Posted inଖେଳ

ବିଶ୍ୱ ଚାମ୍ପିୟନଶିପ୍‌ରୁ ଓହରିଲେ ମାରିନ

ନୂଆଦିଲ୍ଲୀ,୫।୮- ରିଓ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ କାରୋଲିନା ମାରିନ ଆଗାମୀ ବିଡ୍‌ବ୍ଲୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରୁ ଓହରି ଯାଇଛନ୍ତି। ଅହତ ସମସ୍ୟା ଦେଇ ଗତି କରୁଥିବା ସ୍ପାନିଶ ଖେଳାଳି ଇଭେଣ୍ଟ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇପାରିବେ ନାହିଁ ଜାଣିବା ପରେ ଏହି ଘୋଷଣା କରିଛନ୍ତି। ଚଳିତ ବର୍ଷ ଜାନୁୟାରୀ ୨୬ ତାରିଖରେ ଇଣ୍ଡୋନେସିଆ ମାଷ୍ଟର୍ସ ଫାଇନାଲରେ ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ସେହି ମାସ ୨୯ ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସେତେବେଳେ ସେ ବାସେଲଠାରେ ଚଳିତ ମାସ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବା ନେଇ କହିଥିଲେ। ହେଲେ ଡିଫେଣ୍ଡିଂ ଚାମ୍ପିୟନ ସେବେଠାରୁ କୋର୍ଟରୁ ଦୂରେଇ ରହିଛନ୍ତି। ମୁଁ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଛି। ସମ୍ପୂର୍ଣ୍ଣ ଫିଟ୍‌ ଲାଗି ସମୟ ଲାଗିବ। ଏଣୁ ମୋତେ ସେପ୍ଟେମ୍ବର ପର୍ଯ୍ୟନ୍ତ କୋର୍ଟଠାରୁ ଦୂରେଇ ରହିବାକୁ ପଡ଼ିବ ବୋଲି ମାରିନ ଏକ ଭିଡିଓରେ କହିଛନ୍ତି। ସେ ଓହରି ଯିବାରୁ ତାଙ୍କ ବଦଳରେ ଥାଇଲାଣ୍ଡ ନଚାଓନ ଜିନ୍ଦାପଲ ଟୁର୍ନାମେଣ୍ଟରେ ଖେଳିବେ। ଅନ୍ୟପକ୍ଷରେ ଭାରତୀୟ ଅଗ୍ରଣୀ ପୁରୁଷ ସିଙ୍ଗଲ୍ସ ଶଟଲର ଏଚ୍‌.ଏସ୍‌. ପ୍ରନୟଙ୍କୁ ମଧ୍ୟ ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଆମନ୍ତ୍ରଣ ମିଳିଛି। ପୂର୍ବତନ ଚାମ୍ପିୟନ ଭିକ୍ଟର ଆଲସେନ ଓ ଚାଇନାର ଶି ୟୁକି ଓହରିବାକୁ ଯୋଗୁ ପ୍ରନୟଙ୍କୁ ସୁଯୋଗ ମିଳିଛି। ତାଙ୍କ ବ୍ୟତୀତ କିଡାମ୍ବି ଶ୍ରୀକାନ୍ତ, ସମୀର ବର୍ମା ଓ ବି ସାଇ ପ୍ରଣୀଥ ମଧ୍ୟ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କ ଟ୍ରାଉଜର୍‌ ପିନ୍ଧି ପଡିଆକୁ ଖେଳିବାକୁ ଓହ୍ଲାଇଥିଲେ ଏହି ମହାନ କ୍ରିକେଟର୍‌: ଆଉ ତା’ପରେ..

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ହେମାଙ୍ଗ ବାଦନି ଭାରତୀୟ ଦଳର ସଦସ୍ୟ ଥିବା ସମୟର ଏକ କୌତୁହଳ ବିଷୟ ଉପରୁ ପର୍ଦ୍ଦାଫାଶ କରିଥିଲେ। ଯେ କହିଥିଲେ ଯେ...

ପେସାଦାର ପ୍ରଦର୍ଶନ ନ କରିବାରୁ ସୁଆରେଜ ଦଣ୍ଡିତ

ନ୍ୟୁୟର୍କ,୩୦।୮: ୟୁଏସ୍‌ ଓପନ ଟୁର୍ନାମେଣ୍ଟ ପକ୍ଷରୁ କାର୍ଲା ସୁଆରେଜ ନାଭାରୋଙ୍କୁ ଗୁରୁବାର ଦଣ୍ଡିତ କରାଯାଇଛି। ସେ ପ୍ରଥମ ରାଉଣ୍ଡ ପରଫର୍ମାନ୍ସ ନିୟମ ଭଙ୍ଗ କରିଛନ୍ତି। ୩୦...

ଭାରତୀୟ ଖେଳାଳିଙ୍କୁ ନେଇ ହେଉ ଆଇପିଏଲ୍‌

ନୂଆଦିଲ୍ଲୀ, ୨ା୪ (ପି.ଟି.) କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ବ୍ୟୟବହୁଳ ଇଭେଣ୍ଟ କେବେ...

୪ ତାରିଖରେ ଜଣାପଡ଼ିପାରେ ଧୋନୀଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮।୮: ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ନାହାନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି...

ଅଷ୍ଟ୍ରେଲିଆ ପାଇଁ ବଢ଼ିଲା ସଙ୍କଟ

ମେଲବୋର୍ନ,୨୯ା୧୦(ପି.ଟି.): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ଦୁଇଟି ମ୍ୟାଚ୍‌ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ଓ ଆୟର୍ଲାଣ୍ଡ...

ଘରେ ରହି ସ୍ବାମୀଙ୍କୁ ଏମିତି ଚିୟର କରୁଛନ୍ତି ନତାଶା

ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ନିକଟରେ ମା’ ହେବା ସୌଭାଗ୍ୟ ଲାଭ କରିଛନ୍ତି। ସେ ଏବେ ପୁଅ ସହ ଘରେ ଥିବାବେଳେ ତାଙ୍କ ସ୍ବାମୀ ତଥା କ୍ରିକେଟର...

କୋଲକାତାରେ ସିଏଏ ବିକ୍ଷୋଭ : ଚିନ୍ତାରେ ଆଇପିଏଲ ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ,୧୬।୧୨- ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ସମଗ୍ର ଦେଶରେ ବିରୋଧ କରାଯାଉଛି। ଏଥିଯୋଗୁ ପଶ୍ଚିମବଙ୍ଗ ପ୍ରବଳ ପ୍ରଭାବିତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ହୋଇଥିବା...

ଫିଟ୍‌ନେସ୍‌ କାରଣରୁ ହାର୍ଦ୍ଦିକ ବୋଲିଂ କରିନାହାନ୍ତି: ରୋହିତ

ଦୁବାଇ,୧୦।୧୧(ପି.ଟି.): ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବୋଲିଂ କରିବାକୁ ସହଜ ଅନୁଭବ କରୁନାହାନ୍ତି ବୋଲି ତାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଇଣ୍ଡିଆନ...

Advertisement
Archives

Model This Week