ବୁଲୁଥିବା ଲୋକଙ୍କୁ ଇ-ଚାଲାଣ, ପୋଲିସର ମୃଦୁ ଲାଠି ଚାଳନା

ବ୍ରହ୍ମପୁର ଅଫିସ,୨୬ା୩-କରୋନାର ମୁକାବିଲା ତଥା ସଂକ୍ରମଣକୁ ରୋକିବା ନେଇ ଜାରି ହୋଇଥିବା ଲକ୍‌ଡାଉନ୍‌ର ପଞ୍ଚମ ଦିନରେ ବ୍ରହ୍ମପୁରରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିଲା। ବାରମ୍ବାର ସଚେତନତା ସତ୍ତ୍ୱେ ସହରବାସୀ ଘରୁ ବାହାରୁଥିବା ଦେଖିବାକୁ ମିଳୁଛି। ଗୁରୁବାର ପୋଲିସ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରଶାସନ ପକ୍ଷରୁ ସକାଳ ୭ ଟାରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦ୍ଦେଶନାମା ରହିଛି। ତେବେ ଏହି ସମୟରେ ଅନେକ ଲୋକ ସାମଗ୍ରୀ ନେବା ଆଳରେ ଅଯଥାରେ ବୁଲୁଥିବା ଦେଖିବାକୁ ମିଳୁଛି। ଅଯଥାରେ ବୁଲୁଥିବା ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଗୁରୁବାର ସକାଳ ୮ଟାରୁ ପୋଲିସ ବିଭିନ୍ନ ଛକରେ ଯାଞ୍ଚ କରିଥିଲା। ନୂଆ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଯାଞ୍ଚ ବେଳେ ଅଯଥାରେ ବୁଲୁଥିବା କେତେଜଣ ଲୋକଙ୍କୁ ପୋଲିସ ମୃଦୁ ଲାଠି ଚାଳନା କରିଥିବା ଦେଖିବାକୁ ମିଳୁଥିଲା। ସେହିପରି ସକାଳୁ ଗେଟବଜାର, ଅର୍ନ୍ନପୂର୍ଣ୍ଣା ମାର୍କେଟ, ଏସ୍‌ଏନ୍‌ଟି ରୋଡକୁ ପ୍ରମୁଖ ସ୍ଥାନକୁ ମଧ୍ୟ ପୋଲିସ ପକ୍ଷରୁ ବ୍ଲକିଂ କରାଯାଇଥିଲା । ଲକ୍‌ ଡାଉନ୍‌କୁ ଅବମାନନା କରୁଥିବା କିଛି ଲୋକଙ୍କ ଉପରେ ଇ-ଚାଲାଣ କାଟିଥିବା ମଧ୍ୟ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନବିକତା ନ ଭୁଲିବାକୁ ପୋଲିସକୁ ପରାମର୍ଶ ଦେଲେ ଏସ୍‌ପି

ଦେବଗଡ,୨୬ା୪(ଡି.ଏନ.ଏ.): ଦେବଗଡ ଆଦର୍ଶ ଥାନା ପରିସରରେ ରବିବାର ଏସ୍‌ପି ରାହୁଲ ଜୈନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଲକ୍‌ ଡାଉନ୍‌, ସାମାଜିକ ଦୂରତ୍ୱ ଏବଂ ମାସ୍କ...

ଇତିହାସ ଅଧ୍ୟାପକ ପରୀକ୍ଷା ବାତିଲ୍‌ କଲେ ହାଇକୋର୍ଟ: ସାନି ପରୀକ୍ଷା ପାଇଁ ଆଦେଶ

କଟକ ଅଫିସ, ୧୯।୧୨ : ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକ ନିମନ୍ତେ ୮୧ଟି ଇତିହାସ ଅଧ୍ୟାପକ ପଦବୀ ପାଇଁ ଗତ ମାର୍ଚ୍ଚ ୧୦ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ...

ରାଜ୍ୟରେ ଖସିଛି, ଜାତୀୟସ୍ତରରେ ଉଠିଛି

ଅନୁଗୋଳ ଅଫିସ, ୨୨ା୮ ସ୍ବଚ୍ଛ ସର୍ବେକ୍ଷଣରେ ରାଜ୍ୟରେ ପଛେଇ ଯାଇଛି ଅନୁଗୋଳ ପୌରପାଳିକା। ଗତବର୍ଷ ମିଳିଥିବା ରାଜ୍ୟର ୧ନଂ. ସ୍ଥାନରୁ ଏହା ଖସିଆସିଛି ୯ମକୁ। ହେଲେ...

କରୋନା ଜନିତ ମୃତ୍ୟୁ: ସରକାରଙ୍କ ତତ୍ତ୍ୱାବଧାନରେ ହେବ ମୃତଦେହ ସତ୍କାର

ଭୁବନେଶ୍ୱର, ୮।୪(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ନେଇ ରାଜ୍ୟ ସରକାର ବଡ଼ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କର ଯଦି...

୧୯ ହଜାର ଟପିଲା କରୋନା ମୃତ୍ୟୁ

ପ୍ୟାରିସ୍‌/ମାଡ୍ରିଡ,୨୬ା୩: କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୯,୭୪୮ରେ ପହଞ୍ଚତ୍ଛି। ଡିସେମ୍ବରରେ ଚାଇନାରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ବର୍ତ୍ତମାନ ସୁଦ୍ଧା ୧୯୬ ଦେଶକୁ ବ୍ୟାପିଲାଣି ଓ...

ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଡାଏଲେସିସ୍‌ ମେଶିନ ସ୍ଥାପନ ଦାବି, ଜିଲାପାଳଙ୍କୁ ଭେଟିଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍‌,୨୨।୮- ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଡାଏଲେସିସ୍‌ ମେଶିନ ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ତାହା ସ୍ଥାପନ କରାଯାଇ...

ଗଛ ଉପରେ ବସି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି ପିଲା: ଭିଡିଓ ଭାଇରାଲ

ମୁମ୍ବାଇ,୧୮।୮: କରୋନା ଲକ୍‌ଡାଉନ ଯୋଗୁ ଦେଶରେ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପିଲାଙ୍କ ଭବିଷତ୍ୟକୁ ନଜରରେ ରଖି ଅନ୍‌ଲାଇନରେ ପାଠ ପଢ଼ାଇବାକୁ...

କରୋନା ପାଇଁ କମିଲା ବିଏମ୍‌ସିର ରାଜସ୍ବ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଲକ୍ଷ୍ୟ ଅପେକ୍ଷାକୃତ ହ୍ରାସ ପାଇଛି। ବିଏମ୍‌ସି ୨୦୧୯-୨୦ ଆର୍ଥିକ ବର୍ଷ...

Coronavirus Update


Archives

Model This Week

Why Dharitri