Posted inଖେଳ

ବିଶ୍ୱ ମହିଳା ବ୍ଲିଜ୍‌ ଚେସ୍‌ ଚାମ୍ପିୟନଶିପ୍‌: ଦ୍ୱିତୀୟ ସ୍ଥାନରେ ହମ୍ପି

ମସ୍କୋ,୩୦।୧୨(ପି.ଟି.): ଏଠାରେ ଚାଲିଥିବା ମହିଳା ବିଶ୍ୱ ରାପିଡ୍‌ ଓ ବ୍ଲିଜ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଗ୍ରାଣ୍ଡ ମାଷ୍ଟର କୋନେରୁ ହମ୍ପି ଦ୍ୱିତୀୟ ଟାଇଟଲ ଦୌଡ଼ରେ ରହିଛନ୍ତି। ପ୍ରଥମ ଦିବସରେ ସେ ଅନ୍ୟ ୩ ଖେଳାଳିଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୩୨ ବର୍ଷୀୟ ହମ୍ପି ଏହି ପ୍ରତିଯୋଗିତାରେ ଶନିବାର ରାପିଡ୍‌ ଟାଇଟଲ ଜିତିଥିଲେ। ଏହା ପରେ ସେ ଦୁଇ ଦିନିଆ ବ୍ଲିଜ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏକଦା ସେ ଏଥିରେ ୫ ରାଉଣ୍ଡ ଗେମ୍‌ ଜିତି ଅନ୍ୟ ଖେଳାଳିଙ୍କ ସହ ୧ ନମ୍ବର ସ୍ଥାନରେ ରହିଥିଲେ। ପରବର୍ତ୍ତୀ ଦୁଇଟି ଗେମ୍‌କୁ ଡ୍ର ରଖିବା ପରେ ସେ ଅଷ୍ଟମ ଗେମ୍‌ରେ ମୋନିକା ସାକୋଙ୍କୁ ପରାସ୍ତ କରିଥିଲେ। ତେବେ ସେ ପ୍ରଥମ ଦିନର ଅଗ୍ରଣୀ ରୁଷିଆର କାଟେରିନା ଲାଗ୍‌ନୋଙ୍କଠାରୁ ନାଟକୀୟ ଢ଼ଙ୍ଗରେ ଫାଇନାଲ ରାଉଣ୍ଡରେ ପରାସ୍ତ ହୋଇଥିଲେ।
୨୦୧୮ରେ କାଟେରିନା ୯ରୁ ସର୍ବାଧିକ ୮ ପଏଣ୍ଟ ହାସଲ କରି ଟାଇଟଲ ହାସଲ କରିଥିଲେ। କାଟେରିନା ଶ୍ରେଷ୍ଠ ସ୍ଥାନରେ ରହିଥିବା ବେଳେ ତାଙ୍କ ପଛକୁ ୪ ଖେଳାଳି ମିଳିତ ଭବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେମାନେ ହେଲେ ଆଲେକଜାଣ୍ଡ୍ରା କୋଷ୍ଟେନିଉକ, ହମ୍ପି କୋନେରୁ, ଡାରିଆ ଚାରୋଚକିନା ଓ ଆଲିନା କାଶଲିନସ୍କାୟା। ଏହି ୪ ଖେଳାଳି ୭ ଲେଖାଏ ପଏଣ୍ଟ ହାସଲ କରିଛନ୍ତି। ଶନିବାର ଚାଇନାର ଲେଇ ଟିଙ୍ଗ୍‌ଜିଏଙ୍କ ବିପକ୍ଷ ଗେମ୍‌ ଡ୍ର ରଖି ହମ୍ପି ବିଶ୍ୱ ମହିଳା ରାପିଡ ଚେସ୍‌ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଦାଖରେ କ୍ରୀଡ଼ା ସୁବିଧାର ଶିଳାନ୍ୟାସ କଲେ ରିଜିଜୁ

ଲେହ (ଲଦାଖ),୧୫ା୯ (ପି.ଟି.)-ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ବିଭିନ୍ନ କ୍ରୀଡ଼ା ସୁବିଧା ଲାଗି ସୋମବାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ। ତନ୍ମଧ୍ୟରେ...

ଆଇସିଏ ପାଇଁ ୨ କୋଟି ଟଙ୍କା ମଞ୍ଜୁର କଲା ବିସିସିଆଇ

ନୂଆଦିଲ୍ଲୀ,୧୬।୨(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରବିବାର ଭାରତୀୟ କ୍ରିକେଟରଙ୍କ ଆସୋସିଏଶନ (ଆଇସିଏ) ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛି। ଆଇସିଏ ଦେଶର...

ରୋହିତ ଶର୍ମାଙ୍କ ଫଟୋକୁ ଯୁବତୀ ବେଶରେ ସଜାଇ ଫଟୋ ଛାଡିଲେ ଏହି ଭାରତୀୟ କ୍ରିକେଟର

ଲକ୍‌ଡାଉନ୍‌ ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌କୁ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ...

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ: ଫୋକସରେ ପନ୍ତ

କିଙ୍ଗ୍‌ଷ୍ଟନ (ଜାମାଇକା), ୩୦।୮(ପି.ଟି.)- ସ୍ଥାନୀୟ ସାବିନା ପାର୍କ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହେବ।...

ଅଭ୍ୟାସ ମ୍ୟାଚ୍‌: ପୂଜାରାଙ୍କ ଶତକ

ଆଣ୍ଟିଗୁଆ,୧୮।୮(ପି.ଟି.)- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ ଏ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଏକ ୩ ଦିନିକିଆ ଅଭ୍ୟାସ ମ୍ୟାଚ୍‌ ଶନିବାର ଆରମ୍ଭ ହୋଇଛି।...

ପ୍ରି-ସିଜନ ଆରମ୍ଭ କରିବ ଅଷ୍ଟ୍ରେଲିଆ

ସିଡ୍‌ନୀ, ୮।୫-ଚଳିତ ମାସ ଶେଷ ଭାଗରେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହାର ପ୍ରି-ସିଜନ ଆରମ୍ଭ କରିବ। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଖେଳାଳିଙ୍କ ସୁରକ୍ଷା ସ୍ଥିତିକୁ...

ଆଇପିଏଲ୍‌ ଟାଇଟଲ୍‌ ପ୍ରୟୋଜକ ଦୌଡ଼ରେ ଟାଟା ସାମିଲ

ନୂଆଦିଲ୍ଲୀ, ୧୫।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ମାସରୁ ୟୁଏଇରେ ଆରମ୍ଭ ହେବ। ଏଥିଲାଗି ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ଦୌଡ଼ରେ ଟାଟା...

ମହିଳା ଟ୍ରାପରେ ରାଜେଶ୍ୱରୀଙ୍କ ଜାତୀୟ ରେକର୍ଡ

ନୂଆଦିଲ୍ଲୀ,୧୯।୧୧(ପି.ଟି.)- ପଞ୍ଜାବର ରାଜେଶ୍ୱରୀ କୁମାରୀ ୬୩ତମ ଜାତୀୟ ଶଟଗନ ଶୁଟିଂ ଚାମ୍ପିୟନଶିପ୍‌ର ମହିଳା ଟ୍ରାପ ଇଭେଣ୍ଟରେ ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି। ଏ ନେଇ ଭାରତୀୟ...

Coronavirus Update


Archives

Model This Week

Why Dharitri