ବୃଦ୍ଧାଙ୍କଠାରୁ ୪ ଲକ୍ଷ ଠକେଇ: ସମ୍ପର୍କୀୟ ଗିରଫ

କଟକ ଅଫିସ,୪ା୭: ବୃଦ୍ଧାଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ମର୍କତନଗର ପୋଲିସ ବୁଧବାର ଜଣେ ସମ୍ପର୍କୀୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳର ଅମର ନନ୍ଦ(୫୭)। ପୋଲିସ ତାଙ୍କଠାରୁ ୧୨ ହଜାର ଟଙ୍କା ଜବତ କରିବା ସହ ଏ ନେଇ ଏକ ମାମଲା(ନଂ.୧୦୧/୧୯) ରୁଜୁ କରିଛି।
ଅଭିଯୋଗ ଅନୁଯାୟୀ, ମହାଲକ୍ଷ୍ମୀ ମିଶ୍ର(୭୨) ମର୍କତନଗର ଥାନା ଅନ୍ତର୍ଗତ ସିଡିଏ ସେକ୍ଟର-୬ ଅଞ୍ଚଳରେ ରହୁନ୍ତି। ତାଙ୍କର ଜଣେ ଦୂରସମ୍ପର୍କୀୟ ହେଉଛନ୍ତି ଅମର। ବୃଦ୍ଧାଙ୍କର ଜଣେ ବିବାହିତ ଝିଅ ଅଛନ୍ତି। ହେଲେ ମହାଲକ୍ଷ୍ମୀ ତାଙ୍କ ପାଖରେ ରହିବାକୁ ପସନ୍ଦ କରୁ ନ ଥିବାରୁ ସେ ଅମରଙ୍କୁ ତାଙ୍କ ପାଖରେ ରଖିଥିଲେ। ସୁବିଧା ଅସୁବିଧାରେ ସେ ଅମରଙ୍କୁ ଆର୍ଥିକ ସାହାଯ୍ୟ କରନ୍ତି। ଗତ ମେ’ରେ ଅମର ତାଙ୍କୁ ବ୍ୟାଙ୍କକୁ ନେଇ ଏକ କାଗଜରେ ଦସ୍ତଖତ କରିବାକୁ କହିଥିଲେ। ଫଳରେ ମହାଲକ୍ଷ୍ମୀ ଉକ୍ତ କାଗଜରେ ଦସ୍ତଖତ କରିଥିଲେ। ଏହାର କିଛିଦିନ ପରେ ମହାଲକ୍ଷ୍ମୀଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଉଠାଯାଇଥିବା ତାଙ୍କ ଝିଅ କହିଥିଲେ। ସେ ବ୍ୟାଙ୍କକୁ ଯାଇ ପଚାରିବାରୁ ଜଣାପଡିଲା ଯେ, ତାଙ୍କ ଆକାଉଣ୍ଟରେ ୪ ଲକ୍ଷ ଟଙ୍କାର ଏକ ଫିକ୍ସ ଡିପୋଜିଟ୍‌ କରିଥିଲେ। ପରେ ବୃଦ୍ଧା ତାଙ୍କର ଉକ୍ତ ବଣ୍ଡ୍‌ଟି ହଜିଯାଇଥିବା ନେଇ ଅଭିଯୋଗ କରିଥିଲେ, ଯେଉଁଥିରେ ତାଙ୍କର ଦସ୍ତଖତ ରହିଥିଲା। ଏହାପରେ ଏକ ଚେକ୍‌ ମାଧ୍ୟମରେ ୪ ଲକ୍ଷ ଟଙ୍କା ଜଣେ ବ୍ୟକ୍ତି ଉଠାଇ ନେଇଥିଲେ। ଏ ନେଇ ମହାଲକ୍ଷ୍ମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଅମରଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ଜଣାପଡିଥିଲା ଯେ, ଯେହେତୁ ଉକ୍ତ ବଣ୍ଡ ପେପରଟି ମହାଲକ୍ଷ୍ମୀଙ୍କ ଝିଅଙ୍କ ପାଖରେ ଥିଲା ଅମର ପ୍ରଥମେ ମହାଲକ୍ଷ୍ମୀଙ୍କୁ ବ୍ୟାଙ୍କ ନେବା ସହ ତାଙ୍କର ବଣ୍ଡ ପେପର ହଜିଯାଇଥିବା ନେଇ ଅଭିଯୋଗ କରିଥିଲେ। ପରେ ବୃଦ୍ଧାଙ୍କ ଏକ ଚେକ୍‌ରେ ତାଙ୍କର ଦସ୍ତଖତ କରି ଏହା ମାଧ୍ୟମରେ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ସେ ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏସ୍‌ ଦିପ୍ତେଶ ପଟ୍ଟନାୟକଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍‌ ଦିପ୍ତେଶ ପଟ୍ଟନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଦିପ୍ତେଶ ଏବେ ଜେଲ୍‌ ବିଭାଗ ଆଇଜି ଭାବେ କାର୍ଯ୍ୟ କରୁଥିବା...

ଦିନକ ପୂର୍ବରୁ ସରିଲା ବିଧାନସଭା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଙ୍ଗଳବାର...

କ୍ୟାପିଟାଲ ହସ୍ପିଟାଲରେ ୨ ଡାକ୍ତର କରୋନା ପଜିଟିଭ

ଭୁବନେଶ୍ୱର, ୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଛି। ରାଜଧାନୀ ଭୁବନେଶ୍ୱରର ସ୍ଥିତି ମଧ୍ୟ ସଙ୍ଗିନ ହେବାରେ ଲାଗିଛ। ଏହି କ୍ରମରେ ଶୁକ୍ରବାର...

ବାଙ୍କୀରେ ଡବଲମର୍ଡର ଘଟଣାକୁ ସୋନିଆ ଗାନ୍ଧୀଙ୍କ ନିନ୍ଦା

ବାଙ୍କୀ, ୨୭ା୨ (ସ୍ବ.ପ୍ର): ବାଙ୍କୀରେ ଘଟିଥିବା ଡବଲ ମର୍ଡର ଘଟଣାକୁ ଅଖିଳଭାରତୀୟ କଂଗ୍ରେସ କମିଟି ସଭାପତି ସୋନିଆ ଗାନ୍ଧୀ ନିନ୍ଦା କରିଛନ୍ତି। ଏହି ଘଟଣାରେ ମୃତ୍ୟୁବରଣ...

ସଂଶୋଧନ ହେଲା ଜିଆଇଏସ୍‌

ଭୁବନେଶ୍ୱର,୯।୧୦(ବ୍ୟୁରୋ):ରାଜ୍ୟ ସରକାର ଶୁକ୍ରବାର ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା (ଜିଆଇଏସ୍‌) ଦେୟରେ ସଂଶୋଧନ କରିଛନ୍ତି। ପୂର୍ବରୁ ୪,୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ୍‌...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୨୬।୪: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଚାଲିଛି । ନୟାଗଡ଼ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ...

୭ ଆନ୍ତଃରାଜ୍ୟ ସାଇବର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୩୦।୬(ବ୍ୟୁରୋ):କମିଶନରେଟ୍‌ ପୋଲିସ ଏକ ବଡ଼ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗର ରହସ୍ୟ ଉନ୍ମୋଚନ କରିଛି ା ସାଇବର ଠକେଇ ଲିଙ୍କ୍‌ ଖୋଜୁ ଖୋଜୁ ମିଳିଛି ବଡ଼...

ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବେ କିନ୍ନର

ବାରିପଦା ଅଫିସ,୨୧ା୪: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାରିପଦା ପୌରପାଳିକାକୁ ସ୍ବଚ୍ଛ ଓ ସୁନ୍ଦର ରଖିତ୍ବା ପାଇଁ ଅଭିନବ ପଦକ୍ଷେପ ଗ୍ରହଣ...

Advertisement


Archives

Model This Week