ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଉତ୍ସବ: ଶାନ୍ତି, ମୈତ୍ରୀ ଏକତାର ସୂତ୍ରରେ ବାନ୍ଧିହେବା

ନୂଆପଡା ଅଫିସ,୨୭ା୮
ଆମ ଦେଶ ଏକଦା ରାମ ରାଜ୍ୟ ଭାବେ ଅଭିହିତ ହୋଇ ରହିଥିଲା । ପରବର୍ତ୍ତି ସମୟରେ ବୈଦେଶିକ ଶତ୍ରୁ ଆକ୍ରମଣର ଶିକାର ହୋଇ ଏହା ଖଣ୍ଡ ବିଖଣ୍ଡିତ ହୋଇଗଲା । ଫଳରେ ଏଠାରେ ଶାନ୍ତି ଏକତା ବ୍ୟାହତ ହୋଇଥିଲା । ଏଥିପାଇଁ ଆମକୁ ସଜାଗ ରହିବାକୁ ପଡିବ । ପରସ୍ପର ମଧ୍ୟରେ ଏକ ଧର୍ମୀୟ ଭାବନାରେ ବାନ୍ଧି ହୋଇ ଏକତା ଆଣିବାକୁ ପଡିବ ବୋଲି ମତ ପ୍ରକାଶ ପାଇଛି । ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ ବିଶ୍ୱହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ଅବସରରେ ଅତିଥିମାନେ ଯୋଗଦେଇ ଏହା କହିଥିଲେ । କାର୍ଯ୍ୟକ୍ରମରେ ଜିଲା ସଭାପତି ବିଭୁତି ଭୁଷଣ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । କେନ୍ଦ୍ରିୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ପୁରୀରୁ ସ୍ବାମୀ ଜୀବନମୁକ୍ତାନନ୍ଦ ଜୀ ମୁଖ୍ୟଅତିଥି, ରାଷ୍ଟ୍ରିୟ ସ୍ବଂୟ ସେବକ ସଂଘ ଜିଲା ସଂଘ ଚାଳକ ପୁସ୍ତମ ସୁନାନୀ, ବିଶ୍ୱ ହିନ୍ଦୁ ପରିଷଦର କଳାହାଣ୍ଡି ବିଭାଗ ପ୍ରମୁଖ ରାମେଶ୍ୱର ମୁଣ୍ଡ, ହରିପୁର ଗୁରୁକୁଳରୁ ଦିଲୀପ ଆର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ଅତିଥିମାନେ ଉପସ୍ଥାପନ କରିଥିବାବେଳେ ହିନ୍ଦୁ ସ୍ଥାନରେ ଏକ ହିନ୍ଦୁ ସାମା୍ରଜ୍ୟ ଗଠନର ଲକ୍ଷ୍ୟ ଦିନେ ଚରିତାର୍ଥ ହେବ । ଏଥିପାଇଁ ସମସ୍ତଙ୍କ ମଧ୍ୟରେ ଧର୍ମୀୟ ଭାବନା ଜାଗ୍ରତ ହେବା ସହ ମଜଭୁତ ହେବା ଜରୁରୀ ବୋଲି ବକ୍ତାମାନେ କହିଥିଲେ । ରାଜ୍ୟରେ ଦିନକୁ ଦିନ ଧର୍ମାନ୍ତରୀକରଣ କାର୍ଯ୍ୟ ବୃଦ୍ଧି ହେଉଛି । ରାଜ୍ୟ ସରକାର ଶାନ୍ତି ସ୍ଥାପନରେ ବିଫଳ ହେଉଛନ୍ତି । ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କର ହତ୍ୟା ମାମଲାକୁ ନେଇ ସରକାର ନିଦାବିଷ୍ଣୁ ହୋଇ ରହିଛନ୍ତି । ଏହାକୁ ନେଇ ଏକ କମିଶନ ବସାଇଥିଲେ ହେଁ ଏତେ ଦିନ ପରେ ମଧ୍ୟ ତାକୁ ସାର୍ବଜନୀନ କରିପାରୁନାହାନ୍ତି। ଏହା ହିନ୍ଦୁମାନଙ୍କ ମଧ୍ୟରେ ଏକ ଅଶାନ୍ତି ସୃଷ୍ଟି କରୁଛି । ବିଶ୍ୱ ହିନ୍ଦୁ ପରିଷଦ ସାରା ଦେଶରେ ଶାନ୍ତି ଏକତା ଆଣିବାରେ ପ୍ରଚେଷ୍ଟା ଜାରି ରଖିଛି ବୋଲି କହିଥିଲେ । କାର୍ଯ୍ୟକ୍ରମ ଶେଷରେ ସହଭୋଜ କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲା ସମ୍ପାଦକ ଭାନୁପ୍ରତାପ ଦଣ୍ଡସେନା ମଞ୍ଚ ପରିଚାଳନା କରିଥିଲେ। ବିଶ୍ୱହିନ୍ଦୁ ପରିଷଦ ବିଭାଗ ସଙ୍ଗଠନ ସମ୍ପାଦକ ସତ୍ୟନାରାୟଣ ଥନାପତି, ଲୋକନାଥ ରଥ, ରିଙ୍କୁ ବଗର୍ତ୍ତି, ହେମନ୍ତ କୁମାର ଦଣ୍ଡସେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରସନ୍ନ କୁମାର ପାଢୀ, କ୍ଷୀରୋଦ ନିବାସ ପଣ୍ଡା, ଚିନ୍ତାମଣୀ ପାଣିଗ୍ରାହୀ, ମନୁ ସାହୁ ପ୍ରମୁଖ ଯୋଗଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ପରେ ଏଥର ରଥଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ ଅଫିସ,୫ା୫: ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଏନେଇ ପ୍ରଶାସନ ପକ୍ଷରୁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକ ପରେ ପୁରୀ...

ଏସ୍‌ସିବିରେ ନାହିଁ ସାନିଟାଇଜର, ପିପି କିଟ୍‌

କଟକ ଅଫିସ,୨୪।୩: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ହେଲେ ଏସ୍‌ସିବି ମେଡିକାଲରେ କରୋନା ମୁକାବିଲା ଲାଗି ନିୟୋଜିତ ଥିବା...

ଭୁଜାଲି ଦେଖାଇ ୧୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ବୌଦ୍ଧ,୫ା୬(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅଞ୍ଚଳରେ ଚୋରି ଡକାୟତି ଘଟଣା ଥମିବାର ନା ନେଉନାହିଁୟ। ଶନିବାର ରାତିରେ ଘରେ ପଶି ବୋମା, ଖଣ୍ଡା ଓ...

ଶ୍ରୀମନ୍ଦିର ଦାନବାକ୍ସରୁ ଚୋରି

ପୁରୀ, ୨୯ା୭(ଅଜିତ ମହାନ୍ତି): ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ନିକଟ ଭୀମଙ୍କ ପ୍ରତିମୂର୍ତ୍ତି ତଳେ ଥିବା ଦାନବାକ୍ସରୁ ଚୋରି ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଦାନବାକ୍ସକୁ କେହି ଦୁର୍ବୃତ୍ତ...

୨୦ରୁ ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କ ଅଫ୍‌ଲାଇନ୍‌ କ୍ଲାସ: ଗାଇଡ୍‌ ଲାଇନ ଜାରି

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନେ ଅଫ୍‌ଲାଇନ କ୍ଲାସ କରିବେ। କରୋନା କଟକଣା ମଧ୍ୟରେ ପାଠପଢା ହେବ । ମାସ୍କ ବ୍ୟବହାର...

ଭତାରୁ ବଁଚିତ୍‌ ୧୫ ହକ୍‌ଦାର ହିତାଧିକାରୀ

କୋମନା,୨୬ା୭ (ଡି.ଏନ୍‌.ଏ.): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ କାଲିମାଟି ଗଁାର ୧୫ରୁ ଅଧ୍‌କା ହକ୍‌ଦାର ବୁଢ଼ାବୁଢ଼ି, ଭିନ୍ନକ୍ଷମ ଭତା ପାଏବାରୁ ବଁଚିତ୍‌ ହେଇଥିବାର ଅଭିଯୋଗ...

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଚଢ଼ାଉ ଚାଲିଛି। ଆର୍‌ ଆଣ୍ଡ ବି...

କେବଳ ମା’ବାପା ନୁହଁ, ଓଡ଼ିଶାବାସୀଙ୍କ ସେବା କରିବି: ତାପସ

ଗୋପ,୧୩।୧୦(ଡି.ଏନ୍‌.ଏ.): ୨୪ ଘଣ୍ଟାରୁ ପରିବାରର କାର୍ଯ୍ୟ କରିବା ସହ ବାକି ଯାହା କିଛି ସମୟ ମିଳେ, ସେହି ସମୟରେ ପାଠ ପଢ଼ି ଓଡ଼ିଶା ସିଭିଲ ସର୍ଭିସ୍‌(ଓସିଏସ୍‌)ରେ...

Advertisement
Archives

Model This Week