Posted inଖେଳ

ବୁମ୍‌ରା, ମନ୍ଧାନାଙ୍କୁ ପୁରସ୍କାର

ବେଙ୍ଗାଲୁରୁ,୨୬ା୧୦(ପି.ଟି.)- ଓ୍ବିଜ୍‌ଡେନ୍‌ ଇଣ୍ଡିଆ ଅଲ୍‌ମାନାକ୍‌ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି। ୫ଜଣ ବିଜେତାଙ୍କ ମଧ୍ୟରେ ଭାରତର ଦୁଇଜଣ ପ୍ରିମିୟର ସ୍ପିଡ୍‌ଷ୍ଟର ଯଶପ୍ରୀତ୍‌ ବୁମ୍‌ରା ଏବଂ ବ୍ୟାଟ୍ସଓମ୍ୟାନ ସ୍ମୃତି ମନ୍ଧାନା ରହିଛନ୍ତି। ଏସିଆର ଅନ୍ୟ ବିଜେତାମାନେ ହେଲେ ପାକିସ୍ତାନର ଫଖର ଜମାନ, ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ ଏବଂ ଆଫଗାନିସ୍ତାନର ରଶିଦ୍‌ ଖାଁ। ୨୦୧୯ ଏବଂ ୨୦୨୦ ପାଇଁ ବାର୍ଷିକ କ୍ରିକେଟ ପବ୍ଲିକେଶନର ୯ମ ସଂସ୍କରଣରେ ମୟଙ୍କ ଅଗ୍ରଓ୍ବାଲଙ୍କ ଉପରେ ଏକ ଲେଖା ପ୍ରକାଶ ପାଇଛି। ଘରୋଇ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଦ୍ୱାରା ଏହି ଖେଳାଳି କିପରି ଟେଷ୍ଟ ଦଳରେ ସ୍ଥାନ ପାଇଲେ ତାହା ଏଥିରେ ବର୍ଣ୍ଣନା କରାଯାଇଛି। ମିଥାଲି ରାଜ ଏବଂ ଦୀପ୍ତି ଶର୍ମାଙ୍କ ପରେ ‘କ୍ରିକେଟର ଅଫ୍‌ ଦି ଇୟର’ ପୁରସ୍କାର ଜିତିବାରେ ମନ୍ଧାନା ତୃତୀୟ ମହିଳା ଖେଳାଳି। ଷ୍ଟଲଓ୍ବାର୍ଟ ଗୁଣ୍ଡାପ୍ପା ବିଶ୍ୱନାଥ ଏବଂ ଲାଲା ଅମରନାଥଙ୍କୁ ଇଣ୍ଡିଆ ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆ କପ୍‌ରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ, ରୋମାଞ୍ଚକର ମୁକାବିଲାରେ ଜାପାନ ୨-୧ରେ ପରାଜିତ …

ଜାକର୍ତ୍ତା, ୨୮।୫ : ଏସିଆ କପ୍‌ ହକିରେ ଭାରତ ଜାପାନକୁ ୨-୧ ଗୋଲରେ ପରାଜିତ କରିଛି। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଖେଳାଯାଉଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତ...

ଚତୁର୍ଥ ରାଉଣ୍ଡରେ ଫେଡରର, ଜୋକୋଭିଚ୍‌, ସିଲିକ

ମେଲବୋର୍ନ, ୨୫।୧(ଏଏଫପି)- ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସରେ ଶୁକ୍ରବାର ସିଡେଡ ଖେଳାଳିମାନେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସୁଇଜରଲାଣ୍ଡର ଅଭିଜ୍ଞ ଖେଳାଳି ତୃତୀୟ ସିଡ୍‌ ରୋଜର...

କୋଲକାତାକୁ ଜିତାଇ ଦେଲା ରାହୁଲଙ୍କ ଛକା

ଶାରଜା,୧୩।୧୦: ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପୁଣି ଥରେ ଠିକଣା ସମୟରେ ତାର ପୁରୁଣା ତ୍ରୁଟି ଦୋହରାଇଛି। ଖରାପ ଶଟ୍‌ ଚୟନ, ମିସ ଫିଲ୍ଡିଂ...

ଟ୍ରେନିଂ କ୍ୟାମ୍ପ ସ୍ଥଗିତ କଲା ଆରସିବି

ନୂଆଦିଲ୍ଲୀ,୧୬।୩- କରୋନା ଭାଇରସର ଭୟବହତା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତା’ର ଟ୍ରେନିଂ କ୍ୟାମ୍ପକୁ ସ୍ଥଗିତ ରଖିଛି। ଏହା...

୨୦୨୨ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: କଳିଙ୍ଗରେ ଭାରତ-କାତାର ମ୍ୟାଚ ସମ୍ଭାବନା

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି): ଭାରତର ଅଘୋଷିତ କ୍ରୀଡ଼ା ରାଜଧାନୀଭାବେ ବିବେଚିତ ହେଉଥିବା ଭୁବନେଶ୍ୱରକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଡ଼ ମ୍ୟାଚ। ବିଶ୍ୱସ୍ତରୀୟ କ୍ରୀଡ଼ା...

ଭାରତ ବିପକ୍ଷ ଇଂଲଣ୍ଡର ଘରୋଇ ଟେଷ୍ଟ ସିରିଜରେ ଦର୍ଶକ ସାମିଲ ହେବେ

ଲଣ୍ଡନ,୧୯।୧୧(ପି.ଟି.): ୨୦୨୧ରେ ଏକ ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦର୍ଶକ ସାମିଲ ହେବାର ଯଥେଷ୍ଟ...

ସଫଳ ହେଲା ଅମ୍ବାନୀ ପରିବାରର କଳା ଯାଦୁ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣରେ ଲଗାତାର ଦ୍ୱିତୀୟ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ୍‌ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ବିକେଟରେ ପରାସ୍ତ...

ଖେଳରତ୍ନ ସୁପାରିସ ନେଇ ଖୁସି ଜାହିର କଲେ ରାଣୀ

ବେଙ୍ଗାଲୁରୁ, ୩।୬ (ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ହକି ଇଣ୍ଡିଆ ଭାରତୀୟ ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ...

Advertisement
Archives

Model This Week