Posted inଖେଳ

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଅମିତଙ୍କୁ ରୌପ୍ୟ ପଦକ

ଏକଟେରିନବର୍ଗ(ରୁଷିଆ), ୨୨।୯(ପି.ଟି.)-
ପ୍ରଥମ ଭାରତୀୟ ବକ୍ସରଭାବେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଥିବା ଅମିତ ପଙ୍ଘାଲ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେ ୫୨ କେଜି ଫାଇନାଲରେ ଅଲିମ୍ପିକ୍‌ ଚାମ୍ପିୟନ ଉଜ୍‌ବେକିସ୍ତାନର ଶାଖୋବିଦିନ ଜୋଇରୋଭଙ୍କଠାରୁ ହାରି ଯାଇଛନ୍ତି। ଜୋଇରୋଭ ଅଭିଜ୍ଞତାର ଉପଯୋଗ କରି ଅମିତଙ୍କୁ ୫-୦ରେ ପରାସ୍ତ କରିଥିଲେ। ତେବେ ସେ ଭାରତର ପ୍ରଥମ ବକ୍ସରଭାବେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତି ବଡ଼ ସଫଳତା ପାଇଛନ୍ତି। ଅନ୍ୟତମ ଭାରତୀୟ ମନୀଷ କୌଶିକ ୬୩ କେଜି ବିଭାଗର ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକ ପାଇଛନ୍ତି। ପ୍ରତିପକ୍ଷ ଡେଙ୍ଗା ଏବଂ ଶକ୍ତିଶାଳୀ ପ୍ରତିଯୋଗୀଙ୍କ ବିପକ୍ଷରେ ପଙ୍ଘାଲ ବହୁ ଚେଷ୍ଟା କରିଥିଲେ ହେଁ ଉପଯୁକ୍ତ ସ୍ଥାନରେ ପଞ୍ଚ୍‌ ମାରିବାରେ ବିଫଳ ହୋଇଥିଲେ। ଫଳରେ ଏହି ଏସିଆନ ଗେମ୍ସ ଏବଂ ଏସିଆନ ଚାମ୍ପିୟନଶିପ୍‌ ଗୋଲ୍ଡ ମେଡାଲିଷ୍ଟ ଐତିହାସିକ ସଫଳତାରୁ ବଞ୍ଚତ୍ତ ହୋଇଥିଲେ। ତେବେ ଏହି ରୌପ୍ୟ ପଦକ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ବୋଲି ପରିଗଣିତ ହେଉଛି। ୨୦୧୭ ଏସିଆନ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିବା ପରଠାରୁ ଏହି ରୋହତକ ବକ୍ସରଙ୍କୁ ରୋକିବା ପ୍ରତିପକ୍ଷଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ଏହା ପୂର୍ବରୁ କୌଣସି ଭାରତୀୟ ବକ୍ସର କେହେଲେ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତି ନ ଥିଲେ। ଅତୀତରେ ଏହି ମେଗା ଇଭେଣ୍ଟରେ ବିଜେନ୍ଦର ସିଂ(୨୦୦୯), ବିକାଶ କ୍ରିଷ୍ଣନ(୨୦୧୧), ଶିବା ଥାପା(୨୦୧୫) ଓ ଗୌରବ ବିଧୁରୀ(୨୦୧୭)ରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ଏଥର ପ୍ରତିଯୋଗିତାରେ ଭାଗ ନେଇଥିବା ୭୮ଟି ଦେଶ ମଧ୍ୟରୁ ୯ଟି ଦେଶର ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲ ଏବଂ ଏଥିରେ ଭାରତ ଅନ୍ୟତମ ଦେଶ ଥିଲା। ଉଜ୍‌ବେକିସ୍ତାନରୁ ସର୍ବାଧିକ ୪ ବକ୍ସର ଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଟର୍ନ ନେଲେ ରାୟୁଡୁ

ହାଇଦ୍ରାବାଦ,୩୦।୮: କ୍ରିକେଟରୁ ଅବସର ଘୋଷଣା କରିବାର ଦୁଇମାସ ପରେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ୟୁଟର୍ନ ନେଇଛନ୍ତି। ଅବସର ନିଷ୍ପତ୍ତି ଏକ ଭାବବିହ୍ବଳ ଥିଲା। ଏବେ...

ରୁଟ୍‌ ଖେଳିବେନି, ଷ୍ଟୋକ୍ସ ନେତୃତ୍ୱ ନେବେ

ଲଣ୍ଡନ, ୩୦।୬(ପି.ଟି.):ଦ୍ୱିତୀୟ ସନ୍ତାନର ଜନକ ହେବାକୁ ଯାଉଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଖେଳିବେ ନାହିଁ। ଆସନ୍ତା ସପ୍ତାହରୁ...

ଏଫ୍‌ଆଇଏଚ୍‌ ପୁରସ୍କାର : ବିବେକ ଶ୍ରେଷ୍ଠ ଉଦୀୟମାନ ଖେଳାଳି

ନୂଆଦିଲ୍ଲୀ, ୧୧।୨- ଭାରତୀୟ ହକି ଦଳର ମିଡ୍‌ଫିଲ୍ଡର ବିବେକ ସାଗର ପ୍ରସାଦ ୨୦୧୯ ବର୍ଷ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌)ର ଶ୍ରେଷ୍ଠ ଉଦୀୟମାନ ଖେଳାଳି...

ଭାରତୀୟ ଦଳକୁ ଝଟକା: ୩ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେନି ଧାଓ୍ବନ

ଲଣ୍ଡନ, ୧୧।୬: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ଦଳର ଓପନର୍‌ ଶିଖର ଧାଓ୍ବନ ଆହତ ଯୋଗୁ ୩ ସପ୍ତାହ ପର୍ଯ୍ୟନ୍ତ...

ସ୍ବାମୀଙ୍କ ପରି ‘ଅଲ୍‌ରାଉଣ୍ଡର’ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଆଇପିଏଲ୍‌ ଦଳ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ଷ୍ଟାର୍‌ ଅଲ୍‌ରାଉଣ୍ଡର ସେନ୍‌ ଓ୍ବାଟ୍‌ସନଙ୍କ ପରି ତାଙ୍କ ସ୍ତ୍ରୀ ଲି ଫୁର୍‌ଲଙ୍ଗ ମଧ୍ୟ ଜଣେ ଅଲ୍‌ରାଉଣ୍ଡର।...

ଇଣ୍ଡିଆନ ଓମେନ୍ସ ଲିଗ୍‌ ଫୁଟ୍‌ବଲ: ଗୋକୁଳମ କେରଳ ଚାମ୍ପିୟନ

ବେଙ୍ଗାଲୁରୁ, ୧୪ା୨ (ପି.ଟି.)- କାଙ୍ଗଚୁପ୍‌ ରୋଡ୍‌ ୟଙ୍ଗ ଫିଜିକାଲ ଆଣ୍ଡ୍‌ ସ୍ପୋଟର୍‌ସ ଆସୋସିଏଶନ (କ୍ରିଫ୍‌ସା) ଏଫ୍‌ସି କୁ ୩-୨ ଗୋଲରେ ପରାସ୍ତ କରି ଗୋକୁଳମ କେରଳ...

ସାତ୍ତ୍ୱିକସାଇରାଜ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୮।୮(ପି.ଟି.): ଶନିବାର ଜାତୀୟ କ୍ରୀଡ଼ା ଦିବସରେ ଅର୍ଜୁନ ପୁରସ୍କାର ପାଇବାକୁ ଯାଉଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି।...

କୋଭିଡ-୧୯: ମହିଳା ଦିନିକିଆ, ପୁରୁଷ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ୱାଲିଫାୟର୍ସ ଘୁଞ୍ଚିଲା

ଦୁବାଇ,୧୨।୫ (ପି.ଟି.): କୋଭିଡ-୧୯ ମହାମାରୀ ପାଇଁ ଆଉ ଦୁଇଟି ବଡ଼ ଇଭେଣ୍ଟକୁ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ନିଷ୍ପତ୍ତି ନେଇଛି। ୨୦୨୧ ମହିଳା ବିଶ୍ୱକପ୍‌...

Coronavirus Update


Archives

Model This Week

Why Dharitri