ବିଶ୍ୱ ଦରବାରରେ ଲାସ୍ୟମୟୀ ଅଭିନେତ୍ରୀ ମାତନ

ଯାତ୍ରା ଜଗତର ଜଣେ ଲାସ୍ୟମୟୀ ଅଭିନେତ୍ରୀ ହେଉଛନ୍ତି ମାତନ। ରୂପ ଯେମିତି ଗୁଣ ବି ସେମିତି। ଡ୍ୟାନ୍ସରେ ଯେମିତି ଡାଏଲଗ୍‌ରେ ସେମିତି। ଚେହେରା ଯେମିତି ଅଭିନୟ ବି ସେମିତି। ଏବେ ଯାତ୍ରାଶ୍ରୀ ‘ବିଶ୍ୱ ଦରବାର’ କ୍ୟାମ୍ପରେ ଦେଖିବାକୁ ମିଳୁଛି ମାତନଙ୍କ ମନମତାଣିଆ ଡାଏଲଗ୍‌ ସାଙ୍ଗକୁ ମନଛୁଅଁା ଅଭିନୟ। ‘ତମ କଥା ଭାରି ମନେପଡୁଛି’, ‘ବରଷା ରାତିର ସାଥୀ’, ‘ଆକାଶ କଇଅଁା ଚିଲିକା ମାଛ’ ଆଦି ନାଟକରେ ସେ ଦମଦାର ରୋଲ୍‌ରେ ଆସୁଛନ୍ତି ମଞ୍ଚ ଉପରକୁ। ମାତନ ଅଭିନୟ କରିଥିବା ସଫଳ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ପାପ ଭଲଲାଗେ ବାପଘରେ’, ‘ରୂପାଲୀ ଛକ ରେପ୍‌ କେସ୍‌’, ‘କଉଠୁ ଆସିଛୁ ତୁ’, ‘ପୁରୀରେ ପ୍ରେମିକା କଟକରେ ସ୍ତ୍ରୀ’, ‘ମୋ ପ୍ରେମିକା ନୀହାରିକା’ ‘ମାଟି ଅଗଣାର ବୋହୂ’, ‘ଏମିତି ନାରୀକୁ ଦୂରୁ ଜୁହାର’, ‘ମୋ ସ୍ତ୍ରୀର ଗପ ନ କହିଲେ ପାପ’, ‘ବାଇଶି ପାହାଚ’, ‘କଳଙ୍କିନୀ ଏବଂ ଆହୁରି ଅନେକ। ଉଭୟ ନେଗେଟିଭ୍‌ ତଥା ପଜିଟିଭ୍‌ ଭୂମିକାରେ ମାତନ ବେଶ ସଫଳ। ସେ ଚରିତ୍ର ଅପେକ୍ଷା ଭୂମିକାକୁ ବେଶି ଗୁରୁତ୍ୱ ଦେଇଥାନ୍ତି। ପରିବାରରେ କେହି ଚାହୁଁ ନ ଥିଲେ ମାତନ ଯାତ୍ରାକୁ ଆସନ୍ତୁ। ବାପା ତ ତାଙ୍କର ଯାତ୍ରାକୁ ଆସିବା ନେଇ ସମ୍ପୂର୍ଣ୍ଣ ବିରୋଧ କରୁଥିଲେ। ମାତ୍ର ମାତନ ଆସିଲେ ଯାତ୍ରାକୁ। ‘ଜନନୀ ଗଣନାଟ୍ୟ’ରେ ଯୋଗ ଦେଇ ଯାତ୍ରା ଜୀବନ ଆରମ୍ଭ କଲେ। ଅବଶ୍ୟ ‘ଜନନୀ ଗଣନାଟ୍ୟ’ରେ ସେ ଜଣେ ଡ୍ୟାନ୍ସର ଭାବରେ ଯୋଗଦେଇଥିଲେ। ଭାବିଥିଲେ, ଆଉ ଯାତ୍ରାକୁ ନେଇ ତାଙ୍କ ପରିବାର ପକ୍ଷରୁ ବିରୋଧ କରାଯିବନି। ହେଲେ ଦିନେ ବାପା ଆସି ପହଞ୍ଚତ୍ଲେ। କେହି କିଛି ବୁଝିବା ଆଗରୁ ତାଙ୍କୁ ଯାତ୍ରାରୁ ନେଇ ଘରକୁ ଚାଲିଗଲେ। ଏହାସତ୍ତ୍ୱେ ଯାତ୍ରାକୁ ଛାଡ଼ି ପାରି ନ ଥିଲେ ମାତନ। କିମ୍ବା ଯାତ୍ରାର ମାୟାରୁ ମୁକୁଳି ପାରି ନ ଥିଲେ। ଆସି ପହଞ୍ଚତ୍ଲେ ‘କୃଷ୍ଣ ସୁଦାମା’ ଗଣନାଟ୍ୟରେ। ‘କୃଷ୍ଣ ସୁଦାମା’ ପରେ ଆସିଲେ ‘ତ୍ରିନାଥ ଗଣନାଟ୍ୟ’କୁ। ବାସ୍‌, ଏହାପରେ ଆଉ କୌଣସି ଅନ୍ତରାୟ ରହିଲାନି। ସେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଲେ। ଯାତ୍ରା ଜଗତର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଏବେ ଜଣେ ହେଉଛନ୍ତି ମାତନ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

ସଲମାନଙ୍କୁ ଭେଟିବାକୁ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ

ବମ୍ବେ: ନିକଟରେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଘର ଉପରେ ୨ ଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଏହି ଘଟଣା ଅନେକଙ୍କୁ ଚକିତ କରିଥିଲା। ପୋଲିସ...

ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ୁନାହାନ୍ତି କିରନ

ନୂଆଦିଲ୍ଲୀ: ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ...

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ...

ହୃଦୟ ଜିତିଲେ କିଙ୍ଗ ଖାନ

ମୁମ୍ବାଇ,୧୫।୪: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିଙ୍ଗ ଖାନ...

ଆତ୍ମହତ୍ୟା କଲେ କନ୍ନଡ ଫିଲ୍ମ ପ୍ରଡ୍ୟୁସର ସୌନ୍ଦର୍ଯ୍ୟା ଜଗଦୀଶ!

ଚେନ୍ନାଇ,୧୫।୪: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri