Posted inଖେଳ

ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌:ସାଇନା-ସିନ୍ଧୁ ମୁକାବିଲା ସମ୍ଭବ

ନୂଆଦିଲ୍ଲୀ, ୧୧ା୮ (ପି.ଟି.)-ସୁଇଜରଲାଣ୍ଡର ବାସେଲଠାରେ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ଡ୍ର’ ଅନୁଷ୍ଠିତ ହୋଇଯାଇଛି। ଟୁର୍ନାମେଣ୍ଟର ପ୍ରାରମ୍ଭିକ ରାଉଣ୍ଡଗୁଡ଼ିକରେ ଯଦି ବିଜୟ ଲାଭ କରନ୍ତି ତେବେ ଭାରତର ଦୁଇ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କର ସେମିଫାଇନାଲରେ ଭେଟ ହୋଇପାରେ। ଖବର ଅନୁସାରେ ମହିଳା ସିଙ୍ଗଲ୍ସ ତାଲିକାରେ ଜଣେ ଖେଳାଳିଙ୍କ ନାମ ଭୁଲକ୍ରମେ ସ୍ଥାନ ପାଇବା ଦ୍ୱାରା ପ୍ରତିଯୋଗିତାରେ କିଏ କାହାକୁ ଭେଟିବ ସେ ନେଇ ଆଉ ଥରେ ଡ୍ର’ ଅନୁଷ୍ଠିତ ହୋଇଥିଲା। ଦୁଇଥର ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜୟିନୀ ସିନ୍ଧୁଙ୍କୁ ଏଠାରେ ୫ମ ସିଡ୍‌ ମାନ୍ୟତା ମିଳିଛି। ସେ ପ୍ରଥମ ରାଉଣ୍ଡ ବାଇ ପାଇଛନ୍ତି। ସିନ୍ଧୁ ଚାଇନିଜ ତାଇପେର ପାଇ ୟୁ ପୋ କିମ୍ବା ବୁଲ୍‌ଗେରିଆର ଲିଣ୍ଡା ଜେଚ୍ରୀ ବିପକ୍ଷରେ ଖେଳି ଟୁର୍ନାମେଣ୍ଟରେ ତାଙ୍କ ଅଭିଯାନ ଆରମ୍ଭ କରିପାରନ୍ତି। ସେହିପରି ୮ମ ସିଡ୍‌ ସାଇନା ମଧ୍ୟ ପ୍ରଥମ ରାଉଣ୍ଡରେ ବାଇ ପାଇଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ସୁଇଜରଲାଣ୍ଡର ସାବ୍ରିନା ଜାକ୍ୱେଟ ଏବଂ ନେଦରଲାଣ୍ଡର ସୋରାୟା ଡି’ ଭିସ୍କ୍‌ ଇଜବର୍ଜେନଙ୍କ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚର ବିଜେତାଙ୍କୁ ଭେଟିବେ। ଭାରତର ଦୁଇ ଖେଳାଳି ଯଦି ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରନ୍ତି ତେବେ ତୃତୀୟ ରାଉଣ୍ଡରେ ସିନ୍ଧୁ ଆମେରିକାର ବିଓ୍ବେନ ଝାଙ୍ଗ୍‌ ଏବଂ ସାଇନାଙ୍କର ଡେନ୍‌ମାର୍କର ମିଆ ବ୍ଲିଚ୍‌ଫିଲ୍ଡଙ୍କ ସହିତ ଭେଟ ହେବାର ସମ୍ଭାବନା ରହିଛି। ଭାରତୀୟ ଖେଳାଳି ଦ୍ୱୟଙ୍କର ଚାଇନାର ଚେନ୍‌ ୟୁ ଫେଇ ଏବଂ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗ୍‌ଙ୍କ ସହିତ ମଧ୍ୟ ମୁକାବିଲା ହୋଇପାରେ। ପୁନର୍ବାର ଡ୍ର’ କରାଯିବା ପଛରେ କି କାରଣ ରହିଛି ବିଡବ୍ଲ୍ୟୁଏଫ୍‌ ତରଫରୁ ତାହାର ବିସ୍ତୃତ ତଥ୍ୟ ଦିଆଯାଇନାହିଁ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବିଡବ୍ଲ୍ୟୁଏଫ୍‌ ଭୁଲକ୍ରମେ ମହିଳା ସିଙ୍ଗଲ୍ସ ପାଇଁ ପ୍ରବେଶିକା ତାଲିକାରେ ମରିସସ୍‌ର କେଟ୍‌ ଫୁ କୁନେଙ୍କ ନାମ ସ୍ଥାନ ପାଇଥିଲା। ଏହି ଖେଳାଳି ଜଣକ ଡୋପିଂ ଅଭିଯୋଗରେ ଜୁଲାଇରେ ସସ୍‌ପେଣ୍ଡ ହୋଇଛନ୍ତି। ଚାମ୍ପିୟନଶିପ୍‌ର ଅନ୍ୟ ଚାରୋଟି ବିଭାଗ ଲାଗି ପୂର୍ବରୁ ହୋଇଥିବା ଡ୍ର’ ଅପରିବର୍ତ୍ତିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri