥିବା ଭାଜପାର କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂ ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି। ଉତ୍ତରପ୍ରଦେଶ ସୁରଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବେକାରଙ୍କୁ ନେଇ ସେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ବେକାର ଯୁବବର୍ଗ ୪ଟି ଗାଈ ପାଳିଲେ କେବଳ ଗୋବର ଏବଂ ଗୋମୁତ୍ର ବିକ୍ରି କରି ବର୍ଷକୁ ୨୦ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଏହା ସହିତ ଗାଈ କ୍ଷୀରରୁ ମଧ୍ୟ ବେଶ୍‌ ଭଲ ରୋଜଗାର କରାଯିବା ସହିତ ଦେଶର ଖାଦ୍ୟ ସମସ୍ୟା ଦୂର ହୋଇପାରିବ। ସମସ୍ତେ ଖାଦ୍ୟ ଖାଇବାକୁ ଚାହିଁବସିଥିବାବେଳେ ଖାଦ୍ୟ ଉତ୍ପାଦନ ପାଇଁ କାହାର ଆଗ୍ରହ ନ ଥିବା ସେ କହିଛନ୍ତି। ଏହା ଦ୍ୱାରା ଆଗାମୀ ଦିନରେ ଦେଶରେ ଖାଦ୍ୟ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଥିବା ସେ କହିଛନ୍ତି। ତେବେ ଏବେ ଗିରିରାଜଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ମନ୍ଦିରରେ ଲଙ୍କାରେ କରାଯାଏ ଅଭିଷେକ

ତାମିଲନାଡୁର ସବୁଠାରୁ ବଡ ଜିଲା ବିଲୁପୁରମରେ ବିଶ୍ୱ ପ୍ରସିଦ୍ଧ ଅରୋବିଲେ ଇଣ୍ଟରନ୍ୟାଶନାଶନାଲ ଟାଉନ୍‌ସିପ୍‌ ନିକଟରେ ଥିବା ଗାଁ ଇଧ୍ୱାଂଚବାଡିରେ ରହିଛି ବର୍ନା ମୁଥୁ ମରିୟମ୍ମମ ମନ୍ଦିର।...

ପ୍ରତିବାଦ କରିବାରୁ ମହିଳାଙ୍କୁ କଟରରେ ଆକ୍ରମଣ: ପୀଡ଼ିତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୋପାଳ, ୧୩ା୬: ମଧ୍ୟପ୍ରଦେଶର ଜଣେ ମହିଳାଙ୍କୁ କେତେଜଣ ଅସଦାଚରଣ ସହ ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିବା ବେଳେ ପ୍ରତିବାଦ ଯୋଗୁ ଅଭିଯୁକ୍ତମାନେ ପେପର କଟରରେ...

ଗୃହରେ ଖୁସି ନାହାନ୍ତି ବାଚସ୍ପତି

ନୂୂଆଦିଲ୍ଲୀ,୧୪।୧୨: ଲୋକ ସଭା ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ଗୃହର ସଦସ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରୁଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଚସ୍ପତି...

ଆର୍ଥିକ ସ୍ଥିତି, କରୋନାକୁ ନେଇ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ, ୧୩।୩: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଆର୍ଥତ୍କ ସ୍ଥିତି ମଧ୍ୟ ଭୁଶୁଡ଼ୁଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋଇଛନ୍ତି। କିଭଳି ଏହାର...

ଗୁରୁନାନକ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୩୦।୧୧: ସାରା ଦେଶରେ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ସହ ଗୁରୁନାନକ ଜୟନ୍ତୀ ପାଳନ କରାଯାଉଛି। ଗୁରୁ ନାନକ ଦେବ ହେଉଛନ୍ତି ଶିଖ୍‌ ଧର୍ମର ପ୍ରତିଷ୍ଠାତା ଏବଂ...

ମହେଶ ବାବୁଙ୍କ ବାପାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ,୧୫।୧୧: ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ବର୍ତ୍ତମାନ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି। ନିକଟରେ ମା’ଙ୍କୁ ହରାଇଥିବା ମହେଶ ବାବୁଙ୍କ କଷ୍ଟ କମ୍‌ ହୋଇ...

ବିପଦ ପୁଣି ଘନେଇଲା: ୧୮ ରାଜ୍ୟରେ ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ,୨୪।୩: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ବଢୁଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

ଆଇସିୟୁରୁ ବାହାରିଲେ ଉନ୍ନାଓ ବଳାତ୍କାର ପୀଡିତା

ନୂଆଦିଲ୍ଲୀ,୧।୯: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ତାଙ୍କୁ...

Advertisement
Archives

Model This Week