ବେଆଇନ ମଦ ଭାଟିରେ ଚଢାଉ: ୩ ମହିଳାଙ୍କ ସମେତ ୨୫ ଗିରଫ

ଆସିକା,୧ା୪(ଡି.ଏନ୍‌.ଏ.)- ଆସିକା ଥାନା ପାକଲାପଲ୍ଲୀ ଓ ସନ୍ତୋଷୀ ମନ୍ଦିର ସଂଲଗ୍ନ ଏରୋଗୋଲାବସା ଏବଂ ବାଲିସିରାଠାରେ ଚାଲିଥିବା ବେଆଇନ୍‌ ରନ୍ଧାମଦ ଭାଟି ଉପରେ ବୁଧବାର ଆସିକା ପୋଲିସ ଚଢାଉ କରିଥିଲା। ଏଠାରୁ ୨ହଜାର ଲିଟର ରନ୍ଧା ମଦ ଜବତ କରାଯାଇଥିବାବେଳେ ୧୦ ହଜାର ଲିଟର ପୋଚ ନଷ୍ଟ କରାଯାଇଛି। ବହୁ ପରିମାଣର ମଦ ରନ୍ଧା ସରଞ୍ଜାମ ମଧ୍ୟ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ମାମଲାରେ ୩ଜଣ ମହିଳାଙ୍କ ସମେତ ମୋଟ ୨୫ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ କରୋନା ଆଇନ ଭଙ୍ଗ ନେଇ ମାମଲା ରୁଜୁ କରାଯାଇଥିବାବେଳେ ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଥାନା ଅଧିକାରୀ ସାହୁଙ୍କ ନେତୃତ୍ୱରେ ଆସିକା ଥାନାର ୮ଜଣ ପୋଲିସ ଅଧିକାରୀଙ୍କ ସହ ଏକ ପ୍ଲାଟୁନ୍‌ ସଶସ୍ତ୍ର ପୋଲିସ ଚଢାଉରେ ସାମିଲ୍‌ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ

ଜଟଣୀ,୨୫।୯(ଡି.ଏନ୍‌.ଏ.): ଶିକ୍ଷାର ବିକାଶ ସହିତ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ତେବେ ଅନେକ ସମୟରେ ବିଭାଗୀୟ ଅଧିକାରୀ ଅବହେଳା...

ମନ ଦୃଢ଼ ଥିଲେ ବୟସ ହାର ମାନେ: ଦୋକାନ ଦେଇଛି ଉଭୟଙ୍କୁ ସ୍ବତନ୍ତ୍ର ପରିଚୟ

କେନ୍ଦୁଝର, ୨୪ା୭ (ସ୍ବ.ପ୍ର.) (ନରେଶ ଚନ୍ଦ୍ର ପଟ୍ଟନାୟକ): ମନ ଦୃଢ ଥିଲେ ବୟସ ମଧ୍ୟ ହାର ମାନିଥାଏ। ପରିଣତ ବୟସରେ ଅନେକ ଘରେ ବିଶ୍ରାମ ନେଇ...

ଖୁଣ୍ଟରୁ ପଡ଼ି ବିଦ୍ୟୁତ୍‌ କର୍ମଚାରୀ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତର

ଦାରିଙ୍ଗବାଡ଼ି,୨୫।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ସିମନବାଡ଼ି ଘାଟିରେ ବିଦ୍ୟୁତ୍‌ ମରାମତିବେଳେ ଶୁକ୍ରବାର ଅପରାହ୍ନରେ ଜଣେ କର୍ମଚାରୀ ଖୁଣ୍ଟରୁ ଖସିପଡ଼ି ଗୁରୁତର ହୋଇଛନ୍ତି। ସେହେଲେ କବିଚନ୍ଦ୍ର...

ଭାରତ ବନ୍ଦ: ପୁରୀରେ ଆଶିଂକ ପ୍ରଭାବ

ପୁରୀ ଅଫିସ୍‌, ୮।୧: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ପୁରୀରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ବୁଧବାର...

କରୋନା ଆକ୍ରାନ୍ତଙ୍କ ଘର ସିଲ୍‌ କଲା ପ୍ରଶାସନ: ସାଧାରଣରେ ଅସନ୍ତୋଷ

ପଦ୍ମପୁର,୧୦।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତରେ ୩ କରୋନା ଆକ୍ରାନ୍ତଙ୍କ ଘରକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ମାତ୍ର ଏହି ଘଟଣାକୁ...

ଜମି ବିବାଦ: ସମାଧାନ କରିବାକୁ ଆସି ନିରାଶ ହେଲେ ଅଧିକାରୀ

ଆର.ଉଦୟଗିରି,୧୭।୭(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକର ଅଡବା ଥାନା ଅଧୀନ ଚୁଡୁଙ୍ଗପୁର ପଞ୍ଚାୟତ ସିଆଳିଲଟି ଏବଂ ଗୁଲୁବା ପଞ୍ଚାୟତର ଗାଲିମେରା ଗ୍ରାମବାସୀଙ୍କ ମଧ୍ୟରେ ଜମି ବିବାଦ...

ମଞ୍ଚା କରି ରାତିରେ ଫସଲ ଜଗୁଛନ୍ତି ଚାଷୀ

ମହାକାଳପଡ଼ା,୨୬ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଜଙ୍ଗଲି ବାର୍‌ହା ଉପଦ୍ରବ ଦେଖାଦେଇଛି। ବାର୍‌ହାମାନେ ଚାଷୀମାନଙ୍କ ଆଖିରୁ ନିଦ ହଜାଇ ଦେଇଛନ୍ତି। ପାଚିଲା ଧାନ...

ଜଙ୍ଗଲକୁ ଗଲା ମାଖନା ହାତୀ

ଢେଙ୍କାନାଳ ଅଫିସ, ୯।୧୨: ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନ ରେସ୍‌କ୍ୟୁ ସେଣ୍ଟର କ୍ରଲ୍‌ରେ ପାଖାପାଖି ମାସେ ବିତାଇବା ପରେ ଜଙ୍ଗଲକୁ ଯାଇଛି ମାଖନା ହାତୀ। ହାତୀର...

Advertisement
Archives

Model This Week