ବୁରୁଧ୍‌ ଉପରେ ୨ ଦିବ୍ୟାଙ୍ଗ ଝି’ର ବୋଝ୍‌

ଲୋଇସିଂହା, ୮।୭(ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗାଁର ବୁରୁଧ୍‌ ଅମର ଭୋଇ(୯୦)। ମାଏକିନାର ମୁରତୁ ଉତାରୁ ଦୁଇ ଦିବ୍ୟାଙ୍ଗ ଝି’କେ ନେଇ ତାକର ସଁସାର। ଏହେଦେ ବୁରୁଧ୍‌ ଅମର ଜୀବନ୍‌ର ଶେଷ୍‌ ମୁଡ଼ସାକେ ପୁହୁଁଚି ସାରିଛନ୍‌। ଇଆଡ଼େ ରହିବାକେ ଭଲ ଘରଖଁଡ଼େ ନାଇଁ କି ଖାଏବାକେ ଦାନା ନାଇଁ। ଏନ୍‌ତାଥି ବୁରୁଧ୍‌ ଅମର ଚିନ୍‌ତାରେ ପଡ଼ିଯାଇଛନ୍‌ ଯେ, ତାକର ମୁରତୁ ଉତାରୁ ଦୁଇ ଦିବ୍ୟାଙ୍ଗ ଝି’ କାଣା କରବେ।
ସୂଚନା ଅନ୍‌ସାରେ ବାଦିବାହାଲ ପଁଚେତ୍‌ ସଦର ଗାଁ ବେହେରା ପଡ଼ାରେ ବୁରୁଧ୍‌ ଅମରକଁର ଘର। ପରିବାର କହେଲେ ଏହେଦେ ଦୁଇ ଦିବ୍ୟାଙ୍ଗ ଝି’ ଚାର(୪୫) ଆର ସୁଦ୍ରା(୪୦)କୁଁ ନେଇ ତାକର ସଁସାର। ଆଏଜ୍‌କେ ୧୫ ବଛର ତଲେ ଅମରକଁର ମାଏକିନା ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ଦୁଇ ଦିବ୍ୟାଙ୍ଗ ଝି’ର ସୁରକ୍ଷା ଆର ଭବିଷତ୍‌ ଚିନ୍‌ତାରେ ହରମେଶା ବୁରୁଧ୍‌ ଅମର ଘାରି ହେଉଛନ୍‌। ଇଆଡ଼େ ଅମର ଅଧାରର ହେଲାରୁ ଆର କାମ୍‌ବୁତା ନାଇଁ କରିପାରବାର। ସେନ୍‌ତା ଗାଁରେ ଦିବ୍ୟାଙ୍ଗ ଝି’ମାନକୁ ବି କେହି କୁଲିମଜୁରିର ଲାଗି ନାଇଁ ଡାକ୍‌ବାର। ଅମରକଁର ଜମିବାଡ଼ି ବଲି ବିଶେଷ କିଛି ନାଇଁ। ପଁଚେତ୍‌ରୁ ମାସିକ ମିଲୁଥିବାର ୧୫ କେ.ଜି. ଚାଉଲ ଆର ଅମର ପାଉଥିବାର ୫ଶହ ଟଁକା ବୁଢ଼ାବୁଢ଼ି ଭତା ପରିବାରର ସାହାଭରସା। ହେଲେ ଏତ୍‌କିରେ ମାସେ ଚଲବାରେ ନିଅଁଟ ହେଉଛେ। ମାସର ବାକି ଦିନ୍‌ ପରିବାରଟା ମାଗିଯାଚି ଚଲୁଥିବାର ବୁରୁଧ୍‌ ଅମର କହିଛନ୍‌। ପକାଘର ତାଲିକାରେ ଅମରକଁର ନଁା ରହିଛେ। ହେଲେ ତାଲିକାରେ ତଲେ ଥିବାର ଲୋକ୍‌ ଘର ପାଇଥିଲାବେଲେ ଅମର ବଁଚିତ୍‌ ହେଇଥିବାର ଅଭିଯୋଗ କରିଛନ୍‌। ଇ ଦୁଖି ପରିବାରଟା ପକାଘର ଯୋଜନାରୁ ବାଦ୍‌ ପଡ଼ଲାରୁ ଗାଁବାସୀକର ଭିତରେ ଅସନ୍‌ତୋଷ ଦେଖାଦେଇଥିଲା। ଇତାର ପରେ ପଁଚେତ୍‌ କତୁରପକ୍ଷ ଦରକାରି କାଗଜ୍‌ପତର ମାଗିଥିବାର ବୁରୁଧ୍‌ ଅମର କହିଛନ୍‌। ଏହେଦେ ବରଷାରେ ଘରେ ଦରୋ ଦରୋ ପାଏନ୍‌ ଗଲୁଥିବାର ଲାଗି ପରିବାରଟା ବଡ଼ଭାରି ଅସ୍‌ବିଧାର ସାମନା କରୁଛନ୍‌। ଇଆଡ଼େ ଚାର ଆର ସୁଦ୍ରା ଦିବ୍ୟାଙ୍ଗ ଭତାର ଲାଗି ବାରବାର ବ୍ଲକ ପରଶାସନକେ ଗୁହାରି କରିଆସୁଛନ୍‌। ହେଲେ ଭିନ୍ନକ୍ଷମ ପରମାନପତର ଅଭାବୁ ଦୁଇ ବହେନ୍‌ ଭତାରୁ ବଁଚିତ୍‌ ହେଇଥିବାର ଝନେ ପଡ଼ିଶା କହିଛନ୍‌। ଏଭେ ଦିନାକେତେ ତଲେ ବ୍ଲକରେ ହେଇଥିବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକେ ଯାଇ ଦୁଇ ବହେନ୍‌କୁ ନିରାଶ ହେଇଛନ୍‌। ଇ ଦୁଖି ପରିବାରକେ ଥାନୀୟ ପରଶାସନ ଦୁରୁଷ୍‌ଟି ଦେଇ ଅତିକମ୍‌ରେ ୩୫ କେ.ଜି. ଚାଉଲ, ଦୁଇ ବହେନ୍‌କୁ ଭିନ୍ନକ୍ଷମ ଭତା ଆର କେହେନ୍‌ସି ବି ଆବାସ ଯୋଜନାରେ ଗୁଟେ ପକାଘର ଯୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହୋଲିରେ ଦୁର୍ଘଟଣା: ୨ ଜୀବନ ଗଲା

ସମ୍ବଲପୁର,୩୧ା୩(ବ୍ୟୁରୋ): ସମ୍ବଲପୁର ଜିଲାରେ ହୋଲିରେ ଏକ ଅଘଟଣ ଘଟିଛି। ଶାସନ ଥାନା ନୂଅଁାମୁଣ୍ଡା ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଜୀବନ ଯାଇଛି।...

ଘରୁ ଜବତ ହେଲା ବାର୍‌ହା ମାଂସ, ଗିରଫ ହେଲେ ୩ ଶିକାରୀ

ନାକଟିଦେଉଳ,୫ା୭(ଡି.ଏନ୍‌.ଏ.): ନାକଟିଦେଉଳ ବନାଞ୍ଚଳ ପକ୍ଷରୁ ଚଢାଉ କରାଯାଇ ଗୋଟିଏ ଦେଶୀ ବନ୍ଧୁକ ସହ ୩ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନାକଟିଦେଉଳ ଥାନା ଜଗନ୍ନାଥପ୍ରସାଦ...

ଜଳୁଛି କଳାହାଣ୍ଡି : ୪୪.୫ ଡିଗ୍ରୀ ତାପମାତ୍ରା, ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୭ା୫(ଡି.ଏନ୍‌.ଏ.): ସାରା ରାଜ୍ୟ ପ୍ରବଳ ଗ୍ରୀଷ୍ମତାପରେ ଜଳୁଥିବାବେଳେ ଭବାନୀପାଟଣାରେ ତାପମାତ୍ରା ୪୪.୫ ଡିଗ୍ରୀ ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା...

ପ୍ରଶ୍ନପତ୍ର ଲିକ୍‌, ଏଜୁକେଶନ ଅନର୍ସ ପରୀକ୍ଷା ବାତିଲ

ସମ୍ବଲପୁର,୧୪ା୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ପରୀକ୍ଷା ବାତିଲ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟର +୩...

‘ଖୁବ୍‌ଶୀଘ୍ର ଆଉ ୩ ମେଡିକାଲ କଲେଜ’

ଭୁବନେଶ୍ୱର/ସମ୍ବଲପୁର/,୮।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ସୁନ୍ଦରଗଡ଼, ପୁରୀ ଓ ତାଳଚେରରେ ମେଡିକାଲ କଲେଜ ସ୍ଥାପନ କରିବାକୁ ରାଜ୍ୟ ସରକାର...

ମହାନଦୀରେ ଭାସିଗଲେ ବାପ, ପୁଅ, ଝିଅ

ସମ୍ବଲପୁର ଅଫିସ,୪।୧୦: ସମ୍ବଲପୁର ଜିଲା ଦଲେଇଗଡ଼ା ମହାନଦୀ ଘାଟରେ ସୋମବାର ଏକ ଅଘଟଣ ଘଟିଛି। ଗାଧୋଇବାକୁ ଯାଇ ବାପ, ପୁଅ ଓ ଝିଅ ଭାସି ଯାଇଛନ୍ତି।...

ହୀରାକୁଦ ନିଷିଦ୍ଧାଞ୍ଚଳରେ ଯୁବତୀଯୁବକ

ସମ୍ବଲପୁର,୩୦।୧୨ (ବ୍ୟୁରୋ): ସମ୍ବଲପୁର ହୀରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳରେ କେତେକ ଯୁବତୀଯୁବକ ଚଳପ୍ରଚଳ କରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେମାନେ ସେଲ୍ଫି ନେବା ସହ ଫଟୋ...

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପ୍ରସ୍ତୁତି, ଅଂଶଗ୍ରହଣକରିବେ ୩୨ ପରେଡ ଦଳ

ଅମରପାଲି, ୨୩।୭(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରସ୍ଥିତ ମୈତ୍ରିସଦନଠାରେ ସୋମବାର ଅପରାହ୍ନରେ ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଉପଜିଲାପାଳ ସୁବ୍ରତ...

Advertisement
Archives

Model This Week