ବେଆଇନ ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ: ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ

କାମାକ୍ଷାନଗର, ୯ା୧୧(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବୀରାଶାଳ ଫରେଷ୍ଟ ସେକ୍ସନ ଅଧୀନ ହରିଡ଼ାପଦାରେ ବେଆଇନ ଗଛକଟାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୭୦ବର୍ଷ ଧରି ଗଛ ସହ ନିବିଡ଼ ସମ୍ପର୍କ ଥିବା ଆଦିବାସୀଙ୍କ ପକ୍ଷେ ଏପରି କାର୍ଯ୍ୟ ଅସହ୍ୟ ହୋଇପଡ଼ିଥିବାବେଳେ ସେମାନେ ଜଙ୍ଗଲ ସୁରକ୍ଷା ପାଇଁ ଅସ୍ତ୍ର ଉଠାଇଛନ୍ତି।
ଗ୍ରାମବାସୀଙ୍କ କହିବା କଥା, ରାଇବୋଲ ପଞ୍ଚାୟତ ହରିଡ଼ାପଦା ସମେତ ଆଖପାଖ ୫ ଖଣ୍ଡ ଗଁାର ବାସିନ୍ଦାଙ୍କ ପେଟପାଟଣାର କଥା ବୁଝୁଛି ଗ୍ରାମ୍ୟ ଜଙ୍ଗଲ। ଜାଳେଣି, ଖଲିପତ୍ର, ଝୁଣା, ଦାନ୍ତକାଠି, ଛତୁ ସମେତ ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାଉଛନ୍ତି। ଦୀର୍ଘ ୭ ଦଶନ୍ଧି ଧରି ସେମାନେ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି। ହେଲେ ୧୦ଦିନ ହେଲା ବୀରାଶାଳ ଗ୍ରାମରେ ଜଣେ ବ୍ୟକ୍ତି ଜଙ୍ଗଲ ଜମିକୁ ନିଜ ରେକର୍ଡରେ ଥିବା ଦର୍ଶାଇ ୩୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି ସାରିଲେଣି। ଏ ନେଇ ରେଞ୍ଜ ଅଧିକାରୀ, କାମାକ୍ଷାନଗର ଉପଜିଲାପାଳ, ତହସିଲଦାର, ଆର୍‌ଆଇଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ, ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଇନ ହାତକୁ ନେବାକୁ ବାଧ୍ୟ ହେବେ, ଏଥିପାଇଁ ପ୍ରଶାସନିକ ଅଧିକାରୀ ଦାୟୀ ରହିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏ ନେଇ ଭାରପ୍ରାପ୍ତ ତହସିଲଦାର ମାନସ କୁମାର ଦଣ୍ଡପାଟ କୁହନ୍ତି, ଅଭିଯୋଗ ମିଳିଛି। ଜାଗା ଚିହ୍ନଟ ହେବାପରେ ପ୍ରକୃତ ସତ୍ୟତା ପଦାକୁ ଆସିବ। ବେଆଇନ ଭାବେ ଗଛ କଟାଯାଇଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩ ପ୍ରତିମୂର୍ତ୍ତି ଅନାବରଣ

ଢେଙ୍କାନାଳ ଅଫିସ, ୩।୧୦: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍‌ ପରିସରରେ ରବିବାର ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ସୁସାହିତି୍ୟକା ନନ୍ଦିନୀ...

କାମାକ୍ଷାନଗରରେ ଆଦିବାସୀଙ୍କ ମେଳି: ୧୦ ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କାମାକ୍ଷାନଗର,୨୨।୭(ଡି.ଏନ.ଏ.)- ୧୦ ଦଫା ଦାବିରେ ଆଦିବାସୀ କ୍ରାନ୍ତି ସଂଗଠନ, ଆଦିବାସୀ ଚେତନା ସଂଗଠନ ଓ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଶତାଧିକ ଆଦିବାସୀ ସୋମବାର କାମାକ୍ଷାନଗର...

ମରାମତି ପାଇଁ ୨ ସପ୍ତାହ

ଢେଙ୍କାନାଳ ଅଫିସ, ୭।୮: ମରଣଯନ୍ତା ପାଲଟିଥିବା ୫୫ନଂ. ଜାତୀୟ ରାଜପଥ କାମ ସରିବ କେବେ। କଟକ-ଢେଙ୍କାନାଳ-ଅନୁଗୋଳ-ସମ୍ବଲପୁର ଜିଲାବାସୀଙ୍କ ଜୀବନରେଖା ସାଜିଥିବା ଏହି ବ୍ୟସ୍ତବହୁଳ ସଡ଼କରେ କେବେ...

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ୨ ଜୀବନ

ପରଜଙ୍ଗ,୨୧।୧(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ଅଞ୍ଚଳରେ ଶନିବାର ଏକ ଅଘଟଣ ଘଟିଛି। ପୃଥକ ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ୨...

ସାଇକୃପାରେ ଶତ ପ୍ରତିଶତ ରେଜଲ୍ଟ

ଢେଙ୍କାନାଳ ଅଫିସ, ୨୯।୭ ଢେଙ୍କାନାଳ ସହର କୁଞ୍ଜକାନ୍ତସ୍ଥିତ ସାଇକୃପା ଯୁକ୍ତ ୨ ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ଶତ ପ୍ରତିଶତ ହୋଇଛି। ପରୀକ୍ଷା...

ଓ୍ବାର୍ଡମେମ୍ବରଙ୍କ ସ୍ବାମୀଙ୍କୁ ଗାଁଦାଣ୍ଡରେ ହତ୍ୟା

ଢେଙ୍କାନାଳ ଅଫିସ, ୯।୧: ଢେଙ୍କାନାଳ ସଦର ଥାନା ନମିଚିରା ଗ୍ରାମ ମଣ୍ଡପରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟାରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। କଙ୍କଡ଼ାହାଡ଼ ପଞ୍ଚାୟତ ୪ନଂ. ୱାର୍ଡସଭ୍ୟ...

ଘୋଡ଼ାଡିଆଁ ସେତୁ ଭୂମିପୂଜନ

ପରଜଙ୍ଗ, ୬।୧(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ଘୋଡ଼ାଡିଆଁ ନାଳ ଉପରେ ବହୁ ପ୍ରତୀକ୍ଷିତ ସେତୁ ନିର୍ମାଣ ପାଇଁ ବୁଧବାର ଭୂମିପୂଜନ ହୋଇଛି। ବିଧାୟକ ଡା. ନୃସିଂହ...

କାନପୁରା ହାଇସ୍କୁଲରେ ‘ଅଟଳ ଟିଙ୍କରିଙ୍ଗ’ ଲ୍ୟାବ୍‌ ଉଦ୍‌ଘାଟିତ:ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା ପ୍ରଶିକ୍ଷଣ

କାମାକ୍ଷାନଗର, ୯।୭(ଡି.ଏନ୍‌.ଏ.) ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ ଲକ୍ଷ୍ୟରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲରେ ସୋମବାର ଉଦ୍‌ଘାଟିତ ହୋଇଛି...

Advertisement
Archives

Model This Week