ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସମେତ ଯନ୍ତ୍ରାଂଶ ଜବତ

ବାସୁଦେବପୁର,୨୭।୯(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ସହର ଉପକଣ୍ଠସ୍ଥିତ ଅନୁକୂଳଚନ୍ଦ୍ରଙ୍କ ମନ୍ଦିର ସମ୍ମୁଖରେ ଚାଲିଥିବା ଏକ ବେଆଇନ କରତକଳ ଉପରେ ବନବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର କାଠ ସମେତ ଯନ୍ତ୍ରାଂଶ ଜବତ ହୋଇଛି। ଏକ ଜେସିବି ଯୋଗେ କରତକଳକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦିଆଯାଇଛି। ଏସିଏଫ୍‌ ବିରାଜମୋହନ ମହାନ୍ତି, ବନପାଳ ଜଗନ୍ନାଥ ମିଶ୍ରଙ୍କ ସମେତ ଜିଲା ପୋଲିସ ଉପସ୍ଥିତିରେ ଏହି ଚଢ଼ାଉ ଚାଲିଛି। ଏହି ଚଢ଼ାଉବେଳେ ଜିଲାପାଳଙ୍କ ନିଦ୍ଦେର୍ର୍ଶ କ୍ରମେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଭାବରେ ବନ୍ତ ତହସିଲଦାର ବିଜୟ କୁମାର ସେଠୀ ମଧ୍ୟ ଉପସ୍ଥିତ ଅଛନ୍ତି। ତେବେ ବାସୁଦେବପୁର ବନବିଭାଗ ଚଢ଼ାଉର ୨ ଘଣ୍ଟା ପରେ ଆସି ପହଞ୍ଚଥିଲେ। ବେଆଇନ କରତକଳ ଚାଲିବା ପଛରେ ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଆକାଉଣ୍ଟରୁ କାଟି ନେଲେ ୧୦ ଲକ୍ଷ

ଆଳି,୧୪।୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ବାଦଲ କୁମାର ମହାନ୍ତି ସାଇବର ଠକଙ୍କ ଶିକାର ହୋଇଛନ୍ତି। ଆଳି ଥାନା ଅନ୍ତର୍ଗତ ବଡାମ୍ବିଳା...

ନାନା ସମସ୍ୟାରେ ପାରାଦୀପ ମାଛଧରା ବନ୍ଦର: ୧୦ ବର୍ଷରେ ୧୭ଥର ବସିଛି ପରିଚାଳନା ସମିତି ବୈଠକ

ପାରାଦୀପ,୧୯ା୨(ସ୍ବ.ପ୍ର.): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ସମ୍ପ୍ରତି ବହୁବିଧ ସମସ୍ୟା ମଧ୍ୟରେ ଗତିକରୁଛି। ଏହି ମତ୍ସ୍ୟଶିଳ୍ପ ଉପରେ ନିର୍ଭରଶୀଳ ପ୍ରାୟ ୫୦ ହଜାର...

ଜୁଏଲାରୀ ଦୋକାନରୁ ଚୋରି ଘଟଣାରେ ୪ ଗିରଫ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଜବତ

ପାଟଣା,୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ପାଟଣା ମୁଖ୍ୟ ବଜାରର ଅଜୟ କୁମାର ପରିଡାଙ୍କ ‘ପ୍ରମିଳା ଜୁଏଲାରୀ’ ଦୋକାନରୁ ଗତ ଜାନୁୟାରୀ ୧୫ ରେ...

ବେଆଇନ ବାଲି ଚାଲାଣ: ୧୨ ଟ୍ରାକ୍ଟର ଜବତ, ୧ ଲକ୍ଷ ୨୨ ହଜାର ଜରିମାନା ଆଦାୟ

ଆନନ୍ଦପୁର,୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ଆଦିବାସୀ ଅଧୁସୀତ ବୁଢ଼ିକୁଦ ପଞ୍ଚାୟତ ନିକଟ ବୈତରଣୀ ନଦୀରୁ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ...

ଏନ୍‌ଏସି କର୍ମଚାରୀଙ୍କୁ ଗାଳିଗୁଲଜ ଅଭିଯୋଗ

ଗୋପାଳପୁର,୩୧ା୮-ଗୋପାଳପୁର ଏନ୍‌ଏସି କାର୍ଯ୍ୟାଳୟର ସିଇଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଓ ଗାଳିଗୁଲଜ କରିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଗୋପାଳପୁର ଏନ୍‌ଏସି ଅଞ୍ଚଳର...

ପଞ୍ଚାୟତ ସଭା ଚାଲିଥିବା ବେଳେ ତଡ଼ା ଖାଇଲେ ସରପଞ୍ଚଙ୍କ ସ୍ବାମୀ

ଆନନ୍ଦପୁର,୩୦।୫: ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପଞ୍ଚାୟତର ସଭା ଚାଲିଥିବା ବେଳେ ସରପଞ୍ଚଙ୍କ ସ୍ବାମୀଙ୍କୁ ତଡ଼ା ଖାଇବାକୁ ପଡ଼ିଛି। ସୂଚନାଯୋଗ୍ୟ,...

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପାପଡ଼ାହାଣ୍ଡି/ମଇଦଲପୁର,୯।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଆମପାଣି ଘାଟିରୁ ସୋମବାର ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ସେ ହେଲେ ଝାଡ଼କୁଶମି ଗ୍ରାମର...

ପରିବହନ ବିଭାଗ ତରଫରୁ ବେଆଇନ ବସ୍‌ ଯାଞ୍ଚ: ବିନା ଅନୁମତିରେ ଚଳାଚଳ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ

ଟାଙ୍ଗୀ(ଖୋର୍ଦ୍ଧା),୨୧।୮(ଡି.ଏନ.ଏ.)-ଭୁବନେଶ୍ୱର, ବାଲୁଗାଁ, ଆସିକା ଓ ବ୍ରହ୍ମପୁର ଅଭିମୁଖେ ବସ୍‌ଗୁଡ଼ିକ ବେଆଇନ ଭାବେ ଯାତାୟାତ କରୁଥିବା ବାରମ୍ବାର ଅଭିଯୋଗ ହେଉଛି। ତେଣୁ ମଙ୍ଗଳବାର ପରିବହନ ବିଭାଗ ତରଫରୁ...

Advertisement


Archives

Model This Week