ବେଆଇନ ଖନନ ପ୍ରତିବାଦରେ କଂଗ୍ରେସର ଧାରଣା

ରସୁଲପୁର/ଧର୍ମଶାଳା,୧୫।୩(ଡିଏନଏ): ଯାଜପୁର ଜିଲାର ଲଘୁ ଖଣିଜ ହବ୍‌ଭାବେ ଜଣାଶୁଣା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବିଛାଖଣ୍ଡିରେ ବିରୋଧୀଙ୍କ ସ୍ବର ଶାଣିତ ହୋଇଛି । ଏହି ଅଞ୍ଚଳର ପାଣିଟାଙ୍କିଠାରେ ଶନିବାରଠାରୁ କଂଗ୍ରେସ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଛି ।

ଓଡ଼ିଶା କଂଗ୍ରେସ ମୁଖପାତ୍ର ସ୍ମୃତିରେଖା ପହିଙ୍କ ଡାକରାରେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି, ଶତାଧିକ ଜନସାଧାରଣ ଧାରଣାସ୍ଥଳରେ ରୁଣ୍ଡ ହୋଇ ବେଆଇନ ଲଘୁ ଖଣିଜ ଖନନକୁ ବିରୋଧ କରିବା ସହ ଅଦ୍ୟାବଧି ଖନନ ହୋଇଥିବା ଖଣିଜ ସମ୍ପଦର ହିସାବ ମାଗିଛନ୍ତି ା କଂଗ୍ରେସ କର୍ମୀ ଶରତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାରଣାରେ ଏହି ଅଞ୍ଚଳରୁ ବର୍ଷବର୍ଷ ଧରି ଲଘୁ ଖଣିଜ ସାମଗ୍ରୀ ଲୁଟ୍‌ ହେଉଛି ବୋଲି ମତ ପ୍ରକାଶ ପାଇଥିଲା। ରାଜନେତା, କ୍ରଶର ମାଲିକ, ଖଣି ମାଲିକ, ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ଯୋଗୁ ମୁଷ୍ଟିମେୟ ଲୋକ ମାଲାମାଲ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ମୃତ୍ୟୁର କୂଅ ଭିତରକୁ ଠେଲି ଦେଉଛନ୍ତି। ଏହା ବିରୋଧରେ କଂଗ୍ରେସ ଶନିବାର ଆନ୍ଦୋଳନକୁ ଓହ୍ଲାଇଛି। ଖଣି ମାଲିକ, କ୍ରଶର ମାଲିକ ଜବରଦଖଲରେ ଥିବା ବେଆଇନ ଜମିଗୁଡିକୁ ତୁରନ୍ତ ଚିହ୍ନଟ କରାଯାଉ, ଲଘୁ ଖଣିଜ ସମ୍ପଦ ବିଭାଗ ଓ ପ୍ରଦୂଷଣ ବିଭାଗର ମିଳିତ ତଦନ୍ତ କରାଯାଉ, ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା, ବେଆଇନ ଭୂତଳ ବ୍ଲାଷ୍ଟିଂ ବନ୍ଦ ହେଉ ଆଦି ଦାବି କରିଛି କଂଗ୍ରେସ। ଉକ୍ତ ଧାରଣାରେ ୧୧ନଂ ଜୋନର କଂଗ୍ରେସ ସଭାପତି କାଳନ୍ଦି ପାଣି, ପୂର୍ବତନ ସରପଞ୍ଚ ବନମାଳି ରାଉତ, ଗୋବିନ୍ଦ ଚନ୍ଦ୍ର ସାମଲ, ବାସୁଦେବ ରାଉତ, ପୂର୍ବତନ ସମିତି ସଭ୍ୟ ହିମାଂଶୁ ମହାପାତ୍ର, ସତ୍ୟାନନ୍ଦ ରାଉତ, ଏକନ ମଲିକ, ବିପିନ୍‌ ସେଠୀ, ଧନେଶ୍ୱର ରାଉତ, ଲକ୍ଷ୍ମୀଧର ବାରିକ, ଅକ୍ଷୟ ସେଠୀ, ନରେଶ ସାହୁ, ସୁରେଶ ପ୍ରଧାନ, ଲକ୍ଷ୍ମୀଧର ରାଉତ, ମଙ୍ଗୁଳି ମଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଧାରଣା ସ୍ଥଳରେ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାଘାଟରେ ହାତୀ, ଲୋକେ ଭୟଭୀତ

ପରଜଙ୍ଗ, ୨୬ା୮(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ହାତୀ ଉପଦ୍ରବରୁ ତ୍ରାହି ମିଳୁନି। ସୋମବାର ସକାଳେ ନରହନ୍ତା ଦନ୍ତା କନ୍ଦରସିଂହା ଗ୍ରାମରେ ପଶି ତାଣ୍ଡବ କରିଥିଲା।...

ଯବାନଙ୍କ ପାଇଁ ରାଖୀ ପଠାଇଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୧୫।୮-ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର କ୍ୟାମ୍ପସ ଛାତ୍ର କଂଗ୍ରେସ କମିଟି ପକ୍ଷରୁ ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ପାଇଁ ରାଖୀ ପଠାଇବା...

ଡ୍ରେନ୍‌ ବ୍ୟବସ୍ଥା ନାହିଁ : ସାମାନ୍ୟ ବର୍ଷାରେ ରାସ୍ତାରେ ଭାସୁଛି ଆବର୍ଜନା

ଦେବଗଡ଼,୨୯।୮(ଡି.ଏନ୍‌.ଏ.): ୧୧ଟି ଓ୍ବାର୍ଡକୁ ନେଇ ଗଠିତ ଦେବଗଡ଼ ଏକ ଛୋଟ ସହର। ଏହି ପୌରପରିଷଦରେ ସଠିକ୍‌ ଡ୍ରେନ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ...

ଏକ ଦିବସୀୟ ଫୁଟବଲ୍‌: ନିମେଇସାପୁର ଚାମ୍ପିୟନ

ବିରିଡ଼ି/ବାଲିଆ,୧୩ା୧୧(ଡି.ଏନ.ଏ): ବିରିଡି ବ୍ଲକ ୨୨ମୌଜା ମଇଁନ୍ଦିପୁର-କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ୩୭ତମ ଏକଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ବୈଦ୍ୟନାଥ କ୍ରୀଡ଼ା ସଂସଦ ଖେଳପଡିଆରେ ମଙ୍ଗଳବାର ଅନୁଷ୍ଠିତ...

ଛତ୍ରପୁର ଉତ୍ସବ ମୁଖର

ଛତ୍ରପୁର,୨୩।୫(ଡି.ଏନ୍‌.ଏ.): ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଯାତ୍ରା ନେଇ ଉତ୍ସବ ମୁଖର ହୋଇଉଠିଛି। ମାସେ ଧରି ଚାଲିବାକୁ ଥିବା ଏହି ଯାତ୍ରାର ୧୭ତମ...

ନୂଆପାଲିରେ ଚାଷୀ ଆତ୍ମହତ୍ୟା ଅଭିଯୋଗ : କ୍ଷତିପୂରଣ ଦାବି

ବରଗଡ଼ ଅଫିସ,୨୩।୯: ବରଗଡ଼ ବ୍ଲକ ଅନ୍ତର୍ଗତ ଏସ୍‌ ଡୁମ୍ବେରପାଲି ପଞ୍ଚାୟତ ଅନ୍ତର୍ଗତ ନୂଆପାଲି ଗ୍ରାମର ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବୁର୍ଲା ମେଡିକାଲ...

‘ଗଣତାନ୍ତ୍ରିକ ପ୍ରକ୍ରିୟାରେ ବୁଦ୍ଧିଜୀବୀଙ୍କ ନୀରବତା ବିଡମ୍ବନା’: ସୃଜନିକାର ନବବର୍ଷର ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ

ବାଲିଆପାଳ,୩ା୧(ଡି.ଏନ.ଏ.)-ଗଣତାନ୍ତ୍ରିକ ପ୍ରକ୍ରିୟାରେ ବୁଦ୍ଧିଜିବୀଙ୍କ ନୀରବତା ବିଡମ୍ବନା। ଏବେ କେନ୍ଦ୍ର ସରକାରଙ୍କ ଦେଶରେ ସଂଶୋଧିତ ନାଗରିକ ଆଇନ (ସିଏଏ)ଓ ଜାତୀୟ ନାଗରିକ ପଞ୍ଜିକା(ଏନଆରସି)କୁ ନେଇ ଆନ୍ଦୋଳନ, ଜଳାପୋଡା,...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଦେବାଂଶ

କୃଷ୍ଣପ୍ରସାଦ,୨୭୯।(ଡି.ଏନ୍‌.ଏ.): ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ପାରିକୁଦ ଗଡ଼ର ୨ବର୍ଷ ୭ ମାସର ଦେବାଂଶ ପାତ୍ର ସ୍ଥାନ ପାଇଛନ୍ତି। ସେ...

Advertisement
Archives

Model This Week