ବେଆଇନ ଗଞ୍ଜେଇ କାରବାର ୫ ଗିରଫ: ଗଞ୍ଜେଇ ସହ ବୋଲେରୋ, ବାଇକ, ମୋବାଇଲ ଓ ନଗଦ ୩୦ହଜାର ଟଙ୍କା ଜବତ

ଦେବଗଡ଼, ୧୬।୧(ଡି.ଏନ.ଏ.)- ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅଧିନ କରଲଗା ଗ୍ରାମରେ ବେଆଇନ ଗଞ୍ଜେଇ କାରାବାର ଚାଲିଥିବାବେଳେ ବୁଧବାର ଧରାପଡ଼ିଛି। କୁଣ୍ଢେଇଗୋଳା ଥାନା ପୋଲିସ ଚଢାଉକରି ୫ ଜଣଙ୍କୁ ଗିରଫ କରିଛି। ଗୁରୁବାର ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଳାଣ କରାଯାଇଛି। ସେମାନଙ୍କ ନିକଟରୁ ୨୯କେଜି ୫୦୦ଗ୍ରାମ ଗଞ୍ଜେଇ, ୩ଟି ବାଇକ, ଗୋଟିଏ ବୋଲେରୋ, ୬ ମୋବାଇଲ ଫୋନ, ଏଟିଏମ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ନଗଦ ୩୦ହଜାର ଟଙ୍କା ପୋଲିସ ଜବତ କରିଛି। ଖବର ମୁତାବକ କରଲଗା ଗ୍ରାମଦେଇ ଯାଇଥିବା ବୁଢାପାଳ-ରେଙ୍ଗାଲୀ ରାସ୍ତାକଡରେ ଚା’ଦୋକାନ ଖୋଲିଥିବା ଉକ୍ତ ଗ୍ରାମର ଅରୁଣ କୁମାର ସାହୁ(୪୭) ବେଆଇନ ଗଞ୍ଜେଇ କାରବାର ଚଳାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନାପାଇ ଉକ୍ତ ଦୋକାନ ଉପରେ ପୋଲିସ ନଜର ରଖିଥିଲା। ସକାଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରିଆମାଳ ଅତିରିକ୍ତ ତହସିଲଦାର ମନୋରଞ୍ଜନ ବଘାରଙ୍କ ଉପସ୍ଥିତିରେ କୁଣ୍ଢେଇଗୋଳା ଥାନା ଭାରପ୍ରାପ୍ତ ଅଧିକାରୀ ମଳୟ କୁମାର ନାୟକ ସଦଳବଳେ ସେଠାରେ ଚଢାଉ କରିଥିଲେ। ଚଢାଉ ସମୟରେ ଅରୁଣ ସହ ସେଠାକୁ ଗଞ୍ଜେଇ ଯୋଗାଣ କରିବାକୁ ସମ୍ବଲପୁରରୁ ବୋଲେରୋରେ ଆସିଥିବା ଅନ୍ୟ ୪ଜଣଙ୍କୁ ପୋଲିସ ଗିରଫ କରିଥିଲା। ଆଉଁଳି ଗ୍ରାମର ଟୁନା ପ୍ରଧାନ ଏକ ବୋଲେରୋ ନଂ. ଓଡି ୧୯ ଏଫ୍‌ -୫୫୩୫ ଯୋଗେ ତାଙ୍କ ସହଯୋଗୀ କରଲଗା ଗ୍ରାମର ରିନୁନ ବେହେରା (୩୦), ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖଇରବେର୍ଣ୍ଣୀ ଗ୍ରାମର ବିନୋଦ କୁମାର ସାହୁ(୨୭), ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଧିନ କୁଞ୍ଜାମରା ଗ୍ରାମର ପୁରୁଷୋତ୍ତମ ସାହୁ(୩୧)ଙ୍କୁ ନେଇ ଗଞ୍ଜେଇ ଯୋଗାଣ କରିବାକୁ ଆସିଥିଲେ। ପୋଲିସ ଚଢାଉ କରି ଏହି ୫ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର୍‌ ହୋଇଯାଇଥିଲେ। ଅଭିଯୁକ୍ତମାନେ ଗଞ୍ଜେଇ ଯୋଗାଣ କରୁଥିବା ପୋଲିସ ନିକଟରେ ସ୍ବୀକାର କରିବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏଥିସହ ସେଠାରୁ ବେଆଇନ କାରବାରରେ ବ୍ୟବହୃତ ଯାନବାହାନଗୁଡିକୁ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ : ଗଛ ଭାଙ୍ଗି ରାସ୍ତା ଅବରୋଧ

ମୁରିବାହାଲ, ୧।୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ ଓ ବର୍ଷା ହେବା...

ଅବକାରୀ ଚଢାଉ : ୨୮୦୦କିଗ୍ରା ମହୁଲ ପୋଚ ଜବତ

କୋକସରା,୨୫।୧୧(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଖୁରସେଲଗୁଡା, ବେହେରା ନାଳ ପାଖରେ ଚୋରାମଦ ରନ୍ଧା ହେଉଥିବା ଖବରପାଇ ଜିଲା ଭ୍ରାମ୍ୟମାଣ ଗୋଷ୍ଠୀ ଓ ଜୟପାଟଣା ଅବକାରୀ...

ମୁକୁଳା ଟ୍ରାନ୍ସଫର୍ମର ନେଲା ଦନ୍ତାର ଜୀବନ

ନିରାକାରପୁର,୧୧।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ଗୋଲାବାଇ ଛକ ନିକଟରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀଟି କିଛି ଦିନ...

ଜୀବିକା ପାଲଟିଛି ଝୋଟ ଶିଳ୍ପ

ବାଲେଶ୍ୱର ଅଫିସ,୧୩|୧୨: ବାଲେଶ୍ୱର ଜିଲାରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ମହିଳା ଉତ୍ପାଦକ ଗୋଷ୍ଠୀମାନଙ୍କୁ ଝୋଟ ଶିଳ୍ପର ବିକାଶ ନିମନ୍ତେ ସରକାର ବିଭିନ୍ନ ସହାୟତା ଯୋଗାଇ...

ସୋମବାର କଟକ ଡିସିପି ଭାବେ ଦାୟିତ୍ୱ ନେବେ ପିନାକ ମିଶ୍ର

କଟକ ଅଫିସ, ୮।୫: କଟକର ନୂଆ ଡିସିପି ଭାବେ ପିନାକ ମିଶ୍ର ସୋମବାର ଦାୟିତ୍ୱ ଗ୍ରହଣ କରିବେ। ସେ ଗତ ଗୁରୁବାରଠାରୁ ବ୍ରହ୍ମପୁର ଏସ୍‌ପି ଦାୟିତ୍ୱରୁ...

ଡାକବଙ୍ଗଳା ପାଚେରି ଭାଙ୍ଗିଲେ ହାତୀପଲ, ନଷ୍ଟ କଲେ ଧାନଫସଲ

ପାଟଣା,୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ଅଞ୍ଚଳରେ ବୁଧବାର ରାତିରେ ୨୬ ଟିକିଆ ହାତୀପଲ ଅଟେଇ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିଲେ। ପରେ...

ଢେଙ୍କାନାଳରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ: ‘୫-ଟି’ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ/ଓଡ଼ାପଡ଼ା (ଡି.ଏନ.ଏ.), ୧।୧୧ – ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ବୁଧବାରଠାରୁ ୨ଦିନିଆ ଢେଙ୍କାନାଳ...

ବ୍ୟାଙ୍କ କଲୋନୀକୁ ବ୍ୟାପିଲା ସଂକ୍ରମଣ

କନ୍ଧମାଳ ଜିଲା ଜି.ଉଦୟଗିରି ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାଗୁଡା ସାହି, କଚେରୀ ସାହି, ବସଷ୍ଟାଣ୍ଡ ସାହି, ବରାଳିନୀ ସାହି, ଲକ୍ଷ୍ମ୍ମୀ...

Advertisement
Archives

Model This Week