Posted inଖେଳ

ବିସିସିଆଇ ପୁରସ୍କାର: ଆକର୍ଷଣରେ ବୁମ୍‌ରା

ମୁମ୍ବାଇ, ୧୩।୧(ପି.ଟି.)- ୨୦୧୮-୧୯ ସିଜନରେ ଚମତ୍କାର ପ୍ରଦର୍ଶନର ପୁରସ୍କାର ପାଇଛନ୍ତି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା। ରବିବାର ବିସିସିଆଇ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ସେ ସମ୍ମାନଜନକ ପଲି ଉମ୍ରିଗର ଓ ଦିଲୀପ ସରଦେଶାଇ ପୁରସ୍କାର ହାସଲ କରିଛନ୍ତି। ଶ୍ରେଷ୍ଠ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟରଭାବେ ସେ ପଲି ଉମ୍ରିଗର ପୁରସ୍କାର ଭାବରେ ୧୫ ଲକ୍ଷ ଟଙ୍କା ପାଇଛନ୍ତି। ସେହିପରି ସର୍ବାଧିକ ଉଇକେଟ ହାସଲକାରୀଭାବେ ସେ ଦିଲୀପ ସରଦେଶାଇ ପୁରସ୍କାର ଜିତିଛନ୍ତି। ସେ ୬ଟି ମ୍ୟାଚରେ ୩୪ଟି ଉଇକେଟ ହାସଲ କରିଥିଲେ। ଏହା ମଧ୍ୟରେ ୩ ଥର ୫ ଉଇକେଟ ସଫଳତା ରହିଥିଲା। ୮ ମ୍ୟାଚରେ ୩ ଶତକ ଓ ୨ ଅର୍ଦ୍ଧଶତକ ସହ ୬୭୭ ରନ କରିଥିବା ଚେତେଶ୍ୱର ପୂଜାରା ମଧ୍ୟ ଦିଲୀପ ସରଦେଶାଇ ପୁରସ୍କାର ପାଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଓ ଅଞ୍ଜୁମ ଚୋପ୍ରାଙ୍କୁ ସିକେ ନାଇଡୁ ଲାଇଫ୍‌ଟାଇମ୍‌ ଆଚିଭ୍‌ଭେଣ୍ଟ ପୁରସ୍କାର ମିଳିଛି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର ଓଭର ଶେଷ ବଲରେ ଛକା ମାରି ଆୟର୍ଲାଣ୍ଡକୁ ଜିତାଇଲେ ଓବ୍ରେନ

ଗ୍ରେଟର ନୋଏଡା,୧୧।୩- ସୁପର ଓଭରର ଅନ୍ତିମ ବଲରେ କେଭିନ ଓବ୍ରେନଙ୍କ ଛକା ଯୋଗୁ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଆୟର୍ଲାଣ୍ଡ ସାନ୍ତ୍ୱନାମୂଳକ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୧୫୦୦ ମିଟର: ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଚିତ୍ରା ବାଦ୍‌

ଦୋହା, ୩।୧୦(ପି.ଟି.)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୫୦୦ ମିଟର ରେସ୍‌ର ହିଟ୍‌ରେ ଭାରତର ପି.ୟୁ. ଚିତ୍ରା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ...

ଖେଳରନ୍ନ ପାଇଁ ପ୍ରମୋଦଙ୍କ ନାମ ସୁପାରିସ

ଭୁବନେଶ୍ୱର, ୬।୭(କ୍ରୀଡ଼ା ପ୍ରତିନିଧି)-ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆଉ ୨ ଓଡ଼ିଆ ଖେଳାଳିଙ୍କ ନାମ ସୁପାରିସ...

ମାତ୍ର ୨୪ ମ୍ୟାଚ୍‌ରେ କୋହଲିଙ୍କୁ ପଛରେ ଛାଡ଼ିଲେ ଏହି ଖେଳାଳି

ଅହମ୍ମଦାବାଦ,୨୧।୩ : କ୍ୟାରିୟରର ୨୪ତମ ଟି୨୦ ମ୍ୟାଚ୍‌ରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ। ଅନ୍ତର୍ଜାତୀୟ...

ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍‌ ପ୍ରବୀଣ ଆମ୍ରେ

ନୂଆଦିଲ୍ଲୀ,୬।୧- ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ ଆମ୍ରେ ସହାୟକ କୋଚ୍‌ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହୋଇଛନ୍ତି। ଆଗାମୀ ଦୁଇ ଆଇପିଏଲ ସିଜନ ପାଇଁ...

ରନ୍‌ଆଉଟ୍‌ ହେବା ପରେ ସାଥୀ ଖେଳାଳିଙ୍କ ମୁହଁକୁ ଫୋପାଡିଲେ ବ୍ୟାଟ୍‌, ଆଉ ତା’ପରେ…

ୟୁଏଇ,୨୦।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ଆଜିକାଲି ୟୁଏଇରେ ଅଛନ୍ତି। ସେ ଷ୍ଟାର ସ୍ପୋର୍ଟସର କମେଣ୍ଟ ପ୍ୟାନେଲରେ...

ଧୋନୀଙ୍କ ଝିଅଙ୍କୁ ବଳାତ୍କାର ଧମକ ଦେଇଥିବା ନାବାଳକ ଧରାପଡିଲେ

ଗାନ୍ଧୀନଗର,୧୨।୧୦: ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏନେଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ପ୍ରଶଂସକ ରାଗି...

ସୈଫ୍‌ ହାସନଙ୍କୁ ଜରିମାନା

କୋଲକାତା,୨୯।୧୧(ପି.ଟି.)- ଭାରତରେ ଅଧିକ ସମୟ ରହିବାରୁ ବାଂଲାଦେଶ ଓପନର ସୈଫ ହାସନଙ୍କୁ ଜରିମାନ ଦେବାକୁ ପଡିଛି। ତାଙ୍କର ଭିଜା ଅବଧି ଶେଷ ହୋଇଥିଲେ ମଧ୍ୟ ସେ...

Advertisement
Archives

Model This Week