Posted inଖେଳ

ବିଶ୍ୱ ଚାମ୍ପିୟନଶିପ୍‌: ଭାରତୀୟ ମିକ୍ସଡ ରିଲେ ଦଳକୁ ଅଲିମ୍ପିକ ଯୋଗ୍ୟତା

ଦୋହା, ୨୯।୯(ପି.ଟି.)- ବିଶ୍ୱ ଚାମ୍ପିୟଶିପ୍‌ର ଦ୍ୱିତୀୟ ଦିନରେ ମିକ୍ସଡ ୪ ଗୁଣା ୪୦୦ ରିଲେ ଦଳ ଭାରତୀୟ ଶିବିରରେ ଖୁସି ଆଣିଦେଇଛନ୍ତି। ଭାରତୀୟ ମିକ୍ସଡ ରିଲେ ଦଳ ଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଏହି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ମହମ୍ମଦ ଆନସ, ଭି.କେ. ବିସ୍ମୟ, ଜିସ୍ନା ମାଥ୍ୟୁ ଓ ଟମ୍‌ ନିର୍ମଳଙ୍କୁ ନେଇ ଗଠିତ ଭାରତୀୟ ଦଳ ଶନିବାର ଅନୁଷ୍ଠିତ ସେମିଫାଇନାଲରେ ହିଟ୍‌ ନମ୍ବର ୨ରେ ୩ ମିନିଟ ୧୬.୧୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲା। ଏଥି ସହିତ ଏହି ଦଳ ଆସନ୍ତାବର୍ଷ ଟୋକିଓ ଆୟୋଜନ ହେବାକୁଥିବା ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରିଛି। ଦୁଇଟି ହିଟ୍‌ର ଶ୍ରେଷ୍ଠ ୩ଟି ଦଳ ଓ ପରବର୍ତ୍ତୀ ଦୁଇଟି ଦ୍ରୁତତମ ଦଳ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ରବିବାର ଫାଇନାଲ ଖେଳାଯିବ। ଏହି ରିଲେ ରେସ୍‌ରେ ଫାଇନାଲରେ ପ୍ରବେଶ କରିଥିବା ଶ୍ରେଷ୍ଠ ୮ଟି ଦଳ ସିଧାସଳଖ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାଇନା ସାମଗ୍ରୀ ବର୍ଜନକୁ ସମର୍ଥନ କରିବାରେ ହରଭଜନ ପ୍ରଥମ ସେଲିବ୍ରିଟି

ନୂଆଦିଲ୍ଲୀ, ୨୦।୬- ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ନିକଟରେ ପୂର୍ବ ଲଦାଖର ଗାଲ୍‌ଓ୍ବାନ ଉପତ୍ୟକା ନିକଟରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ପରେ ୨୦ ଭାରତୀୟ...

ଆସନ୍ତାବର୍ଷ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ

ଓ୍ବେଲିଂଟନ,୮।୬(ପି.ଟି.)- ଆସନ୍ତାବର୍ଷ ପ୍ରାରମ୍ଭରେ ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଭାରତ ପ୍ରଥମେ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ...

ମାଞ୍ଚେଷ୍ଟର ସିଟି-ଆର୍ସେନଲ ମ୍ୟାଚ୍‌ ବାତିଲ

ଲଣ୍ଡନ,୧୧।୩- ଆର୍ସେନଲ ଓ ମାଞ୍ଚେଷ୍ଟର ସିଟି ମ୍ୟାଚ୍‌କୁ ବୁଧବାର ବାତିଲ କରିଦିଆଯାଇଛି। ଲଣ୍ଡନ କ୍ଲବର ଖେଳାଳିଙ୍କୁ କ୍ୱାରାଣ୍ଟାଇନରେ ରଖାଯିବାରୁ ପ୍ରିମିୟର ଲିଗ୍‌ର ପ୍ରଥମ ମ୍ୟାଚ୍‌ ବାତିଲ...

ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଚୟନ ଆଜି: ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଲେ ଧୋନୀ; ୨ମାସ କ୍ରିକେଟରୁ ଦୂରେଇ ରହିବେ

ନୂଆଦିଲ୍ଲୀ,୨୧।୭ (ପି.ଟି.)- ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଯାଇଛନ୍ତି ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ। ରବିବାର ଏହି ଗସ୍ତ ପାଇଁ ମୁମ୍ବାଇରେ ଚୟନକର୍ତ୍ତା ବୈଠକରେ...

ପାକିସ୍ତାନର ସଂଘର୍ଷପୂର୍ଣ୍ଣ ବିଜୟ

ଲିଡ୍ସ,୩୦।୬(ପି.ଟି.)- ଆଇସିସି ବିଶ୍ୱକପ୍‌ର ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ପାକିସ୍ତାନ ୨ଟି ବଲ ବାକି ରଖି ୩ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ...

୩୬ ହଜାର କୋଟି ଆୟ କରିପାରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୩ରୁ ୨୦୨୭ ମଧ୍ୟରେ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ପ୍ରସାରଣ ଅଧିକାର ବାବଦରୁ ୫ ବିଲିୟନ...

ପ୍ରଥମ ଅଧିନାୟକ ଭାବେ ଆଇପିଏଲ୍‌ରେ ଏହି ସଫଳତା ପାଇଲେ ଧୋନୀ

ଆବୁଧାବି, ୨୦।୯: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଶନିବାରଠାରୁ ଆରମ୍ଭ ହୋଇଛି ଆଇପିଏଲ୍‌ର ୧୩ତମ ସଂସ୍କରଣ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ...

ଓ୍ବାର୍ନର, ସ୍ମିଥ୍‌ଙ୍କୁ ଦର୍ଶକଙ୍କ ଥଟ୍ଟା ପରିହାସ

ସାଉଥାମ୍ପଟନ (ୟୁକେ), ୨୬ା୫ (ପି.ଟି.)- ବିଶ୍ୱକପ୍‌ ପୂର୍ବରୁ ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବଂ ଷ୍ଟିଭ...

Advertisement
Ten Cric Info


Archives

Model This Week