ବୁଲିପାରିଲେନି ବୋଲି କାଠରେ ତିଆରି କଲେ ବିସ୍ମୟ

ଭୁବନେଶ୍ୱର,୩ା୩(ବ୍ୟୁରୋ): ପିଲାବେଳୁ ସ୍ବପ୍ନ ଥିଲା ପ୍ୟାରିସ୍‌ର ଏଫିଲ୍‌ ଟାଓ୍ବାର ଥରେ ଦେଖିବା, ଆଗ୍ରାର ତାଜମହଲ ଆଗରେ ଫଟୋ ଉଠାଇବା, ଆଉ ଇଜିପ୍ଟର ପିରାମିଡ୍‌ ବୁଲିବା। ହେଲେ ଗରିବ ପରିବାରରେ ଜନ୍ମ ହୋଇଥିବାରୁ ଏହି ସ୍ବପ୍ନ ସ୍ବପ୍ନ ହୋଇ ରହିଗଲା। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଅଧାରୁ ପାଠ ଛାଡ଼ିବାକୁ ପଡ଼ିଥିଲା ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ଅରୁଣ ସାହୁଙ୍କୁ। ନିଜ ସ୍ବପ୍ନ ପୂରଣ ହୋଇପାରି ନ ଥିଲେ ମଧ୍ୟ ସେହିସବୁ ସ୍ଥାନର ପ୍ରତିକୃତିକୁ ନିର୍ମାଣ କରିବାକୁ ସେ ସ୍ଥିର କରିଥିଲେ। ବାପା ଜଣେ କାଠ କାରିଗର। ତେଣୁ ପିଲାବେଳୁ କାଠ କାମ ସହ ଜଡ଼ିତ ଥିଲେ ଅରୁଣ। ଫଳରେ ସେ କାଠକୁ ଖୋଦେଇ କରି ସୃଷ୍ଟି କରିଛନ୍ତି ବିସ୍ମୟ। ଆଜି ତାଙ୍କ ଦ୍ୱାରା ନିର୍ମିତ ତାଜମହଲ, ପ୍ରସିଦ୍ଧ ପିରାମିଡ୍‌, ଏଫିଲ୍‌ ଟାଓ୍ବାର ଦେଖଣାହାରିଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କ ନିଖୁଣ କାରିଗରି ଓ ହାତର ଯାଦୁରେ ସ୍ବପ୍ନ ନେଇଛି ବାସ୍ତବ ରୂପ। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ଅରୁଣଙ୍କ କାରିଗରି ଦେଖିବାକୁ ପ୍ରବଳ ଭିଡ଼ ଜମୁଛି।
ଅରୁଣଙ୍କ ବାପା କାଠରେ ବିଭିନ୍ନ ଘରୋଇ ଆସବାବପତ୍ର ପ୍ରସ୍ତୁତ କରୁଥିବାବେଳେ ଅରୁଣ କିନ୍ତୁ କିଛି ଭିନ୍ନ କରିବାକୁ ଚାହିଁଥିଲେ। ଅରୁଣଙ୍କ ଦ୍ୱାରା ନିର୍ମିତ ଓଡ଼ିଶା ବିଧାନସୌଧ, ଧଉଳି ଶାନ୍ତିସ୍ତୂପ, ଦିଲ୍ଲୀର ଇଣ୍ଡିଆ ଗେଟ୍‌, ବମ୍ବେର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆ ଆଦିର ନିଖୁଣ କଳାକୃତିକୁ ଦେଖିଲେ ଏହା ପ୍ରତିକୃତି ନୁହେଁ ବରଂ ସତ ମନେହେଉଛି। ଆଗାମୀଦିନରେ କାଠରେ ସେ ଭାରତର ପାର୍ଲାମେଣ୍ଟ ହାଉସ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଖୁବ୍‌ଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ ବୋଲି ଅରୁଣ କହିଛନ୍ତି।
ଅରୁଣଙ୍କୁ ନିଜ କାରିଗରିର ରହସ୍ୟ ସମ୍ପର୍କରେ ପଚାରିବାରେ ସେ କହିଥିଲେ, ଏହି ସବୁ ସ୍ଥାନ ବୁଲିବା ପିଲାବେଳୁ ମୋର ସ୍ବପ୍ନ ଥିଲା। ହେଲେ ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଯୁକ୍ତ ୨ ପରେ ଆଉ ପାଠ ପଢିପାରି ନ ଥିଲି। ତେଣୁ ଏସବୁ ସ୍ଥାନ ବୁଲିବି ବୋଲି ଆଶା ଛାଡିଦେଲି। ହେଲେ ନିଜେ ଦେଖିବା ପାଇଁ କାଠରେ ସବୁର ମିନିଏଚର୍‌ କଲି। ସମସ୍ତେ ଭଲ କହିବାରୁ ଏବେ ନୂଆ ନୂଆ ଡିଜାଇନ୍‌ କରୁଛି। ବାଘ ନ ଦେଖିଲେ ବିଲେଇ ଦେଖ ଭଳି ଏହା ମୋ ସ୍ବପ୍ନକୁ ବାସ୍ତବ ରୂପ ଦେଇଛି। ଏବେ କାଠରେ ସମସ୍ତ ବିଶ୍ୱ ଐତିହ୍ୟସ୍ଥଳୀ ଏବଂ ସପ୍ତାଶ୍ଚର୍ଯ୍ୟର ପ୍ରତିକୃତି ନିର୍ମାଣ କରି ଭୁବନେଶ୍ୱରରେ ଏକ ମ୍ୟୁଜିୟମ୍‌ କରିବାକୁ ଭାବୁଛି। ଯଦି ସରକାରଙ୍କଠାରୁ ଆର୍ଥିକ ସହାୟତା ମିଳନ୍ତା, ତାହେଲେ ମ୍ୟୁଜିୟମ୍‌ ସ୍ବପ୍ନ ପୂରଣ ହୁଅନ୍ତା। ରାଜ୍ୟ ଏବଂ ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ତାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟନ୍ତା।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

କଲେଜରେ ୭ ଘଣ୍ଟା କାର୍ଯ୍ୟ କରିବା ନିୟମକୁ ଅଧ୍ୟାପକଙ୍କ ପରୋକ୍ଷ ବିରୋଧ: ପ୍ରଥମେ ଭିତ୍ତିଭୂମି ସଜାଡ଼, ପରେ ନିୟମ କଲେ ଦ୍ୱିଧା ନାହିଁ

ଭୁବନେଶ୍ୱର,୮।୭(ବ୍ୟୁରୋ): ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ନିୟମିତ ଅଧ୍ୟାପକମାନେ କଲେଜରେ ଛଅ ଘଣ୍ଟା ବଦଳରେ ୭ଘଣ୍ଟା ରହିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ପରେ...

ସରିଲା କ୍ୟାବିନେଟ୍‌ ବୈଠକ: ୪ଟି ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଓଡ଼ିଶା ସରକାରଙ୍କ କ୍ୟାବିନେଟ ବୈଠକ ବସିଛି। ପୂର୍ବାହ୍ନ ୯ଟା ୪୫ରେ ଲୋକସେବା ଭବନରେ ଏହି ବୈଠକରେ ୪ଟି...

ପଞ୍ଚାୟତ ହାତରେ ଭିତ୍ତିଭୂମି ଦାୟିତ୍ୱ

ଭୁବନେଶ୍ୱର,୩ା୩(ବ୍ୟୁରୋ): ଗ୍ରାମାଞ୍ଚଳରେ ଥିବା ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର କୋଠା ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା କରାଯିବ। ପ୍ରାଥମିକ...

ଘାରିଛି ହେଲ୍‌ମେଟ୍‌ ଭୟ: ବଢ଼ିଛି ବ୍ୟବସାୟ

କଟକ ଅଫିସ,୧୦।୯: ନିଦ ହଜାଇ ସାରିଲାଣି ମୋଟର ଯାନ ଆଇନ-୨୦୧୯। ନିୟମ ଉଲ୍ଲଂଘନ କରି ଯାତାୟତ କରୁଥିବା ବାଇକ ଚାଳକମାନେ ଏବେ ଟ୍ରାଫିକ ପୋଲିସକୁ ଦେଖି...

ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଗିରଫ ହେଲେ କଲେଜ ଅଧ୍ୟକ୍ଷ

ହାଟଡିହୀ,୧୧l୧(ଡି.ଏନ.ଏ.): ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ବଉଳା କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖମୁରାଇଙ୍କୁ ମଙ୍ଗଳବାର...

ଶତାଧିକ ଅଦିବାସୀଙ୍କ ନାମରେ ବ୍ୟାଙ୍କରୁ ଋଣ ଠକେଇ

ମାଲକାନଗିରି,୩ା୩ (ଡି.ଏନ.ଏ.) ମାଲକାନଗିରି ଜିଲାରେ ଦିନକୁ ଦିନ ଠକ ଏବଂ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସେମାନେ ଜିଲାର ଆଦିବାସୀଙ୍କୁ ଟର୍ଗେଟ୍‌ କରୁଛନ୍ତି। ନିରୀହ ସରଳ...

ଗାଁରେ ରହୁନି ନେଟ୍‌ୱର୍କ

କେନ୍ଦୁଝର, ୨।୨: (ସ୍ବ.ପ୍ର.) କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତ ଅଞ୍ଚଳରେ ମୋବାଇଲ ନେଟୱର୍କ ସୁବିଧା ନ ଥିବାରୁ ଛାତ୍ରୀଛାତ୍ରମାନେ ପାଠପଢାରୁ ବଞ୍ଚିତ...

ବୀରମିତ୍ରପୁର ଥାନା ନାବାଳିକା ବଳାତ୍କାର, ଗର୍ଭପାତ ଘଟଣା: ପାଚେରି ଡେଇଁ ପୀଡ଼ିତା ନାବାଳିକା ଫେରାର

ସୁନ୍ଦରଗଡ଼,୨୪ା୧୦(ଡି.ଏନ.ଏ.)-ଗତ ଜୁନ୍‌ ମାସରେ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଘଟିଥିବା ନାବାଳିକା ବଳାତ୍କାର ଓ ଗର୍ଭପାତ ଘଟଣା ନୂଆ ମୋଡ଼ ନେଇଛି ା ଏହି ଘଟଣା...

Advertisement
Archives

Model This Week