ବୃଦ୍ଧ ବାପାଙ୍କ କାନ୍ଧରେ ଦିବ୍ୟାଙ୍ଗ ଅମରଙ୍କ ଭବିଷ୍ୟତ: ଟ୍ରାଇ ସାଇକେଲ ଲାଗି ଜିଲାପାଳଙ୍କୁ ଜଣାଇଲେ

ଛତ୍ରପୁର,୩୧ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଦୁଆନପଲ୍ଲୀଗଁାର ଗୋବିନ୍ଦ ମଲ୍ଲିକଙ୍କ ଦିବ୍ୟାଙ୍ଗ ପୁଅ ତଥା କଲେଜ ଛାତ୍ର ଅମରଙ୍କୁ ସରକାରୀ ସହାୟତା ମିଳୁନି। କେବଳ ଭତ୍ତା ମିଳୁଥିବା ବେଳେ ବାଣିଶ୍ରୀ ଷ୍ଟାଇପେଣ୍ଡ ମିଳୁ ନ ଥିବା ଅମର କହିଛନ୍ତିି। ଏଥିସହ କଲେଜ ଯିବା ଆସିବା ପାଇଁ ଏକ ଟ୍ରାଇ ସାଇକେଲର ଆବଶ୍ୟକତା ରହିଛି ା
ବୃଦ୍ଧ ବାପା ଗୋବିନ୍ଦଙ୍କ ପିଠିରେ ଦିବ୍ୟାଙ୍ଗ ଅମର ବସି ପ୍ରତିଦିନ କଲେଜ ଯିବା ଆସିବା କରିଥାନ୍ତି ା ଯଦି କୌଣସି ଦିନ ତାଙ୍କ ଦେହ ଭଲ ନ ଥାଏ ତେବେ ସେ ଦିନ କଲେଜ ବନ୍ଦ ହୋଇଯାଏ। ପରିଣତ ବୟସରେ ବାପା ଦିବ୍ୟାଙ୍ଗ ପୁଅଙ୍କର ଭବିଷ୍ୟତ ଗଢିବାରେ ସହାୟ ହୋଇଛନ୍ତି।
ଟ୍ରାଇ ସାଇକେଲ ଗୋଟିଏ ମିଳିଲେ ଆଉ ବାପାଙ୍କ କାନ୍ଧରେ ବସି ଯିବା ଆସି ବାକୁ ପଡିବନି ବୋଲି ଅମର କହିଛନ୍ତିି। ଅମର ଏବେ ଯୁକ୍ତ ୩ ଶେଷ ବର୍ଷ ଛାତ୍ର ା ସୁବିଧା ସୁଯୋଗ ମିଳିଲେ ଆହୁରି ପାଠ ପଢିବାକୁ ଆଗ୍ରହ ରଖିଥିବା ଅମର ଗଣମାଧ୍ୟମକୁ କହିଛନ୍ତି। ବୁଧବାର ବାପାଙ୍କ କାନ୍ଧରେ ବସି ଅମର ଛତ୍ରପୁର ଆସି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ ା ଜିଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ଭେଟିବାକୁ ଅମର ଓ ତାଙ୍କ ବାପା ଗୋବିନ୍ଦଙ୍କୁ ଜିଲାପାଳ ପରାମର୍ଶ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସୋରଡ଼ାରେ ସାଧାରଣତନ୍ତ୍ର ଦିବସ

ସୋରଡ଼ା,୨୬ା୧(ଡି.ଏନ୍‌.ଏ.): ସୋରଡ଼ାରେ ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସ କାରୋନା କଟକଣା ଅନୁଯାୟୀ ପାଳନ ହୋଇଯାଇଛି। ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ତହସିଲଦାର ପ୍ରଫୁଲ କୁମାର...

ମୃତ୍ୟୁର ଦିନକ ପରେ ରିପୋର୍ଟ ଆସିଲା ପଜିଟିଭ୍‌

ପୋଲସରା,୧୮ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ଦିନକ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି। ମୃତକଙ୍କ ପରିବାର ସମେତ...

‘ ମୋ ସ୍ବାମୀଙ୍କୁ ଖୋଜିକି ଆଣନ୍ତୁ’

ଆସିକା,୧୧।୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଆସିକା ଚିନିଶିଳ୍ପ ଅତିଥି ଭବନରେ ସ୍ତ୍ରୀ ତପସ୍ବିନୀ ଦାସଙ୍କୁ ଏକାକୀ ଛାଡ଼ି ଡାକ୍ତର ସ୍ବାମୀ ସୁମିତ ସାହୁ କେଉଁଆଡ଼େ ପଳାଇଛନ୍ତି। ବ୍ରହ୍ମପୁର...

କୂଅ ସଫା କାଳ ହେଲା: ଶ୍ୱାସରୁଦ୍ଧ ହୋଇ ୨ଭାଇ ମୃତ

ଜଗନ୍ନାଥପ୍ରସାଦ,୬ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଜଗନ୍ନାଥପାଟଣା ଗ୍ରାମରେ ଶନିବାର କୂଅ ସଫା କରିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ...

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି/ପାଟପୁର (ଡି.ଏନ୍‌.ଏ.)- ସାନଖେମୁଣ୍ଡି ବ୍ଲକ ଭାଲିଆଝୋଳା ଗାଁ କୂଅରୁ ସୋମବାର ରାତି ପ୍ରାୟ ୮ ଟାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ...

ଗ୍ରାମାଞ୍ଚଳରେ ଆତଙ୍କ ସହ ପୋଲିସ ଉପରକୁ ବୋମାମାଡ଼ ଘଟଣା: ଦୁର୍ଦ୍ଦାନ୍ତ ଶିବ ସମେତ ୮ ଗିରଫ; ବନ୍ଧୁକ, ଗୁଳି, ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୩।୮- ଗଞ୍ଜାମ ଜିଲାର ଗ୍ରାମାଞ୍ଚଳରେ ଆତଙ୍କରାଜ ଚଳାଇଥିବା ଶିବ ସେଠୀ ଗ୍ୟାଙ୍ଗର ମୁଖ୍ୟ ଦୁର୍ଦ୍ଦାନ୍ତ ଶିବ ସମେତ ୮ଜଣଙ୍କୁ କାବୁ କରିଛି ବ୍ରହ୍ମପୁର ପୋଲିସ।...

ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ

ଗଞ୍ଜାମ,୪ା୫(ଡି.ଏନ.ଏ.)- ଲକ୍‌ଡାଉନ୍‌ ପରେ ଗଞ୍ଜାମ ଜିଲା ଗୋଳନ୍ଥରାରେ ରହିଯାଇଥିବା କଟକ ଟାଙ୍ଗୀ ଅଞ୍ଚଳର ୧୨ଜଣ ଶ୍ରମିକ ୧୬ନଂ. ଜାତୀୟ ରାଜପଥ ଦେଇ ସୋମବାର ସକାଳେ ଚାଲିଚାଲି...

କଅଁଳ ବୟସରେ ପେଟ ଚିନ୍ତା

ଭଞ୍ଜନଗର,୩ା୩(ଡି.ଏନ.ଏ) ରୋଗରେ ପଡ଼ି ମା’ ଚାଲିଗଲା ପରେ ଦୁଇ ଝିଅ ଓ ଗୋଟିଏ ପୁଅକୁ ବାପା ଠିକ୍‌ ଭାବେ ପଚାରିଲେନି। ମା’ ଛେଉଣ୍ଡ ଏହି ପିଲାମାନେ...

Advertisement
Archives

Model This Week