Posted inଖେଳ

ବିସିସିଆଇ ଏଜିଏମ୍‌: ୧୩ରେ ରାଜ୍ୟ ୟୁନିଟ୍‌ଗୁଡ଼ିକ ଏକାଠି ହେବେ

ପୁଣେ,୧୨।୧୦(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନୁବନ୍ଧିତ ଆସୋସିଏଶନ ଗୁଡିକ ରବିବାର ଏକ ଅନୌପଚାରିକ ବୈଠକରେ ଏକାଠି ହେବେ। ଏହି ବୈଠକରେ ଆସୋସିଏଶନଗୁଡିକ ସେମାନଙ୍କ ନୂଆ ପଦାଧିକାରୀଙ୍କ ନାମ ନେଇ ଅନ୍ତିମ ନିଷ୍ପତ୍ତି ନେବେ। ଏହି ବୈଠକରେ ପୂର୍ବତନ ଅଧିକାରୀମାନେ ମଧ୍ୟ ଯୋଗ ଦେବେ। ୨୩ ତାରିଖରେ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହେବା ପରେ ନୂଆ ପଦାଧିକାରୀମାନେ ଦାୟିତ୍ୱ ନେବେ। ତେବେ ବୋର୍ଡ ସଦସ୍ୟମାନେ ପାଦାଧୀକାରୀଙ୍କ ନାମ ନେଇ ନିଷ୍ପତ୍ତି ନେବାକୁ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଅନୁରାଗ ଠାକୁର ମତ ଦେଇଛନ୍ତି।
୫ଟି ରାଜ୍ୟ ୟୁନିଟ୍‌ ଯଥା, ତାମିଲନାଡୁ, ହରିୟାଣା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ମଣିପୁରକୁ ବିସିସିଆଇ ଏଜିଏମ୍‌କୁ ବାରଣ କରାଯାଇଛି। ଫଳରେ ଏହି ୟୁନିଟ୍‌ଗୁଡ଼ିକ କୋର୍ଟକୁ ଯିବା ନିଶ୍ଚିତ ମନେ ହେଉଛି। ତେବେ ଅନ୍ୟ ଆସୋସିଏଶନଗୁଡକ ଏଜିଏମ୍‌ ଶୀଘ୍ର ଅନୁଷ୍ଠିତ ହେଉ ଓ ଯେତେଶୀଘ୍ର ସମ୍ଭବ ପ୍ରଶାସକ କମିଟି (ସିଓଏ)ଠାରୁ ଦାୟିତ୍ୱ ନେବାକୁ ଚାହାନ୍ତି। ତେବେ ଏହି ଅନୌପଚାରିକ ବୈଠକରେ ପୂର୍ବତନ ବୋର୍ଡ ଅଧ୍ୟକ୍ଷ ତଥା ତାମିଲନାଡୁ ଷ୍ଟ୍ରଙ୍ଗମ୍ୟାନ ଏନ୍‌. ଶ୍ରୀନିବାସନ ଯୋଗ ଦେଉଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା। ଅକ୍ଟୋବର ୧୪ ତାରିଖ ସୋମବାର ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହୋଇଥିବାରୁ ରବିବାର ଏହି ବୈଠକ ଡକାଯାଇଛି।
ଗୁଜରାଟର ଜୟ ଶାହ, ପୂର୍ବତନ ଅଧିନାୟକ ତଥା କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ପୂର୍ବତନ ଟେଷ୍ଟ ଖେଳାଳି ଓ କର୍ନାଟକ ନୋମିନି ବ୍ରିଜେଶ ପଟେଲ ବିଭିନ୍ନ ପଦ ପାଇଁ ଦୌଡ଼ରେ ଆଗରେ ରହିଛନ୍ତି। ଅନ୍ୟ ସଦସ୍ୟଙ୍କ ତୁଳନାରେ ପଟେଲଙ୍କ ଅଭିଜ୍ଞତା ସବୁଠାରୁ ଅଧିକ। ସେହିପରି ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଲ ଓ ବରିଷ୍ଠ ଖବରଦାତା ତଥା ଦିଲ୍ଲୀ ଆସୋସିଏଶନ ଅଧ୍ୟକ୍ଷ ରଜତ ଶର୍ମା ମଧ୍ୟ ଦୌଡ଼ରେ ରହିଛନ୍ତି। କାର୍ଯ୍ୟକାରୀ ପଦ ପାଇଁ ବିଚାରକୁ ନିଆ ନ ଗଲେ ମଧ୍ୟ ଉତ୍ତରାପୂର୍ବାଞ୍ଚଳ ରାଜ୍ୟଗୁଡିକ ବିସିସିଆଇ ଅପେକ୍ସ କାଉନସିଲ୍‌ରେ ସାମିଲ ହେବାକୁ ଇଚ୍ଛା ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri