ବେଆଇନ କ୍ଲିନିକ ଉପରେ ପ୍ରଶାସନର ଚଢାଉ:  ବାହାରେ ତାଲା, ଭିତରେ ରୋଗୀ ଚିକିତ୍ସା

ଦିଗପହଣ୍ଡି,୫ା୧(ଡି.ଏନ.ଏ.)-ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ସାଗର ପାଥୋଲୋଜି ଏବଂ କଲ୍ୟାଣୀ ମେଡ଼ିସିନ ଷ୍ଟୋର ଓ କ୍ଲିନିକ୍‌ରେ ଶନିବାର ପୁଣିଥରେ ପ୍ରଶାସନିକ ଚଢାଉ କରାଯାଇଥିଲା। ପ୍ରଥମେ ସାଗର କ୍ଲିନିକରେ ଚଢାଉ କରାଯାଇଥିଲା। କ୍ଲିନିକ ମୁଖ୍ୟ ଦରଜାରେ ତାଲା ପଡ଼ିଥିଲେ ମଧ୍ୟ ଭିତରେ ରୋଗୀ ଚିକିତ୍ସା ଚାଲିଥିବା ଜଣାପଡିବା ପରେ ଦିଗପହଣ୍ଡି ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଦ୍ୱୈତ କୁମାର ସ୍ବାଇଁ ଓ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ବିଜୟ କୁମାର ନାୟକ, ବିଡିଏମ୍‌ ଶିବାଶିଷ ପାତ୍ର, କନିଷ୍ଠ ସହାୟକ ରବି ପ୍ରସାଦ ପାତ୍ର ପ୍ରମୁଖ ପହଞ୍ଚି ମାଲିକଙ୍କୁ ତୁରନ୍ତ ତାଲା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଲା ଖୋଲାଯିବା ପରେ କ୍ଲିନିକ ଭିତରେ ୫ ରୋଗୀଙ୍କୁ ଚିକିତ୍ସା ଚାଲିଥିବା ଜଣାପଡିଥିଲା। ଟିମ୍‌ ସଦସ୍ୟମାନେ ଚିକିତ୍ସା ସମ୍ପର୍କିତ ଭିଡିଓ ଗ୍ରାଫି କରିବା ସହ ଖାନତଲାସ କରିଥିଲେ। କ୍ଲିନିକ ସମ୍ବନ୍ଧିିତ କୌଣସି ଲାଇସେନ୍ସ ନ ଥିବା ଜଣାପଡିଥିଲା। ଡାକ୍ତର କିମ୍ବା ଫାର୍ମାସିଷ୍ଟଙ୍କ ଅନୁପସ୍ଥିତିରେ କ୍ଲିନିକ ମାଲିକ ଚିକିତ୍ସା କରୁଥିବାରୁ ଟିମ୍‌ ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଠାରେ ଥିବା ବିଭିନ୍ନ କମ୍ପାନୀର ସାମ୍ପୁଲ ଔଷଧଗୁଡ଼ିକୁ ତନଖି କରାଯାଇଥିଲା। ବିନା ଲାଇସେନ୍ସରେ କ୍ଲିନିକ ନ ଖୋଲିବା ପାଇଁ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ନୂଆ ବସ୍‌ଷ୍ଟାଣ୍ଡ ନିକଟ କଲ୍ୟାଣୀ ମେଡିସିନ ଷ୍ଟୋରରେ ଚାଲିଥିବା କ୍ଲିନିକ ଉପରେ ଅତର୍କିତ ଚଢାଉ କରାଯାଇ ନଥିପତ୍ର ଯାଞ୍ଚ କରାଯାଇଥିଲା। ୨୦୧୪ରୁ ଲାଇସେନ୍ସ ନବୀକରଣ କରାଯାଇ ନ ଥିବା ଜଣାପଡିଥିଲା। ଜଣେ ଡାକ୍ତର ସପ୍ତାହରେ ଦିନେ କ୍ଲିନିକ ଆସୁଥିବା ମାଲିକ ଟିମ୍‌ ସଦସ୍ୟଙ୍କୁ ଜଣାଇଥିଲେ। କ୍ଲିନିକ ପରିସର ଦୁର୍ଗନ୍ଧ ଓ ଅପରିଷ୍କାର ପରିବେଶରେ ଆବଶ୍ୟକ ଭିତ୍ତିଭୂମି ନ ଥାଇ ଚାଲିଥିବାରୁ ଟିମ୍‌ ସଦସ୍ୟମାନେ ତୁରନ୍ତ କ୍ଲିନିକରେ ରୋଗୀ ଚିକିତ୍ସା ବନ୍ଦ କରିବାକୁ ମାଲିକଙ୍କୁ ତାଗିଦ କରିଥିଲେ। ବେଆଇନ ଭାବେ ଚାଲିଥିବା ୨ଟି କ୍ଲିନିକ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନିକ ଟାସ୍କ ଫୋର୍ସ ପକ୍ଷରୁ ସୁପାରିସ କରାଯାଇଥିବା ତହସିଲଦାର କହିଛନ୍ତି। ଏହି ଚଢାଉ ସମ୍ପର୍କରେ ସୂଚନା ପାଇ ସହରରେ ଥିବା ବହୁ ସଂଖ୍ୟକ କ୍ଲିନିକ ଦିନସାରା ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ପରେ ପ୍ରଶାସନିକ ଟିମ୍‌ ଭୀଷ୍ମଗିରି ଗ୍ରାମରେ ପହଞ୍ଚି ବିଭିନ୍ନ କ୍ଲିନିକ ଉପରେ ଚଢାଉ ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଖବର ପାଇ କ୍ଲିନିକ ମାଲିକମାନେ ଚମ୍ପଟ ମାରିଥିଲେ। କେତେକ ଔଷଧ ଦୋକାନରେ ଟିମ ସଦସ୍ୟମାନେ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ପରେ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀ ପଞ୍ଜୀକରଣ ପୁସ୍ତିକା ତନଖି କରିଥିଲେ। ଉପସ୍ଥିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ସହ ଅଭାବ ଅସୁବିଧା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଫେରିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଖେମୁଣ୍ଡି ମେଡ଼ିସିନ ଓ ପାଥୋଲୋଜି କ୍ଲିନିକ ସମେତ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆ ନାଳ ଛକରେ ଥିବା ମିଶ୍ର ମେଡିକାଲ ଓ କ୍ଲିନିକ ଏବଂ ସାହୁ କ୍ଲିନିକ ଉପରେ ଚଢ଼ାଉ କରାଯାଇଥିଲା। ଗତ ଡ଼ିସେମ୍ବର ୧୯ ରେ ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ମୁଖ୍ୟରାସ୍ତା କଡ଼ରେ ଥିବା ବାସୁଦେବ କ୍ଲିନିକ ଓ ଚୈତନ୍ୟପୁର ଗଁାରେ ଥିବା ଏକ ଘରୋଇ କ୍ଲିନିକ ଉପରେ ଚଢ଼ାଉ କରାଯାଇଥିଲା। ବାସୁଦେବ କ୍ଲିନିକ ମାଲିକଙ୍କଠାରୁ ଲାଇସେନ୍ସ ସମେତ ବିଭିନ୍ନ ନ ଥିପତ୍ର ଜବତ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡାରେ ପୋଲିସର ଚଢ଼ାଉ, ୫ ଗିରଫ

ଦିଗପହଣ୍ଡି, ୩୧ା୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୈଠଖଣ୍ଡି ପଞ୍ଚାୟତ ତଲାସିଂ ଗ୍ରାମ ଠାକୁରାଣୀ ମନ୍ଦିରରେ ଚାଲିଥିବା ଜୁଆଆଡ୍ଡା ଉପରେ ପୋଲିସ ଶୁକ୍ରବାର ରାତିରେ ଚଢ଼ାଉ...

ବିଶ୍ୱବିଦ୍ୟାଳୟ ଜମି ହସ୍ତାନ୍ତରକୁ ବିରୋଧ

ବ୍ରହ୍ମପୁର ଅଫିସ,୧୭ା୧୨( ନରସିଂହ ସାହୁ): ବ୍ରିଟିଶ ଶାସନରେ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ୨୫ ଏକର ଜମି ରାଜସ୍ବ ବିଭାଗକୁ...

ପୋଖରୀରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୧ା୧୨(ଡି.ଏନ.ଏ.)-ଦିଗପହଣ୍ଡି କୁଶପଡ଼ା ପଞ୍ଚାୟତ କେଦାରପୁର ଗାଁ ପୋଖରୀରୁ ରବିବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ସିଦ୍ଧେଶ୍ୱର ଗାଁ ମାଳିସାହିର ରୁପାଙ୍ଗ ବେହେରା।...

ଜିଲାପାଳଙ୍କୁ ଭେଟିଲେ ମୁମ୍ବାଇର ଛାତ୍ରୀଛାତ୍ର

ଛତ୍ରପୁର,୨୭ା୭(ଡି.ଏନ.ଏ.)-ମୁମ୍ବାଇରେ ସିଭିଲ୍‌ ସର୍ଭିସ୍‌ କୋଚିଂ ନେଉଥିବା ସେଠାକାର କେତେଜଣ ଛାତ୍ରୀଛାତ୍ର ଶୁକ୍ରବାର ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟିଛନ୍ତି। ନିଜ...

ଗଞ୍ଜାମ ଆକ୍ରାନ୍ତ ସୁରଟ ଫେରନ୍ତା: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ବୁଧବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ତେବେ ଏହି ନୂଆ...

ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଜେଲ,ଦିନକ ପରେ ଝିଅ ବାହାଘର

ବ୍ରହ୍ମପୁର ଅଫିସ,୨୨ା୨:ଦିନକ ପରେ ଅର୍ଥାତ୍‌ ଆସନ୍ତା ବୁଧବାର ଝିଅ ବାହାଘର ନିର୍ଦ୍ଧାରିତ ହୋଇଛି। ଅନ୍ୟପଟେ ତାଙ୍କ ବାପା ଅନ୍ୟ ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ...

ଏନ୍‌ଏସି ସହରର ମୁଖ୍ୟ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ

ଗଞ୍ଜାମ,୨୪।୮(ଡି.ଏନ୍‌.ଏ.): ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଗଞ୍ଜାମ ଏନ୍‌ଏସିରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିପାରିନାହିଁ। ସହରର ମୁଖ୍ୟ ରାସ୍ତା ଏବେ ଡମ୍ପିଂୟାର୍ଡ...

ବାଳସୁଧାର ଗୃହରେ ଆତ୍ମହତ୍ୟା କଲେ ଅନ୍ତେବାସୀ

ବ୍ରହ୍ମପୁର ଅଫିସ,୨୯ା୬ : ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଜଣେ ଅନ୍ତେବାସୀ ରବିବାର ରାତିରେ ଆତ୍ମହତ୍ୟା...

Advertisement
Archives

Model This Week