Posted inଖେଳ

ବିସିସିଆଇକୁ ଚିଠି ଲେଖିବ ଓସିଏ: ବାରବାଟୀକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ଉଦ୍ୟମ

କଟକ ଅଫିସ,୬ା୧୧-ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ କରାଯିବାକୁ ଚେଷ୍ଟା କରାଯାଉଛି। ରାଜ୍ୟର ଏହି ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ଫେରାଇ ଅଣାଯିବ। ଏ ସମ୍ପର୍କରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରାଯାଇଛି। ଖୁବଶୀଘ୍ର ଏକ ଚିଠି ବିସିସିଆଇକୁ ଏ ସଂକ୍ରାନ୍ତରେ ପଠାଯିବ ବୋଲି କହିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା। ବାରବାଟୀରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେଲେ ଏହାର ଭାବମୂର୍ତ୍ତି ଫେରିପାଇବ।
ବାରବାଟୀରେ ଦୀର୍ଘବର୍ଷ ହେବ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହୋଇନାହିଁ। ମାତ୍ର ୨ଟି ଟେଷ୍ଟ ମ୍ୟାଚ୍‌ ଏଠାରେ ଖେଳାଯାଇଛି। ୧୯୯୫ ମସିହାରେ ଶେଷଥର ନିମନ୍ତେ ଏଠାରେ ୫ଦିନିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ୍‌ ଡ୍ର ରହିଥିଲା। ଆଝାରୁଦ୍ଦିନଙ୍କ ନେତୃତ୍ୱରେ ସଚିନ ତେନ୍ଦୁଲକର, ନଭଜୋତ ସିଂ ସିଦ୍ଧୁ, ଅଜୟ ଜାଡ଼େଜା, ମନୋଜ ପ୍ରଭାକର, ବିନୋଦ କାମ୍ବଲି, ଅନିଲ କୁମ୍ବଲେ, ଜାଭାଗଲ ଶ୍ରୀନାଥଙ୍କ ଭଳି କିମ୍ବଦନ୍ତୀ ଖେଳାଳି ବାରବାଟୀକୁ ଆସିଥିଲେ। ଏହା ପୂର୍ବରୁ ୧୯୮୭ ମସିହା ଜାନୁୟାରୀ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍‌ ବାରବାଟୀରେ ହୋଇଥିଲା। ଏହା ଥିଲା ରାଜ୍ୟରେ ଖେଳାଯାଇଥିବା ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ । ଏଥିରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ କପିଳ ଦେବ, ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ, କିରଣ ମୋରେ, ମହିନ୍ଦର ଅମରନାଥଙ୍କ ଭଳି କିମ୍ବଦନ୍ତୀ କ୍ରିକେଟର। ଏହି ମ୍ୟାଚ୍‌ରେ ଭାରତ ଇନିଂସ ଓ ୬୭ରନରେ ବିଜୟୀ ହୋଇଥିବା ବେଳେ ଦିଲୀପ ଭେଙ୍ଗସରକାର ମ୍ୟାନ ଅଫ ଦି ମ୍ୟାଚ୍‌ ହୋଇଥିଲେ। ବାରବାଟୀରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେବାର ଆଶା ପୁଣି ଥରେ ଜୀବିତ ହୋଇଛି। ଏପରି କି ବିସିସିଆଇ ସଭାପତି ଗାଙ୍ଗୁଲିଙ୍କ ସହ ଶେଷ ହୋଇଥିବା ଆଲୋଚନାରୁ ଏଠାରେ ଟେଷ୍ଟ ମ୍ୟାଚ୍‌ ହେବାର ଗ୍ରୀନ ସିଗ୍ନାଲ ମିଳିଛି। ଭୁବନେଶ୍ୱରରେ ଖେଳାଳିମାନେ ରହି କଟକରେ ମ୍ୟାଚ୍‌ ଖେଳିବାରେ ସମସ୍ୟା ହେଉଛି ବୋଲି ଯେଉଁ ଅଭିଯୋଗ ହେଉଥିଲା, ସେ ସମ୍ପର୍କରେ ଗାଙ୍ଗୁଲିଙ୍କୁ ସମସ୍ତ ତଥ୍ୟ ଦିଆଯାଇଛି। ତ୍ରିଶୂଳିଆ ନିକଟରେ ନୂତନ ସେତୁ ନିର୍ମାଣ ହେବା ପରେ ଏବେ ଭୁବନେଶ୍ୱର ହୋଟେଲରୁ ବାରବାଟୀକୁ ୨୦ରୁ ୨୫ମିନିଟ ସମୟ ଲାଗୁଛି। ଦେଶର ଅନ୍ୟ ମେଟ୍ରୋ ସିଟିଗୁଡ଼ିକରେ ମଧ୍ୟ ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଯାତାୟାତରେ ସମାନ ସମୟ ଲାଗେ ବୋଲି ଓସିଏ ପକ୍ଷରୁ କୁହାଯାଇଥିଲା। ଓସିଏ ପକ୍ଷରୁ ଏକ ଚିଠି ଦିଆଯିବା ପରେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଗାଙ୍ଗୁଲି କହିବା ପରେ ଓସିଏ ତତ୍ପର ହୋଇଛି ।
ସମସ୍ୟା ଭିତରେ ଗ୍ୟାଲେରୀ ନଂ-୭
ଆଗାମୀ ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌ ନିମନ୍ତେ ବାରବାଟୀରେ ଏ ପର୍ଯ୍ୟନ୍ତ ମରାମତି କାମ ଆରମ୍ଭ ହୋଇନି। ଫନୀ ଝଡ଼ ପ୍ରଭାବରେ ଭଙ୍ଗାରୁଜା ହୋଇପଡ଼ିଛି ବାରବାଟୀ। ପ୍ରଥମେ ଷ୍ଟାଡିୟମର ଫ୍ଲଡଲାଇଟଗୁଡ଼ିକ ମରାମତି କରିବ ଦେବ ମସ୍କୋ ଟିମ୍‌। ନଭେମ୍ବର ଶେଷସୁଦ୍ଧା ଫ୍ଲଡଲାଇଟ ନୂଆ ଲାଗିଥିବ ବୋଲି କୁହାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଏହି କାର୍ଯ୍ୟ ଆଗେଇ ନାହିଁ। ଏହାଛଡ଼ା ଗ୍ୟାଲେରୀ ନଂ-୭ ଫନୀ ପ୍ରଭାବରେ ଅଧିକ କ୍ଷୟକ୍ଷତି ହୋଇଛି। ଏହି ଗ୍ୟାଲେରୀରୁ ପ୍ଲାଷ୍ଟର ଖଣ୍ଡ ଖସୁଛି। ଏହାର ମରାମତି ବ୍ୟବସ୍ଥା କରାଯାଉଥିବା ଓସିଏ ସମ୍ପାଦକ ସଞ୍ଜୟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

କମ୍‌ ବୟସରେ ଟଳିପଡ଼ିଲେ ଭାରତର ପ୍ରସିଦ୍ଧ ଶୁଟର: ଜିତିଥିଲେ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ,୧୨।୬:ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍‌ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା…

ବିଳମ୍ବ ହୋଇପାରେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ? ଭାରତର ଆୟରଲ୍ୟାଣ୍ଡ ଗସ୍ତକୁ ନେଇ ଲାଗି ରହିଛି ଅନିଶ୍ଚିତତା…

ନୂଆଦିଲ୍ଲୀ,୧୨।୬: ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଏହି ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଯେଉଁମାନେ ଉତ୍ସାହର ସହିତ…

T20 World Cup 2026: ICCର ବଡ଼ ନିଷ୍ପତ୍ତି, ମହିଳା T20 ବିଶ୍ୱକପ ବିଜେତାଙ୍କ ଉପରେ ହେବ ଧନ ବର୍ଷା

ନୂଆଦିଲ୍ଲୀ,୧୨।୬: ମହିଳା କ୍ରିକେଟର ବର୍ଦ୍ଧିତ ବିଶ୍ୱ ଲୋକପ୍ରିୟତା ମଧ୍ୟରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) 2026 ମହିଳା T20 ବିଶ୍ୱକପ ସମ୍ପର୍କରେ ଏକ ପ୍ରମୁଖ ଏବଂ ଐତିହାସିକ…

ଶକିରାଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଲା; ଉଦଘାଟନୀ ଉତ୍ସବରେ ଅନେକ ଆନ୍ତର୍ଜାତୀୟ ତାରକା ଦେଖାଇଲେ ଜଲଓ୍ବା

ମେକ୍ସିକୋ ସିଟି,୧୧।୬: ଫିଫା ବିଶ୍ୱକପ 2026 ର ଉଦଘାଟନୀ ଉତ୍ସବରେ ଅନ୍ତର୍ଜାତୀୟ ତାରକାମାନେ ଦର୍ଶକଙ୍କୁ ମୋହିତ କରିଥିଲେ। ଇତିହାସର ସବୁଠାରୁ ବଡ଼ ଫୁଟବଲ ବିଶ୍ୱକପର ଉଦଘାଟନୀ ଉତ୍ସବ…

ଘୋଷଣା ହେଲା ୨୦୨୭ ICC ବିଶ୍ୱକପ ତାରିଖ! ଅକ୍ଟୋବର ୪ରୁ ମହାଲଢ଼େଇ, ଜାଣନ୍ତୁ କେବେ, କେଉଁଠି ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବାକୁ ଥିବା ୫୦-ଓଭର ବିଶ୍ୱକପକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ…

ପୁଣି ହୃଦୟ ଜିତିଲେ ବୈଭବ ସୂର୍ଯବଂଶୀ, କିମ୍ବଦନ୍ତୀ କ୍ରିକେଟରମାନେ ଯାହା କହିଲେ ତାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୧।୬: ୨୦୨୬ ତ୍ରିରାଷ୍ଟ୍ରୀୟ A-ସିରିଜର ଏକ ଦୁର୍ବଳ ଆରମ୍ଭ ପରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଫର୍ମ ଫେରି ପାଇଛନ୍ତି। ଡାମ୍ବୁଲାରେ ଆଫଗାନିସ୍ତାନ A ବିପକ୍ଷରେ ଭାରତ A…

ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା; ରାହୁଲ ଦ୍ରାବିଡଙ୍କ ପୁଅକୁ ମିଳିଲା ସ୍ଥାନ; ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଜୁନିଅର କ୍ରିକେଟ କମିଟି ଗୁରୁବାର (ଜୁନ ୧୧) ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ODI ଏବଂ ମଲ୍ଟି ଡେ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri