Posted inଜାତୀୟ

ବେଆଇନ ଗ୍ରାନାଇଟ୍‌ ଖନନ ମାମଲା: ୪୦ କୋଟିର ସମ୍ପତ୍ତି ବାଜ୍ୟାପ୍ତ

ନୂଆଦିଲ୍ଲୀ,୨୫ା୪(ପି.ଟି.): ବେଆଇନ ଗ୍ରାନାଇଟ୍‌ ଖନନ ମାମଲାରେ ନିଲମ୍ବିତ ଡିଏମ୍‌କେ ନେତା ଏମ୍‌.କେ. ଆଲାଗିରିଙ୍କ ପୁଅ ଆଲାଗିରି ଦୟାନିଧିଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଇଡି ଅଧିକାରୀମାନେ ମନିଲଣ୍ଡରିଂ ଆଇନ ବଳରେ ତାଙ୍କର ୨୫ଟି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିଛନ୍ତି, ଯାହାର ମୂଲ୍ୟ ୪୦.୩୪ କୋଟି ଟଙ୍କା ହେବ। ଅଲିମ୍ପସ୍‌ ଗ୍ରାନାଇଟ୍ସ ପ୍ରାଇଭେଟ ଲିମିଟେଡ୍‌ ନାମରେ ଥିବା ମଦୁରାଇ ଓ ଚେନ୍ନାଇର କୋଠାକୁ ବାଜ୍ୟାପ୍ତ କରିବା ସହ କେତେକ ବ୍ୟାଙ୍କରେ ଥିବା ଫିକ୍ସଡ୍‌ ଡିପୋଜିଟକୁ ମଧ୍ୟ ଜବତ କରାଯାଇଛି।
ଇଡି ପକ୍ଷରୁ କୁହାଯାଇଛି ଯେ, କମ୍ପାନୀର ଅଂଶୀଦାର ଏସ୍‌. ନାଗରାଜନ୍‌ ଓ ଆଲାଗିରି ଦୟାନିଧିଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଆପରାଧିକ ଷଡ଼ଯନ୍ତ୍ର କରି ତାମିନ୍‌ ଲିଜ୍‌ ଜମିରେ ବେଆଇନ ଭାବେ ଗ୍ରାନାଇଟ୍‌ ଖନନ କରିଥିଲେ। ଏଥିଯୋଗୁ ସରକାରୀ ରାଜକୋଷକୁ କ୍ଷତି ସହିବାକୁ ପଡ଼ିଥିବାବେଳେ ସେମାନେ ନିଜେ ଲାଭବାନ ହୋଇଥିଲେ। ତାମିଲନାଡୁ ପୋଲିସ ଏନେଇ ତଦନ୍ତ କରି କମ୍ପାନୀ, ଏହାର ପ୍ରମୋଟର, ନିର୍ଦ୍ଦେଶକ ଓ ଅନ୍ୟ କେତେଜଣ ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଶିକ୍ଷା: ଓଡ଼ିଶାର ଉନ୍ନତ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯।୬ (ପି.ଟି.): ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ହୋଇଥିବା ୨୦୨୩-୨୪ ପର୍ଫମିଂ ଗ୍ରେଡ୍‌ ଇଣ୍ଡେକ୍ସ (ପିଜିଆଇ) ଅନୁଯାୟୀ, ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଏବଂ...

ଆମେରିକାରେ ଲାରାଙ୍କ ନାଁରେ ଭିତ୍ତିହୀନ ଅଭିଯୋଗ

ଓ୍ବାଶିଂଟନ, ୧୯।୬: ଗ୍ଲୋବାଲ ପପ୍‌ ମ୍ୟୁଜିକ୍‌ ଗ୍ରୁପ୍‌ କେଟ୍ସଆଇ ସଦସ୍ୟା ତଥା ଭାରତୀୟ-ଆମେରିକୀୟ ଲାରା ରାଜଗୋପାଲନ୍‌ଙ୍କ ବିରୋଧରେ ୟୁଏସ୍‌ ଇମିଗ୍ରେଶନ୍‌ ଆଣ୍ଡ୍‌ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ (ଆଇସିଇ)ରେ...

ଏକସଙ୍ଗେ ପୋଲିସରେ ଭର୍ତ୍ତିହେଲେ ବାପପୁଅ

ଲକ୍ଷ୍ନୌ, ୧୯।୬: ଉତ୍ତର ପ୍ରଦେଶର ହାପୁର ଜିଲା ଉଦୟରାମପୁର ନଙ୍ଗଲା ଗ୍ରାମର ବାପପୁଅଙ୍କ ଯୋଡ଼ି ଏକସଙ୍ଗେ ରାଜ୍ୟ ପୋଲିସରେ କନ୍‌ଷ୍ଟେବଲ ଭାବେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର...

ଅପରେଶନ ସିନ୍ଧୁ: ଦିଲ୍ଲୀ ପହଞ୍ଚିଲେ ଇରାନରେ ଫସିଥିବା ୧୧୦ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୯।୬: ଇରାନରେ ଫସି ରହିଥିବା ୧୧୦ ଜଣ ଭାରତୀୟ ଛାତ୍ରୀଛାତ୍ର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ କଶ୍ମୀରର।...

ନିର୍ବାଚନ ଆୟୋଗର ନୂଆ ବ୍ୟବସ୍ଥା: ମାତ୍ର ୧୫ ଦିନ ମଧ୍ୟରେ ପହଞ୍ଚାଇବ ଭୋଟର ପରିଚୟ

ନୂଆଦିଲ୍ଲୀ,୧୮।୬: ନିର୍ବାଚନ ଆୟୋଗ (ଇସି) ବୁଧବାର ଘୋଷଣା କରିଛନ୍ତି ଯେ ଏଣିକି ଭୋଟର ପରିଚୟ ପତ୍ର (ଇପିଆଇସି) ୧୫ ଦିନ ମଧ୍ୟରେ ଭୋଟରଙ୍କୁ ପହଞ୍ଚାଇ ଦିଆଯିବ,...

ଅହମଦାବାଦ ବିମାନ ଦୁର୍ଘଟଣାରେ କେମିତି ବଞ୍ଚି ଯାଇଥିଲେ ବିଶ୍ୱାସ, ଆଉ ଏକ ଆଶ୍ଚର୍ଯ୍ୟକର କାରଣ ଆସିଲା ସାମ୍ନାକୁ , ଭାଇଙ୍କୁ ବିଦାୟ ଦେଇ…

ନୂଆଦିଲ୍ଲୀ,୧୮।୬: ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ବ୍ୟକ୍ତି ବିଶ୍ୱାସ କୁମାର ରମେଶଙ୍କୁ ଦୁର୍ଘଟଣାର ଗୋଟିଏ ସପ୍ତାହ ପରେ ସହରର ସିଭିଲ ହସ୍ପିଟାଲରୁ...

Video: ବିବାହ ପରେ ରାଜା ଏପରି କରିଥିଲେ… ସୋନମଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା, ପୁଣି ୧୨ ଦିନରେ ଏତେ ଘୃଣା କେଉଁଠୁ ଆସିଲା ?

ଇନ୍ଦୋର,୧୮।୬: ମେଘାଳୟ ପୋଲିସ ପ୍ରକାଶ କରିଛି ଯେ ଯେତେବେଳେ ଅଭିଯୁକ୍ତମାନେ ରାଜାଙ୍କ ଉପରେ ଆକ୍ରମଣ କରୁଥିଲେ, ସେତେବେଳେ ସୋନମ ତାଙ୍କ ସାମ୍ନାରେ ଛିଡ଼ା ହୋଇଥିଲେ। ଏହି...

୩୮ ଦିନ, ୧୩୪ କଲ…, ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ଆଉ ଏକ ଚରିତ୍ରର ଏଣ୍ଟ୍ରି, କ’ଣ ରହିଛି ସୋନମଙ୍କ ସହ କନେକ୍ସନ? ଜାଣନ୍ତୁ…

ଇନ୍ଦୋର,୧୮।୬: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏବେ ଏହି ମାମଲାରେ ଆଉ ଏକ ଚରିତ୍ର ପ୍ରବେଶ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri