Posted inଖେଳ

ବିଶ୍ୱ ବ୍ୟାଡମିଣ୍ଟନ୍‌ ର଼୍ୟାଙ୍କିଙ୍ଗ୍‌: ନବମସ୍ଥାନକୁ ଉଠିଲେ ରାଙ୍କିରେଡ୍ଡୀ- ସେଟ୍ଟୀ

ନୂଆଦିଲ୍ଲୀ,୭।୮(ପି.ଟି.)- ସଦ୍ୟ ପ୍ରକାଶିତ ବିଶ୍ୱ ବ୍ୟାଡିମିଣ୍ଟନ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଉନ୍ନତି କରିଛନ୍ତି। ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ ଏହି ଯୋଡି ୭ଟି ସ୍ଥାନ ଉପରକୁ ଶ୍ରେଷ୍ଠ-୧୦ରେ ପ୍ରବେଶ କରିଛନ୍ତି। ଥାଇଲାଣ୍ଡ ଓପନ୍‌ରେ ଐତିହାସିକ ବିଜୟ ହାସଲ କରିବା ପରେ ରାଙ୍କିରେଡ୍ଡୀ ଓ ଚିରାଗ ର଼୍ୟାଙ୍କିଙ୍ଗ୍‌ରେ ସପ୍ତମ ସ୍ଥାନରେ ରହିଛନ୍ତି।
ଗତ ରବିବାର ଏହି ଯୋଡି ପ୍ରଥମ ଭାରତୀୟ ଡବଲ୍ସ ଯୋଡି ଭାବେ ବିଡବ୍ଲ୍ୟୁଏଫ୍‌ ସୁପର ୫୦୦ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ଏହି ଯୋଡି ଫାଇନାଲ ମ୍ୟାଚ୍‌ରେ ବିଶ୍ୱଚାମ୍ପିୟନ ଚାଇନାର ଲି ଜୁନ ହୁଇ ଓ ଲିୟୁ ୟୁ ଚେନଙ୍କୁ ୨୧-୧୯, ୧୮-୨୧, ୨୧-୧୮ରେ ପରାସ୍ତ କରି ବାଜି ମାରିଥିଲେ। ଅନ୍ୟତମ ଭାରତୀୟ ଡବଲ୍ସ ଯୋଡି ମନୁ ଅଟ୍ରି ଓ ବି. ସୁମିଥ ରେଡ୍ଡୀ ପୂର୍ବପରି ୨୫ତମ ସ୍ଥାନରେ ରହିଛନ୍ତି। ପୁରୁଷ ସିଙ୍ଗଲ୍ସରେ ସେଭଳି କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତୀୟ ପୁରୁଷ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ୧୦, ସବୀର ବର୍ମା ୧୩, ବି. ସାଇ ପ୍ରଣୀତ ୧୯, ଏଚ୍‌ଏସ୍‌ ପ୍ରଣୟ ୩୧ ଓ ସୌରଭ ବର୍ମା ୪୪ତମ ସ୍ଥାନରେ ପୂର୍ବପରି ରହିଛନ୍ତି। ତେବେ ପାରୁପାଲ୍ଲୀ କାଶ୍ୟପ ୩ଟି ସ୍ଥାନ ଉପରକୁ ଉଠି ୩୨ତମ ଓ ଶୁଭଙ୍କର ଦୁଇଟି ସ୍ଥାନ ଉପରକୁ ଉଠି ୩୯ତମ ସ୍ଥାନରେ ରହିଛନ୍ତି।
ମହିଳା ସିଙ୍ଗଲ୍ସରେ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ଓ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ନେହ୍ବାଲ ପୂର୍ବପରି ଯଥାକ୍ରମେ ପଞ୍ଚମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି। ମହିଳା ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ ଅଶ୍ୱିନୀ ପୋନାପ୍ପା ଓ ଏନ୍‌. ସକ୍କି ରେଡ୍ଡୀ ଗୋଟିଏ ସ୍ଥାନ ଉପରକୁ ଉଠି ୨୩ତମ ସ୍ଥାନ ଅଧିକାର କରିଛନ୍ତି। ତେବେ ମିକ୍ସ ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳିମାନେ ଅବନତୀ କରିଛନ୍ତି। ପ୍ରଣବ ଜେରୀ ଚୋପ୍ରା ଓ ସିକ୍କି ରେଡ୍ଡୀ ଗୋଟିଏ ସ୍ଥାନ ତଳକୁ ଖସି ୨୩ତମ ସ୍ଥାନରେ ରହିଛନ୍ତି। ସେହିପରି ପୋନାପ୍ପା ଓ ରାଙ୍କିରେଡ୍ଡୀ ୪ଟି ସ୍ଥାନ ତଳକୁ ଖସି ୨୭ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବନ୍ଦ କୋଠରୀରେ ଏମିତି କାମ କରୁଛନ୍ତି ନବବିବାହିତ କ୍ରିକେଟର୍‌‌

ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ପୁଣି ଥରେ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ବିବାହ ପରେ ସେ ପ୍ରଥମ ଥର ପାଇଁ ବ୍ୟାୟାମ କରୁଥିବା...

ଏହି ମହିଳା ହେଲେ କ୍ରିକେଟ ଆସୋସିଏଶନ୍‌ର ପ୍ରଥମ ସଭାପତି

ଚେନ୍ନାଇ,୨୧।୯: ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନସିଏ)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ସାଇ ଗୁରୁନାଥ। ଟିଏନସିଏର ୮୭ତମ ବାର୍ଷିକ ସାଧାରଣ ବୈଠକରେ ରୂପାଙ୍କୁ ସଭାପତି ଭାବେ...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଆଜିଠାରୁ ମୁକାବିଲା, ଭାଗନେବେ ୧୨ ଦେଶ

କଟକ ଅଫିସ,୧୭ା୭-ବୁଧବାରଠାରୁ କଟକରେ ଆରମ୍ଭ ହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ମହାମୁକାବିଲା। ପ୍ରତିଯୋଗିତା ସ୍ଥଳ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଏଥିପାଇଁ ସମ୍ପୂର୍ଣ୍ଣ...

ଇଣ୍ଡିଆନ ସୁପର ଲିଗ୍‌: ଗୋଆ ବିଜୟୀ

ଭାସ୍କୋଡାଗାମା,୩୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଗୋଆ ୨-୧ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା ଓ ଗୋଲ...

ଆଜିଠୁ ଝୁଲଣଙ୍କ ବିଦାୟୀ ଦିନିକିଆ ସିରିଜ

ହୋଭ୍‌,୧୮ା୯: ରବିବାର ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ। ଭାରତ ତଥା ବିଶ୍ୱର ସର୍ବାଧିକ ଉଇକେଟ ହାସଲକାରୀ ଝୁଲଣ...

ସ୍ତ୍ରୀଙ୍କ ବିଶ୍ୱାସ ଜିତିଲେ ଏହି କ୍ରିକେଟର୍‌, ଜାଣନ୍ତୁ କେମିତି

ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏନେଇ ସେ କହିଛନ୍ତି ଯେ ଅର୍ଜୁନ ପୁରସ୍କାର ପାଇବା ଗତ...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଲୋକଙ୍କ ସହାୟତା ପାଇଁ ଜୀବନର ସବୁଠୁ ମୂଲ୍ୟବାନ ଜିନିଷ ନିଲାମ କଲେ ସେନ୍‌ ଓ୍ବାର୍ଣ୍ଣ

କାନବେରା,୬।୯: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ଦୀର୍ଘ ୪ ମାସ ନଆଁ ଲାଗିଛି। ଫଳରେ ଜଙ୍ଗଲରେ ଥିବା ପାଖାପାଖି ୫୦ କୋଟି ଜୀବଜନ୍ତ ଏବଂ ପକ୍ଷୀ ପୋଡ଼ି...

ବର୍ଷେ ଘୁଞ୍ଚିଲା ଟୋକିଓ ଅଲିମ୍ପିକ୍ସ

ଲାଉସାନେ,୨୪।୩(ଏଏଫ୍‌ପି)- କୋଭିଡ -୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। କରୋନା ଭାଇରସ୍‌ ସାରା ବିଶ୍ୱରେ...

Advertisement
Archives

Model This Week