ବୁଲ୍‌ବୁଲ୍‌ ପ୍ରଭାବ: ଜଗତ୍‌ସିଂହପୁର ଜିଲାର ଧାନ,ପରିବା ଫସଲ ଅଧିକ କ୍ଷତିଗ୍ରସ୍ତ

ଜଗତ୍‌ସିଂହପୁର ଅଫିସ,୧୦ା୧୧: ବାତ୍ୟା ବୁଲ୍‌ବୁଲ ପ୍ରଭାବରେ ଜଗତ୍‌ସିଂହପୁର ଜିଲାର ତଳିଆ ଅଞ୍ଚଳ ଲୋକେ ପ୍ରଭାବିତ ହେବା ସହ ବ୍ୟାପକ ଧାନ ଓ ପନିପରିବା କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି ଧାନ ଥୋଡ ଧରୁଥିବାରୁ ପବନ ମାଡରେ ଏହା ନଷ୍ଟ ପ୍ରାୟ ହୋଇଯାଇଛି। ଜିଲାର ସମସ୍ତ ଅଞ୍ଚଳରେ ଗଛ ଭାଙ୍ଗିଥିବା ବେଳେ ପାରାଦୀପ, କୁଜଙ୍ଗ, ତିର୍ତ୍ତୋଲ, ଏରସମା ଓ ବାଲିକୁଦା ଅଞ୍ଚଳରେ ଏହି ସଂଖ୍ୟା ଅଧିକ ବୋଲି ଆକଳନ କରାଯାଇଛି। ୮ତାରିଖରୁ ବର୍ଷା ଓ ପବନ ଲାଗି ରହିବାରୁ ଜିଲାର ତଳିଆ ତଥା ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ଓ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଥିଲା। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଜିଲାପାଳ ପାରାଦୀପରେ ରହି ଲୋକଙ୍କୁ ସ୍ଥାନାନ୍ତରଣ, ରନ୍ଧା ଖାଦ୍ୟ ପ୍ରଦାନ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା, ବାତ୍ୟାଜନିତ ଭାଙ୍ଗି ପଡିଥିବା ଗଛକୁ କାଟି ସଫା କରିବା ଆଦି କାର୍ଯ୍ୟ ତଦାରଖ କରିଥିଲେ ।

ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାର ୫୪୬ ଜଣଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପାରାଦୀପ ପୌର ପରିଷଦ ଦ୍ୱାରା ମେରାଇନ ଆକ୍ବାରିୟମକୁ ୮୬ଜଣ, ପାରାଦୀପ ମ୍ୟୁନିସିପାଲ୍‌ଟି ହାଇସ୍କୁଲରେ ୨୦୦, ତିର୍ତ୍ତୋଲ ବ୍ଲକର ତର୍ଜଙ୍ଗା ହାଇସ୍କୁଲରେ ୨୦୦ ଓ ଜଗତ୍‌ସିଂହପୁରସ୍ଥିତ ଶ୍ରୀକୃଷ୍ଣ ଏକାଡେମୀକୁ ୬୦ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଲୋକଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଦିଆଯାଇଥିଲା। ପାରାଦୀପରେ କ୍ରକୋଡାଇଲ୍‌ ପାର୍କଠାରୁ ମାଉସୀ ମା’ଛକ ରାସ୍ତା, ମଧୁବନ ରାସ୍ତା, କ୍ରକୋଡାଇଲ ପାର୍କ ରାସ୍ତାଠାରୁ ସବ୍‌ଷ୍ଟେସନ୍‌ ଛକ ରାସ୍ତାରେ ଗଛ ଭାଙ୍ଗି ପଡିଥିବାରୁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ରାସ୍ତା ସଫା କରାଯାଇଥିଲା। ଜିଲାପାଳ ଶୁକ୍ରବାର ଷଣ୍ଢକୁଦ, ବଙ୍ଗାଳିସାହି ଆଦି ଅଞ୍ଚଳ ପରିଦର୍ଶନ କରି ସ୍ଥାନାନ୍ତରଣ ପ୍ରକ୍ରିୟା ତଦାରଖ କରିଥିଲେ। ଶୁକ୍ରବାର ରାତିରେ ପାରାଦୀପରେ ପବନର ବେଗ ଅଧିକ ଥିଲା। ଏହାର ପ୍ରଭାବରେ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଥିବା ବେଳେ ଆଉ କେତେକ ସ୍ଥାନରେ ବଙ୍କା ହୋଇ ଯାଇଥିଲା। ତାର ମଧ୍ୟ ଅନେକ ସ୍ଥାନରେ ଛିଡିଥିବାରୁ ବିଦ୍ୟୁତ ସରବରାହ ବ୍ୟାଘାତ ଘଟିଛି। ବର୍ଷା କମିବା ପରେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ତୁରନ୍ତ ମରାମତି କରିବେ ବୋଲି ସୂଚନା ଦିଆଯାଇଛି। ଏରସମା ବସ୍‌ ଷ୍ଟାଣ୍ଡରେ ଗୋଟିଏ ଗଛ ଭାଙ୍ଗି ପଡିଥିବାରୁ ସମସ୍ୟା ହୋଇଥିଲା। ସୌଭାଗ୍ୟ ଅଗ୍ନିଶମ ବିଭାଗ କର୍ମଚାରୀ ଏହାକୁ କାଟି ସଫା କରି ଦେଇଛନ୍ତି। ଖବର ଲେଖାହେବା ବେଳକୁ ପାଗରେ ସୁଧାର ଆସିଛି। ଜଗତ୍‌ସିଂହପୁର ସମେତ ବିରିଡ଼ି, ରଘୁନାଥପୁର, ନାଉଗାଁ ଆଦି ଅଞ୍ଚଳରେ ବର୍ଷା ଓ ପବନ ଆଦୌ ନ ଥିବା ବେଳେ ଅନ୍ୟ ବ୍ଲକ ଅଞ୍ଚଳରେ କମିଥିବା ଜଣାଯାଇଛି। ତେବେ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ଜିଲା ପ୍ରଶାସନ ସଜାଗ ରହିଛି। ଜିଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଏହାକୁ ତଦାରଖ କରୁଛନ୍ତି। ବର୍ଷା ଓ ପବନ ଯୋଗୁ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ କୃଷି ବିଭାଗର ଅଧିକାରୀମାନେ ପାଗ ବଦଳିଲେ ଆକଳନ କରି ରିପୋର୍ଟ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଗତ ୮ ତାରିଖ ସକାଳୁ ଜିଲାରେ କୋହଲିଆ ପାଗ ସାଙ୍ଗକୁ ଝିପ ଝିପ ବର୍ଷା ଆରମ୍ଭ ହୋଇଥିଲା। ଶନିବାର ପୂର୍ବାହ୍ନ ସୁଦ୍ଧା ବର୍ଷା, ପବନ ଲାଗି ରହିଥିଲା। ପରିସ୍ଥିତିର ମୁକାବିଲା ପାଇଁ ୧ ଏନ୍‌ଡିଆର୍‌ଏଫ୍‌ ଦଳ(୨୫ ଜଣିଆ) ପାରାଦୀପରେ ପହଞ୍ଚତ୍ଥିଲେ। ଏହାବାଦ୍‌ ଜଗତ୍‌ସିଂହପୁର ଓ ପାରାଦୀପରେ ପୃଥକ ଭାବେ ୨ଟି ଓଡ୍ରାଫ୍‌ ଦଳ ନିୟୋଜିତ ହୋଇଥିଲେ। ଅଗ୍ନିଶମ ବିଭାଗର ୨ଟି ଦଳ ମଧ୍ୟ ପ୍ରସ୍ତୁତ ରହିଥିଲେ। ବର୍ଷା, ପବନ ଯୋଗୁ ଧାନ ଓ ପନିପରିବା ନଷ୍ଟ ହେବା ଭୟରେ ଚାଷୀ ଚିନ୍ତାରେ ଥିବା ବେଳେ ବାସ୍ତବରେ ସେମାନଙ୍କ ଆଶଙ୍କା ସତରେ ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଁକୁ କଟକଣା: ଉପରଠାଉରିଆ ଭାବେ ଚାଲିଛି ଯାଞ୍ଚ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ସାରା ବିଶ୍ୱରେ କରୋନାର ଭୟାବହତାକୁ ନେଇ ସ୍ଥିତି ଖରାପ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରଶାସନିକ ଅଧିକାରୀମାନେ ନୂଆ ନିୟମ ଅନୁପାଳନ କରି ଏହାର ମୁକାବିଲା...

ରାସ୍ତାରୁ ଜବତ ହେଲା ଯୁବକଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ

କୋକସରା,୧।୯(ଡି.ଏନ.ଏ): କଳାହାଣ୍ଡି ଜିଲା ଆମପାଣି ଥାନା ଅଧୀନ ସାନ ପୋଡ଼ାଗୁଡା ପଞ୍ଚାୟତ କଲୋନୀପଡ଼ା ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେରୁ ଜଣେ ଯୁବକଙ୍କ ମୃତଦେହ ବୁଧବାର ରାତିରେ...

ବୋଣ୍ଡୋଗୁଡ଼ା ରତ୍ନପଥର ଖଣି ଉପରେ ମାଫିଆଙ୍କ ଦୃଷ୍ଟି

ଭବାନୀପାଟଣା, ୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଅନ୍ତର୍ଜାତିକ ବୋଣ୍ଡୋଗୁଡା ରତ୍ନପଥର ଖଣି ମାଫିଆଙ୍କ ଦୃଷ୍ଟି ପଡିଛି। ଜିଲାରେ କୋଟି କୋଟି ଟଙ୍କାର ରତ୍ନପଥର ଥିବା ବେଳେ ପ୍ରକ୍ରିୟାକରଣ...

ତୀର୍ଥ ପୁଷ୍କରିଣୀରେ ସ୍ନାନ ସାରି ଶ୍ରୀକ୍ଷେତ୍ର ପରିକ୍ରମା କଲେ ସାଧୁସନ୍ଥ

ପୁରୀ ଅଫିସ,୧୭।୧୧: ମାର୍ଗଶୀର ଶୁକ୍ଳ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମାର ବିଧି ରହିଛି। ଏହି ପରିକ୍ରମା ଶ୍ରୀଚୈତନ୍ୟଙ୍କ ସମୟରୁ ଆରମ୍ଭ ହୋଇଛ। କାର୍ତ୍ତିକ...

ଓଡ଼ିଶାରେ ୧୮ରୁ ୪୪ ବୟସ୍କଙ୍କୁ ମିଳିବ ମାଗଣା ଟିକା

ଭୁବନେଶ୍ୱର,୨୫ା୪: ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମେ’ ୧ ତାରିଖରେ...

ଏମ୍‌ଏଲ୍‌ଏ ଲ୍ୟାଡ୍‌ ଖର୍ଚ୍ଚକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ପି ଲ୍ୟାଡ୍‌) ମନ୍ଦିର ମରାମତି, ରକ୍ଷଣାବେକ୍ଷଣ କିମ୍ବା ମନ୍ଦିର ଜାଗାରେ କୌଣସି ପ୍ରକାର ନିର୍ମାଣରେ ଖର୍ଚ୍ଚ କରାଯାଇପାରିବ ନାହିଁ।...

୧୦ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ...

ବଟନଦୀରେ ମାଛ ମରିବା ଘଟଣା: ନଦୀପଥ ଅବରୋଧ, ପ୍ରଦୂଷଣ ଯୋଗୁ ଏପରି ଘଟୁଛି

ପାରାଦୀପ,୨ା୨(ସ୍ବ.ପ୍ର.): ପାରାଦୀପର ବାଲିଝରା ବସ୍ତି ନିକଟସ୍ଥ ବଟନଦୀରେ ୨୦୨୨ ଡିସେମ୍ବର ୩୧ରେ ବହୁ ମାଛ ମରି ଭାସିଥିଲେ। ଶୀତ ଋତୁରେ ଏପରି ମାଛ ମଡ଼କ ପ୍ରଥମ...

Advertisement
Archives

Model This Week