Posted inଖେଳ

ବିଶ୍ୱ ଚାମ୍ପିୟନଶିପ୍‌: ୪୦୦ମି. ହର୍ଡଲ୍ସ ସେମିରୁ ବାଦ୍‌ ପଡିଲେ ଜବିର

ଦୋହା, ୨୯।୯(ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନରେ ଦୂତୀ ଚାନ୍ଦଙ୍କ ପରେ ଅନ୍ୟତମ ଭାରତୀୟ ଆଥଲେଟ ଏମ୍‌ପି ଜବିର ମଧ୍ୟ ବାଦ୍‌ ପଡିଛନ୍ତି। ଶନିବାର ଖେଳାଯାଇଥିବା ପୁରୁଷ ୪୦୦ ମିଟର ହର୍ଡଲ୍ସ ରେସ୍‌ରେ ଜବିର କିଛି କରି ଦେଖାଇବେ ବୋଲି ଆଶା କରାଯାଉଥିଲା। ତେବେ ଶେଷରେ ସେ ନିରାଶ କରିଛନ୍ତି। ସେ ୪୦୦ମି. ହର୍ଡଲ୍ସ ରେସ୍‌ର ସେମିଫାଇନାଲରେ ୪୯.୭୧ ସେକେଣ୍ଡ ସମୟ ନେଇ ପଞ୍ଚମ ସ୍ଥାନରେ ରହିଥିଲେ। ଏଥିସହିତ ସେ ଫାଇନାଲକୁ ଉଠିବାରେ ବିଫଳ ହୋଇଛନ୍ତି। ୩ଟି ସେମିଫାଇନାଲର ଶ୍ରେଷ୍ଠ ୨ଜଣ ଖେଳାଳି ଓ ଏହାପରେ ଦ୍ରୁତତମ ୨ଜଣ ଖେଳାଳି ଫାଇନାଲରେ ପ୍ରବେଶ କରିବାର ନିୟମ ରହିଛି। ସେମିଫାଇନାଲ ଅଷ୍ଟମ ଦ୍ରୁତତମ ଟାଇମିଂ ଥିଲା ୪୮.୯୩ ସେକେଣ୍ଡ। ଏହା ଜବିରଙ୍କ ଟାଇମିଂଠାରୁ ଯଥେଷ୍ଟ ଊର୍ଦ୍ଧ୍ୱରେ ଥିଲା। ପୂର୍ବରୁ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ରେକର୍ଡ ଥିଲା ୪୯.୧୩। ଶୁକ୍ରବାର ଜବିର ତାଙ୍କ ହିଟ୍‌ରେ ୪୯.୬୨ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲେ। ସେ ଜୋସେଫ ଆବ୍ରାହମଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ସେମିକୁ ଉଠିଥିଲେ। ୨୦୦୭ରେ ଆବ୍ରାହମ ୪୯. ୬୪ ସେକେଣ୍ଡ ସମୟ ନେଇ ସେମିକୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ସୁପର ଲିଗ୍‌ରେ ଉଡିଲା କୋହଲିଙ୍କ ପୋଷ୍ଟର; ପ୍ରଶଂସକ ଲେଖିଥିଲେ ଏମିତି

ଲାହୋର,୧୮।୨: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ସେଭଳି ଏକ ଝଲକ ପାକିସ୍ତାନ ସୁପର ଲିଗ୍‌ ମୁକାବିଲାରେ ଦେଖିବାକୁ ମିଳିଛି।...

କନ୍ନଡରରେ ବାର୍ତ୍ତାଳାପ କଲେ ରାହୁଲ, ପାଣ୍ଡେ

ବେଙ୍ଗାଲୁରୁ,୧୩।୨(ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଗତ ତୃତୀୟ ଦିନିକିଆ ମ୍ୟାଚ୍‌ ଅବସରରେ କର୍ନାଟକର ଦୁଇ କ୍ରିକେଟର ଲୋକେଶ ରାହୁଲ ଓ ମନୀଷ ପାଣ୍ଡେ ହିନ୍ଦୀ କିମ୍ବା ଇଂଲିଶ୍‌ରେ...

ବିସିସିଆଇ- କ୍ରୀଡ଼ା ମନ୍ତ୍ରଣାଳୟ ଶୀତଳ ଯୁଦ୍ଧ: ଆଶଙ୍କାରେ ଦକ୍ଷିଣ ଆଫ୍ରିକା ଏ’ ଦଳର ଭାରତ ଗସ୍ତ

ନୂଆଦିଲ୍ଲୀ,୧।୮(ପି.ଟି.)- ଆସନ୍ତା ଅଗଷ୍ଟ ଓ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ଏ’ ଓ ମହିଳା ଦଳର ଆଗାମୀ ଭାରତ ଗସ୍ତ ନେଇ ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ର...

ଟିମ ବୈଠକରେ ଉଠିଥିଲା କୃଷକ ଆନ୍ଦୋଳନ ପ୍ରସଙ୍ଗ: କୋହଲି

ଚେନ୍ନାଇ, ୪ା୨- ନୂଆ ଚାଷୀ ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ଭାରତୀୟ ଦଳ ବୈଠକରେ ଆଲୋଚନା ହୋଇଥିଲା। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ...

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର: ପ୍ରମୋଦ ଶ୍ରେଷ୍ଠ କ୍ରୀଡ଼ାବିତ୍‌

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି)-ପାରା ଆଥଲେଟ୍‌ ପ୍ରମୋଦ ଭଗତ ୨୦୧୮ ମସିହା ପାଇଁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମଙ୍ଗଳବାର ପୁରସ୍କାର...

ଇଣ୍ଡୋ- ପାକ୍‌ ମ୍ୟାଚ୍‌ ବିନା ଟେଷ୍ଟ ଚାମ୍ପିୟନଶିପ୍‌ର ମାନେ କିଛି ନାହିଁ

କରାଚୀ, ୧୮।୩ (ପି.ଟି.)- ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ କରା ନ ଗଲେ ଅନ୍ତର୍ଜାତୀୟ କ୍ରିକେଟ...

ଏମିତି କାମ କରି ସ୍ତ୍ରୀଙ୍କୁ ଡରାଇଲେ ରୋହିତ ଶର୍ମା

ଦୁବାଇ,୫।୧୦: ଆଇପିଏଲ ୨୦୨୧ରେ ଟାଇଟଲ ବିଜୟରେ ହ୍ୟାଟ୍ରିକ କରିବା ଠାରୁ ବହୁ ଦୂରରେ ଅଛି ମୁମ୍ବାଇ ଇଣ୍ଡିଆନ୍ସ। କିନ୍ତୁ ଅଧିନାୟକ ରୋହିତ ଶର୍ମା ତାଙ୍କ ସାଥୀ...

୧୨ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ, ଟେଷ୍ଟରେ ପ୍ରଥମ ଶତକ ଲଗାଇବା ପରେ ପଡ଼ିଆରେ ଭାବୁକ ହେଲେ ହନୁମା

କିଙ୍ଗଷ୍ଟନ,୧।୯:ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ତା’ର ଦୃଢ ସ୍ଥିତିରେ ରହିଛି। ଏହି ମ୍ୟାଚ୍‌ରେ ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ...

Advertisement
Archives

Model This Week